କ୍ରସ୍‌ ଭୋଟିଂ ରୋକିବା ନେଇ କସରତ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ। ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ୨ ଜଣଙ୍କ ମଧ୍ୟରେ ହେବ। ଭାଜପା ସମର୍ଥିତ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଥିବାବେଳେ ତାଙ୍କ ବିପକ୍ଷରେ ବିରୋଧୀ ମେଣ୍ଟ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ଅଛନ୍ତି। ତେବେ ରାଷ୍ଟ୍ରପତି ନିର୍ବାଚନରେ କ୍ରସ୍‌ ଭୋଟିଂ ଏବଂ ଭୋଟ୍‌ ଯେପରି ନାକଚ ନ ହେବ ସେଥିପ୍ରତି ଭାଜପା ଗୁରୁତ୍ୱ ଦେଇଛି। ଏଥିଲାଗି ଭାଜପା ମିଶନ ‘ନାକଚ ଶୂନ୍ୟ’ ଭୋଟ୍‌ ଆରମ୍ଭ କରିଛି। ଯେପରି ଗୋଟିଏ ବି ଭୋଟ୍‌ ନାକଚ ନ ହେବ ତା’ ଉପରେ ଭାଜପା ଫୋକସ୍‌ କରୁଥିବା ବେଳେ ଦ୍ରୌପଦୀଙ୍କୁ ସମର୍ଥନ କରୁଥିବା ବିଜେଡି ସମେତ ଅନ୍ୟ ଦଳଗୁଡ଼ିକୁ ମଧ୍ୟ ସମାନ ନିବେଦନ କରାଯାଇଛି। ତେବେ କ୍ରସ୍‌ ଭୋଟିଂ ଏବଂ ଭୋଟ ନାକଚ ଯେପରି ନ ହେବ ସେଥିଲାଗି ଦିଲ୍ଲୀରେ ଭାଜପା ବିଧାୟକ ଏବଂ ଏମ୍‌ପିମାନଙ୍କୁ ଟ୍ରେନିଂ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଦିଲ୍ଲୀରେ ହେବାକୁ ଥିବା ଦିନିକିଆ ଟ୍ରେନିଂ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଭାଜପାର ୨ ଜଣ ବିଧାୟକ ସାମିଲ ହେବେ। ବିଧାୟକ ମୁକେଶ ମହାଲିଙ୍ଗ ଏବଂ ନାଉରୀ ନଏକଙ୍କ ନାଁ ଏଥିଲାଗି ଘୋଷଣା ସରିଛି। ୧୧ରେ ଏହି ୨ ନେତା ଦିଲ୍ଲୀ ଗସ୍ତ କରିବାକୁ ଥିବାବେଳେ ୧୨ରେ ଟ୍ରେନିଂ କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ୧୩ରେ ଦଳର ଅନ୍ୟ କାର୍ଯ୍ୟକ୍ରମ ଶେଷ କରି ଓଡ଼ିଶା ଫେରିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି।
ଗତ ଶୁକ୍ରବାର ଦ୍ରୌପଦୀ ମୁର୍ମୁ ଭୋଟ୍‌ ନିବେଦନ ଲାଗି ଦିନିକିଆ ଓଡ଼ିଶା ଆସିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅହ୍ବାନ କ୍ରମେ ବିଜେଡିର ସମସ୍ତ ବିଧାୟକ ଏବଂ ଏମ୍‌ପି ସାମିଲ ହୋଇଥିଲେ। ଏହି ସମୟରେ ଦ୍ରୌପଦୀଙ୍କ ସାଙ୍ଗରେ ଆସିଥିବା ଗଜେନ୍ଦ୍ର ସିଂ ଶେଖାଓ୍ବତ କ୍ରସ୍‌ ଭୋଟିଂ ଯେପରି ନ ହେବ ସେନେଇ ଧ୍ୟାନ ଦେବାକୁ ସମସ୍ତଙ୍କୁ ସୂଚିତ କରାଇଥିଲେ। ଅନୁରୂପ ଭାବେ ଭାଜପା ବିଧାୟକ ଏବଂ ଏମ୍‌ପିଙ୍କ ସହ ସାକ୍ଷାତ କରିବା ସମୟରେ ମଧ୍ୟ ଶେଖାଓ୍ବତ ସମାନ କଥା ଦୋହରାଇଥିଲେ। ରାଷ୍ଟ୍ରପତି ନିର୍ବାଚନରେ ବିଧାୟକମାନେ ବିଧାନସଭାରେ ଭୋଟ୍‌ ଦେବେ। ସେହିପରି ଏମ୍‌ପିମାନେ ଦିଲ୍ଲୀରେ ମତଦାନ କରିବେ। ଏମ୍‌ପିମାନେ ଚାହିଁଲେ ବିଧାନସଭାରେ ମଧ୍ୟ ଭୋଟ୍‌ ଦେଇପାରିବେ। ଓଡ଼ିଶା ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ଭୋଟିଂ ହେବ। ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇସାରିଥିବା ବେଳେ ଷ୍ଟ୍ରଙ୍ଗ ରୁମ୍‌ରେ ବାଲଟ୍‌ ପେପର ମଧ୍ୟ ପହଞ୍ଚତ୍ସାରିଛି। ନିର୍ଭୁଲ୍‌ ଭୋଟ୍‌ ଦାନ ଲାଗି ରାଜ୍ୟରେ ବିଧାୟକମାନଙ୍କ ଏକ ଟ୍ରେନିଂ କରାଯିବ। ବିଧାୟକ ଏବଂ ଏମ୍‌ପିମାନେ ଯଦି ଦ୍ରୌପଦୀଙ୍କୁ ଭୋଟ୍‌ ଦେବାକୁ ଚାହାନ୍ତି ତେବେ ସେମାନେ ତାଙ୍କ ନାଁର ଡାହାଣ ପାର୍ଶ୍ୱରେ ନମ୍ବର ୧ ଲେଖିବେ। ଯଦି ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ଭୋଟ୍‌ ଦେବାକୁ ଚାହାନ୍ତି ତେବେ ତାଙ୍କ ନାମର ଡାହାଣ ପାର୍ଶ୍ୱରେ ୨ ଲେଖିବେ। ଏହି ନମ୍ବର କେବଳ ନିର୍ବାଚନ କମିଶନଙ୍କ ତରଫରୁ ଆସିଥିବା କଲମରେ ଲେଖିବେ। ନଚେତ୍‌ ଭୋଟ ନାକଚ ହେବ। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି, କ୍ରସ୍‌ ଭୋଟିଂ ନ ହେବା ଲାଗି ସବୁ ବ୍ୟବସ୍ଥା ହେବ। ଆସନ୍ତା ୧୬ ଓ ୧୭ରେ ଏନେଇ ମକ୍‌ଟ୍ରିଲ୍‌ ମଧ୍ୟ କରାଯିବ। ଏମ୍‌ପି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, କୌଣସି ଗୋଟିଏ ହେଲେ ଭୋଟ୍‌ ନାକଚ ହେବ ନାହିଁ। ସମସ୍ତଙ୍କୁ ଏଥିଲାଗି ତାଲିମ ଦିଆଯିବ। ୧୬ରେ ଏମ୍‌ପିମାନଙ୍କୁ ଦିଲ୍ଲୀରେ ତାଲିମ ପାଇଁ ଡକାଯାଇଥିବା ଅପରାଜିତା କହିଛନ୍ତି। ଅନ୍ୟପଟେ କଂଗ୍ରେସର ୯ଜଣ ଏବଂ ସିପିଏମ୍‌ର ଜଣେ ବିଧାୟକ ଯଶଓ୍ବନ୍ତ ସିହ୍ନାଙ୍କୁ ଭୋଟ୍‌ ଦେବେ ବୋଲି ଘୋଷଣା କରିଛନ୍ତି। ରାଜ୍ୟରେ ମୋଟ ୧୪୭ ବିଧାନସଭା, ୨୧ ଲୋକ ସଭା ଏବଂ ୧୦ ରାଜ୍ୟ ସଭା ଆସନ ରହିଛି। ଏଥିରୁ ବିଜେଡିର ୧୧୨ ବିଧାୟକ, ୨ ବହିଷ୍କୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବଂ ପ୍ରଶାନ୍ତ ଜଗଦ୍ଦେବ, ଭାଜପାର ୨୨ ବିଧାୟକ, କଂଗ୍ରେସର ୯, ଜଣେ ସ୍ବାଧୀନ ଏବଂ ଜଣେ ସିପିଏମ୍‌ ବିଧାୟକ ଅଛନ୍ତି। ବହିଷ୍କୃତ ୨ ବିଧାୟକଙ୍କ ମଧ୍ୟରୁ ପ୍ରଦୀପ ପାଣିଗ୍ରାହୀ ନିର୍ବାଚନରେ ଦ୍ରୌପଦୀଙ୍କୁ ଭୋଟ୍‌ ଦେବା ଲାଗି ଘୋଷଣା କରିଥିବା ବେଳେ ଜଗଦ୍ଦେବଙ୍କ କଥା ଜଣାପଡ଼ିନାହିଁ। ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ଦ୍ରୌପଦୀଙ୍କୁ ଭୋଟ୍‌ ଦେବେ। ଅନ୍ୟପଟେ ଲୋକ ସଭାରେ ଓଡ଼ିଶାର ଏକମାତ୍ର କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକାଙ୍କୁ ଛାଡ଼ି ଦେଲେ ବାକି ଅନ୍ୟ ଦଳର ସମସ୍ତ ସଦସ୍ୟ ଦ୍ରୌପଦୀଙ୍କୁ ଭୋଟ୍‌ ଦେବେ। ଓଡ଼ିଶାର ୧୦ ରାଜ୍ୟ ସଭା ସଦସ୍ୟ ମଧ୍ୟ ଦ୍ରୌପଦୀଙ୍କୁ ଭୋଟ୍‌ ଦେବେ। ତେବେ ଓଡିଶାରୁ ଯଶଓ୍ବନ୍ତଙ୍କୁ ମାତ୍ର ୧୧ ଭୋଟ୍‌ ମିଳିବା ହିସାବ କରାଯାଉଥିବା ବେଳେ ଏଥିରେ କିଛି କ୍ରସ୍‌ ଭୋଟିଂର ଆଶଙ୍କା ରାଜନୈତିକ ମହଲରେ ଆଲୋଚନା ହେଉଛି। ହେଲେ କଂଗ୍ରେସ ଏହି କଥାକୁ ଖଣ୍ଡନ କରିଛି। ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ଆମର କ୍ରସ୍‌ ଭୋଟିଂ କି ଭୋଟ୍‌ ନାକଚ ହେବାର ପ୍ରଶ୍ନ ଉଠୁନାହିଁ। ପ୍ରଥମେ ପାର୍ଟି, ତା’ପରେ ଯାହା କିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?