ରାଜ୍ୟପାଳଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ

କେନ୍ଦ୍ରାପଡ଼ା ଅଫିସ,୮।୨:  କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଗୋବିନ୍ଦପୁର ଗଁାର ଅମୂଲ୍ୟ ରାଉତଙ୍କ ପୁଅ ପରମେଶ୍ୱର (୨୮) ରାଜ୍ୟପାଳଙ୍କୁ ଇଚ୍ଛାମୃତ୍ୟୁ ପାଇଁ ସୋମବାର ଆବେଦନପତ୍ର ପଠାଇଛନ୍ତି। ଏକ ଘରୋଇ ହସ୍ପିଟାଲର ଚିକିତ୍ସା ପାଇଁ ତାଙ୍କର ଜୀବନ ଦୁର୍ବିଷହ ହୋଇଥିବା େଇପାରି ଆବେଦନପତ୍ରରେ ଦର୍ଶାଇଛନ୍ତି। ଆର୍ଥିକ ଶୋଷଣ ପରେ ଭୁଲ୍‌ ଚିକିତ୍ସା କରିଥିବାରୁ ଏତ୍ପାଦ ନେଇ ଭୁବନେଶ୍ୱରସ୍ଥିତ ଭରତପୁର ଥାନା, ହସ୍ପିଟାଲ କର୍ତ୍ତୃପକ୍ଷ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି। ହେଲେ ଘରୋଇ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ମାନସିକ ଅଶାନ୍ତି ବଢୁଛି। ଶଯ୍ୟାଶାୟୀ ହୋଇ ରହିବାକୁ ଇଚ୍ଛା ନ ଥିବା ଏଥିରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ବାପା ଅମୂଲ୍ୟ କହିଛନ୍ତି, ୨୦୨୧ ମେ ୧୬ରେ ପରମେଶ୍ୱର ପାହାଚରୁ ତଳେ ପଡ଼ିବାରୁ ଗୋଡ଼ରେ ଯନ୍ତ୍ରଣା ହୋଇଥିଲା। ୧୭ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ନେବା ପରେ ଡାକ୍ତରମାନେ ଏମ୍‌ଆର୍‌ଆଇ ପାଇଁ ପରାମର୍ଶ ଦେଇଥିଲେ। ନିକଟସ୍ଥ ଏହ ହସ୍ପିଟାଲରୁ ଟେଷ୍ଟ ପରେ ଆଣ୍ଠୁରେ ଆଣ୍ଟେରିଅର କ୍ରୁସିଏଟ ଲିଗାମେଣ୍ଟ (ଏସିଏଲ୍‌) ଅପରେଶନ ଆବଶ୍ୟକ ବୋଲି କୁହାଯାଇଥିଲା। ୨ ରିପୋର୍ଟ ସହ ହସ୍ପିଟାଲରେ ଆଡମିଶନ ପରେ କର୍ତ୍ତୃପକ୍ଷ ରିପୋର୍ଟ ଭୁଲ୍‌ ଦର୍ଶାଇଥିଲେ। ଏପରିକି ଏସିଏଲ୍‌ ସହିତ ମେଡିଆଲ କୋଲାଟେରାଲ ଲିଗାମେଣ୍ଟ ଅପରେଶନ ହେବ ବୋଲି ଡାକ୍ତର ପରୀକ୍ଷା ପରେ କହିଥିଲେ। ଏଥିପାଇଁ ଆବଶ୍ୟକ ଟଙ୍କା ନେଇ ଅପରେଶନ କରିଥିଲେ ମଧ୍ୟ ଜଂଘରୁ ଏକ ପିନ୍‌ ବାହାର କରାଯାଇ ନ ଥିଲା। ପିନ୍‌ ପାଇଁ ଯନ୍ତ୍ରଣା ହେବାରୁ ଅନ୍ୟ ହସ୍ପିଟାଲରେ ପରାମର୍ଶ ପରେ ବାହାର କରାଯାଇଛି। ପରମ୍ବେଶ୍ୱର ଏବେବି ଚାଲିବୁଲି ପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri