ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୬।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ମଙ୍ଗଳବାର ରାଜ୍ୟରେ ୫୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୩୪୨ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୨୪୬ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୩ ହଜାର ୮୫୬ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୫ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୫, ବାଲେଶ୍ୱରରୁ ୧୩, ବରଗଡ଼ରୁ ୨୧, ଭଦ୍ରକରୁ ୯, ବଲାଙ୍ଗୀରରୁ ୧୧, କଟକରୁ ୩୦, ଦେବଗଡ଼ରୁ ୪, ଢେଙ୍କାନାଳରୁ ୬, ଗଜପତିରୁ ୧, ଗଞ୍ଜାମରୁ ୨୭, ଜଗତ୍‌ସିଂହପୁରରୁ ୩, ଯାଜପୁରରୁ ୧୫, ଝାରସୁଗୁଡ଼ାରୁ ୩୧, କଳାହାଣ୍ଡିରୁ ୬୪, କନ୍ଧମାଳରୁ ୩, କେନ୍ଦୁଝରରୁ ୨ଆକ୍ରାନ୍ତ ଅଛନ୍ତି। ସେହିପରି କୋରାପୁଟରୁ ୯, ମୟୂରଭଞ୍ଜରୁ ୯, ନବରଙ୍ଗପୁରରୁ ୮, ନୟାଗଡ଼ରୁ ୭, ନୂଆପଡ଼ାରୁ ୨୯ , ପୁରୀରୁ ୨୪, ରାୟଗଡ଼ାରୁ ୬, ସମ୍ବଲପୁରରୁ ୨୮ ସୁବର୍ଣ୍ଣପୁରରୁ ୧୧ ଓ ସୁନ୍ଦରଗଡ଼ରୁ ସର୍ବାଧିକ ୮୪ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପ୍ରଭାବ: ୨୦୨୦ ନୋବେଲ ପୁରସ୍କାର ସମ୍ମାନ ସମାରୋହ ସ୍ଥଗିତ

ଷ୍ଟକହୋମ,୨୩।୦୭: କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ସ୍ବିଡେନରେ ଷ୍ଟକହୋମ ସିଟି ହଲରେ ଆୟୋଜିତ ହେବାକୁ ଥିବା ନୋବେଲ ପୁରସ୍କାର ସମ୍ମାନ ସମାରୋହକୁ ସ୍ଥଗିତ ରଖାଯାଇଛି।...

ମୋବାଇଲ ଚୋରି, ଲୁଟ୍‌ ଘଟଣାରେ ୯ ଗିରଫ

ସୋନପୁର/ଉଲୁଣ୍ଡା,୨୨।୪(ନି.ପ୍ର./ଡି.ଏନ.ଏ.): ସୋନପୁର ଟାଉନ ଥାନା ପୋଲିସ ମୋବାଇଲ ଚୋରି ଓ ଉଲୁଣ୍ଡା ପୋଲିସ ମୋବାଇଲ ଲୁଟ୍‌ ଘଟଣାରେ ସମ୍ପୃକ୍ତ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି। ବୁଧବାର...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କଲା ପାଇକ ସଙ୍ଗଠନ

ଭୁବନେଶ୍ୱର, ୨୯ା୬(ବ୍ୟୁରୋ): ପୂର୍ବ ଭାରତ ସମୃଦ୍ଧ ହେଲେ ଭାରତ ସମୃଦ୍ଧ ହେବ। ହେଲେ ଓଡିଶାର ନେତୃତ୍ୱ ବିନା ପୂର୍ବ ଭାରତ ସମୃଦ୍ଧଶାଳୀ ହୋଇପାରିବ ନାହିଁ। ପୂର୍ବରୁ...

୩୦ ଫୁଟ ଉଚ୍ଚ କୋଠାରେ କାମ କରୁଥିଲେ ଯୁବକ, ତଳକୁ ଖସିପଡ଼ିବା ସମୟରେ ଲାଗିଲା କରେଣ୍ଟ

ଦାରିଙ୍ଗବାଡ଼ି,୧୨ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତିନିଛକ ବଜାର ମଧ୍ୟରେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁବାର ସକାଳେ ଗୁରୁତର ହୋଇଛନ୍ତି।...

ତଦନ୍ତ ଆରମ୍ଭ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର, ୨।୧୧(ବ୍ୟୁରୋ): ରାଜଧାନୀରେ ନାଗସାପ ବିଷ ଜବତ ମାମଲାର ତଦନ୍ତ ଦୀର୍ଘ ଦେଢବର୍ଷ ପରେ କ୍ରାଇମବ୍ରାଞ୍ଚ ହାତକୁ ନେଇଛି। ମଙ୍ଗଳବାରଠାରୁ କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାର ତଦନ୍ତ...

ବାହାର ଲୋକଙ୍କୁ ସ୍ବର୍ଗଦ୍ୱାର ମନା: କରାଯିବନାହିଁ ସତ୍କାର

ପୁରୀ ଅଫିସ,୭।୭: ବୁଧବାରଠାରୁ ପୁରୀ ସ୍ବର୍ଗଦ୍ୱାରରେ ଶବସତ୍କାର ଉପରେ କଟକଣା ଲାଗିଛି। କରୋନା ସଂକ୍ରମଣ ଦୃଷ୍ଟିରୁ ପୁରୀ ଜିଲା ପ୍ରଶାସନ ପକ୍ଷରୁ ଏହି କଟକଣା ଲାଗୁ...

ବନ ବିଭାଗ ଶୋଇଗଲା: ବନ୍ୟପ୍ରାଣୀ ଅପରାଧ ବଢ଼ିଗଲା

ଭୁବନେଶ୍ୱର, ୧୮ା୬(ବ୍ୟୁରୋ): ସବୁଜ ଓଡ଼ିଶାର ସ୍ବପ୍ନ ଦେଖୁଛନ୍ତି ସରକାର। ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ପାଇଁ ସ୍ବତନ୍ତ୍ର ବିଭାଗ କାର୍ଯ୍ୟ କରୁଥିବାବେଳେ ବଡ଼ ବଡ଼ ଅଫିସର...

ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌କୁ ନରସିଂହଙ୍କ ବିରୋଧ

ଭୁବନେଶ୍ୱର,୨।୧୦(ବ୍ୟୁରୋ): ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ୨୦୨୦କୁ ନେଇ ଗୁରୁବାର ପୁଣିଥରେ ଗୃହରେ ବିରୋଧର ସ୍ବର ଉଠିଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଗୃହରେ ଏହି ବିଲ୍‌...

Advertisement
Archives

Model This Week