ଶୀତଦିନେ ଆଜ୍‌ମା ସମସ୍ୟାରୁ ମୁକ୍ତି ପାଇଁ…

କେତେକଙ୍କଠାରେ ଆଜ୍‌ମା ସମସ୍ୟା ଦେଖାଦେଇଥାଏ। ଅଧିକ ଥଣ୍ଡା ପଡ଼ିଲେ କିମ୍ବା ଧୁଳି ଉଡ଼ିଲେ ଏହି ସମସ୍ୟା ବୃଦ୍ଧି ପାଇଥାଏ। କିଛି ଲୋକ ଖରାରେ ବୁଲି ବାହାରିଲେ ମଧ୍ୟ ସେମାନଙ୍କଠାରେ ଏଭଳି ସମସ୍ୟା ଦେଖାଦେଇଥାଏ। ଶୀତଦିନେ ଏଭଳି ସମସ୍ୟା ବଢ଼ିଯାଇଥାଏ। ଆଜ୍‌ମା ସମସ୍ୟାରେ ଫୁସଫୁସ୍‌ ସ୍ବାଭାବିକ ଭାବେ କାର୍ଯ୍ୟ କରିବା କ୍ଷମତା ହରାଇ ବସେ। ଆଲର୍ଜି ଅଥବା ଥଣ୍ଡା ଯୋଗୁ ଫୁସ୍‌ଫୁସ୍‌ କୋଷିକା ଫୁଲିଯାଏ। ଫଳରେ ଏଥିରେ ଥିବା ରକ୍ତବାହୀ ନଳୀରେ ଅମ୍ଳଜାନ ଡିଫ୍ୟୁଜନ ପ୍ରକିୟାରେ ବାଧା ସୃଷ୍ଟି ହୁଏ। ଅମ୍ଳଜାନ ମାତ୍ରା କମିଯିବାରୁ ନିଶ୍ୱାସ ନେବାରେ ବାଧା ସୃଷ୍ଟି ହୋଇଥାଏ। ଏହି ସମସ୍ୟାରେ ରୋଗୀ ଧଇଁ ସଇଁ ହୁଏ। ତେବେ ପ୍ରତିଦିନ ସକାଳେ ଶୁଖିଲା ହଳଦୀ ପତ୍ରକୁ ଗୁଡାଇ ପିକା ପରି କରି ଏଥିରେ ନିଆଁ ଲଗାଇ ଟାଣିଲେ ଆଜ୍‌ମା ସମସ୍ୟାରୁ ସହଜରେ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ହଳଦୀ ପତ୍ର ପିକାର ଧୁଆଁ ଦ୍ୱାରା ଫୁସ୍‌ଫୁସ୍‌ କୋଷିକା ନିଜର ସ୍ବାଭାବିକ ଅବସ୍ଥାକୁ ଫେରି ଆସି କାର୍ଯ୍ୟ କରିଥାଏ। ଫଳରେ ନିଶ୍ୱାସ ନେବା ସହଜ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାନ୍ତୁ ଏହି ଉପାୟରେ

ଦୁଇଟି ସାଧାରଣ ଉପାୟରେ ଧନିଆ ପତ୍ର ଉପଯୋଗ କରି ଓଜନ କମାଇପାରିବେ। * ୧୦ରୁ ୨୦ଟି ଧନିଆ ପତ୍ର ରାତିରେ ପାଣିରେ ପକାଇ ସକାଳୁ ଛାଣି...

ଡାଇବେଟିସ୍‌ରୁ ଦୂରେଇ ରଖେ ଏହି ପତ୍ର ରସ…

ପରିବର୍ତ୍ତିତ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ତେବେ କିଛି ଘରୋଇ ଚିକିତ୍ସା ଦ୍ୱାରା ଏଥିରୁ ସହଜରେ ମୁକ୍ତି ମିଳିପାରେ।...

ଆଣ୍ଠୁଗଣ୍ଠି ବ୍ୟଥାର ଅତ୍ୟାଧୁନିକ ଚିକିତ୍ସା

ଆଣ୍ଠୁଗଣ୍ଠି ବାତରୋଗରେ ପ୍ରାୟ ପୃଥିବୀରେ ୬୦ ଭାଗ ଲୋକ କଷ୍ଟ ପାଉଛନ୍ତି। ଆମେ ଭାରତୀୟମାନେ ତଳେ ବସି କାମ କରୁଥିବା ଯୋଗୁ ଆଣ୍ଠୁ ବ୍ୟଥା ଅନ୍ୟ...

ଦୀର୍ଘାୟୁ ହେବାପାଇଁ ପିଅନ୍ତୁ ୮କପ୍‌ କଫି

ନିୟମିତ ଦିନକୁ ୮ କପ୍‌ କଫି ପିଇଲେ ଜଣେ ଦୀର୍ଘାୟୁ ହେବ ବୋଲି ଜଣାପଡିଛି। ବ୍ରିଟେନର କଫି ପିଉଥିବା ପ୍ରାୟ ଏକ ମିଲିୟନ୍‌ ବ୍ୟକ୍ତିଙ୍କୁ ନେଇ...

ମିରର୍‌ ଲଗାଇବା ପୂର୍ବରୁ…

ଘରକୁ ସୁନ୍ଦର ଲୁକ୍‌  ଦେବାପାଇଁ ଘରର  ବିଭିନ୍ନ ସ୍ଥାନରେ  ମିରର୍‌ ଲଗାଇବାକୁ ଅନେକେ ଇଚ୍ଛା କରିଥାନ୍ତି। ଆପଣ ଯଦି ଘରେ ଆଇନା ଲଗାଇବାକୁ ଯାଉଛନ୍ତି ତେବେ...

ଶୀତଦିନେ ଗରମପାଣିରେ ଗାଧୋଇଲେ କ’ଣ ହୋଇଥାଏ

ଶୀତଦିନ ଆସିଗଲାଣି। ଏବେ ଲୋକମାନେ ଗରମପାଣିରେ ଗାଧୋଇବା ଆରମ୍ଭ କରିଦେଲେଣି। ଥରେ ଯଦି ଗରମପାଣିରେ ଗାଧୋଇବା ଆରମ୍ଭ କରିଦେବେ ତା’ହେଲେ ଥଣ୍ଡାପାଣିରେ ଗାଧୋଇବାକୁ ଇଚ୍ଛା ହେବ...

ଅଏଲି ସ୍କିନ୍‌ କେୟାର

ଅଏଲି ସ୍କିନ୍‌ ହୋଇଥିଲେ ସାଧାରଣତଃ ଅଧିକ ଯତ୍ନ ନେବାକୁ ହୋଇଥାଏ। ଆଉ ଏଥିପାଇଁ ରାସାୟନିକ ସାମଗ୍ରୀ ବଦଳରେ ଘରୋଇ ଉପାୟ ଆପଣେଇବା ଅଧିକ ଫଳପ୍ରଦ… ସାଧାରଣତଃ...

କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ଏକ ମିନିଟ୍‌ରେ ଏପରି ଜାଣିପାରିବେ…

ସିଙ୍ଗାପୁର,୨୫।୫:  ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଏବେ ତାହା ମାତ୍ର ଏକ ମିନିଟ୍‌ ମଧ୍ୟରେ ସହଜରେ ଜଣାପଡ଼ିଯିବ। ସିଙ୍ଗାପୁର ବିଶ୍ୱବିଦ୍ୟାଳୟର ୩ ଜଣ...

Advertisement
Archives

Model This Week