ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା: ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଶନିବାର ରାଜ୍ୟରେ ୧୩୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୮୧୨ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୫୬୨ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୪୮ ହଜାର ୧୮୨ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲାରୁ ସର୍ବାଧିକ ୩୫୫ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୩୩, ବାଲେଶ୍ୱରରୁ ୧୭, ବରଗଡ଼ରୁ ୫୯, ଭଦ୍ରକରୁ ୩୦, ବଲାଙ୍ଗୀରରୁ ୧୨, ବୌଦ୍ଧରୁ ୨, କଟକରୁ ୫୧, ଦେବଗଡ଼ରୁ ୮, ଢେଙ୍କାନାଳରୁ ୫, ଗଜପତିରୁ ୮, ଗଞ୍ଜାମରୁ ୨୦, ଜଗତ୍‌ସିଂହପୁରରୁ ୯, ଯାଜପୁରରୁ ୨୫, ଝାରସୁଗୁଡ଼ାରୁ ୫୨, କଳାହାଣ୍ଡିରୁ ୪୫, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୪, କେନ୍ଦୁଝରରୁ ୨୪ ଆକ୍ରାନ୍ତ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୯୩, କୋରାପୁଟରୁ ୮, ମୟୂରଭଞ୍ଜରୁ ୨୬, ନବରଙ୍ଗପୁରରୁ ୨୦, ନୟାଗଡ଼ରୁ ୧୩, ନୂଆପଡ଼ାରୁ ୧୩୫ , ପୁରୀରୁ ୪୪, ରାୟଗଡ଼ାରୁ ୪୭, ସମ୍ବଲପୁରରୁ ୭୭ ସୁବର୍ଣ୍ଣପୁରରୁ ୪ ଓ ସୁନ୍ଦରଗଡ଼ରୁ ସର୍ବାଧିକ ୩୩୫ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୭ା୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆରରେ ଗୁରୁବାର ଅଗ୍ନି -୪ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଏହି ପରୀକ୍ଷଣ ଷ୍ଟ୍ରାଟେଜିକ୍‌…

ଭାଲୁ ଆକ୍ରମଣରେ ଭଉଣୀଭାଇ ମୃତ: ମୃତଦେହ ପାଖରେ ଜଗି ରହିଲା ଭାଲୁ

ଉମରକୋଟ,୭।୮(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟ କାଙ୍କେର ଜିଲା ମରକାଟୋଲା ଗାଁରେ ଏକ ହିଂସ୍ର ମାଈ ଭାଲୁ ଆକ୍ରମଣରେ ଗୋଟିଏ ପରିବାରର ଦୁଇ ଭଉଣୀଭାଇଙ୍କର…

୧୧ କୋଟି ଟଙ୍କାର ଲଟେରି ଟିକେଟ ଅଳିଆରୁ ଉଦ୍ଧାରକଲେ ସଫେଇ କର୍ମଚାରୀ

ରୋମ୍‌,୭ା୮:ଇଟାଲୀରେ ଜଣେ ମହିଳା ୧୧ କୋଟି ଟଙ୍କା (୧ ମିଲିୟନ/ପ୍ରାୟ ୧୦.୯ କୋଟି ଟଙ୍କା)ର ମେଗା ଲଟେରି ଜିତିବା ପରେ ଭୁଲବଶତଃ ତାହାକୁ ଅଳିଆ ଗଦାରେ ଫିଙ୍ଗି…

ଘୂର୍ଣ୍ଣିବଳୟ ପ୍ରଭାବରେ ସପ୍ତାହେ ଯାଏ ପ୍ରବଳ ବର୍ଷା: ଅରେଞ୍ଜ ଓ୍ବାର୍ନିଂ ଜାରି, ଘଣ୍ଟାପ୍ରତି…

ଭୁବନେଶ୍ୱର,୭ା୮(ବନ୍ଦନା ସେଠୀ): ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚତାରେ ଉତ୍ତର-ପଶ୍ଚିମ…

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri