ଦୁଇ ଫେରାର ଅପରାଧୀଙ୍କୁ ପଳାତକ ଘୋଷଣା

ପୁରୁଷୋତ୍ତମପୁର,୫।୨(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନକୁ ଗୁରୁତ୍ୱ ଦେଇ ବିଭିନ୍ନ ଗ୍ରାମରେ ଥିବା ଅପରାଧୀଙ୍କୁ ଦମନ ଲାଗି ଚଢ଼ାଉ ଜାରି ରହଛି। ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପୀୟୂଷ ରଞ୍ଜନ ଛୋଟରାୟଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ ଚାଲିଛି। ଶନିବାର ଦୁଇ ଜଣ ଦୀର୍ଘଦିନ ହେଲା ଫେରାର ଥିବା ଅପରାଧୀଙ୍କୁ ପଳାତକ ଘୋଷଣା କରିଛନ୍ତି। ସେମାନେ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରିଶିପୁର ଗ୍ରାମର ବାପୁଜୀ ବେହେରା ଓ ଭାବନ୍ଧ ଗ୍ରାମର କାଦୁ ଓରଫ ଅରୁଣ କୁମାର ଦାସ। ଏ ନେଇ ଥାନା ଏସ୍‌ଆଇ ସୁନିଲ କୁମାର ପ୍ରଧାନ ଓ ଏଏସ୍‌ଆଇ ରବୀନ୍ଦ୍ର ନାଥ ପାଣିଗ୍ରାହୀ ସଦଳବଳ ଉକ୍ତ ଅପରାଧୀଙ୍କ ଘରକୁ ଯାଇ ଲଟକା ଜାରି କରି ଡାକବାଜିଯନ୍ତ୍ର ଯୋଗେ ଗ୍ରାମରେ ସୂଚନା ଦେଇଛନ୍ତି। ଦୀର୍ଘ ଦିନ ହେଲା କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି କୋର୍ଟରେ ହାଜର ହେଉନାହାନ୍ତି। ଏଣୁ ଆଇନର ଦଫା ଅନୁସାରେ ପୁରୁଷୋତ୍ତମପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତଙ୍କ ନିର୍ଦ୍ଦେଶ ପ୍ରକାରେ ଏହି ଅପରାଧୀଙ୍କୁ ପଳାତକ ଘୋଷଣା କରି ଆସନ୍ତା ମାର୍ଚ୍ଚ ୧୫ ତାରିଖ ମଧ୍ୟରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଦିନରେ ଏହି ଅପରାଧୀଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତି କରାଯିବା ଲାଗି ସୂଚାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଗଛକଟା, ଲଘୁ ଖଣିଜ ସମ୍ପଦ ଲୁଟ୍‌, ମାସକ ମଧ୍ୟରେ ରିପୋର୍ଟ ଲୋଡ଼ିଲେ ଏନ୍‌ଜିଟି

ଭୁବନେଶ୍ୱର,୨୪।୮(ରବିନାରାୟଣ ଜେନା): ରାଜ୍ୟରେ ଲଘୁ ଖଣିଜ ସମ୍ପଦ ମନଇଚ୍ଛା ଖୋଳା ଚାଲିଛି। ସରକାରୀ ନୀତି ଗୋଟିଏ କଥା କହୁଥିବାବେଳେ ଲିଜ୍‌ଧାରୀମାନେ ସେସବୁକୁ ଭ୍ରୂକ୍ଷେପ ନ କରି ଯେଉଁଠି…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

ସମ୍ଭାଗ ସ୍ତରୀୟ ସଂସ୍କୃତି ମହୋତ୍ସବ, ଭଞ୍ଜନଗର ବିଧାୟକ….

ଭଞ୍ଜନଗର,୨୩।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢାଳ ଠାରେ ସମ୍ଭାଗ ସ୍ତରୀୟ ସଂସ୍କୃତି ମହୋତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଅଗଷ୍ଟ ୩୦ରେ ମନ କି ବାତ୍ କାର୍ଯ୍ୟକ୍ରମ, ବୁଥ୍‌ସ୍ତରରେ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବାକୁ ଗୁରୁତ୍ୱ

ଭଞ୍ଜନଗର,୨୩।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭାଜପା ଭଞ୍ଜନଗର ସାଂଗଠନିକ ଜିଲା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ‘ମନ କି ବାତ’ କାର୍ଯ୍ୟକ୍ରମକୁ ନେଇ ଏକ କର୍ମଶାଳା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri