ନାଲି ରସିଦ କାଟିବାକୁ ନାଲିଆଖି

ଭୁବନ,୨୯।୫(ଡି.ଏନ୍‌.ଏ.): ଡିଲର ପଏଣ୍ଟରେ ଜବରଦସ୍ତ ଆଦାୟ ହେଉଛି ପରିମଳ ଟିକସ। ଯେଉଁମାନେ ଏଥିରେ ଅସମର୍ଥ ପ୍ରକାଶ କରୁଛନ୍ତି, ସେମାନଙ୍କୁ ଚାଉଳ ଦିଆଯାଉନାହିଁ। ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିରେ ଏଭଳି ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି। ପରିମଳ ଟିକସ ଆଦାୟରେ ବିଫଳ ଏନ୍‌ଏସି କର୍ତ୍ତୃପକ୍ଷ ଟାର୍ଗେଟ ପୂରଣ ପାଇଁ ସ୍ବଚ୍ଛସାଥୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଥିବାବେଳେ ସେମାନେ ନାଲିଆଖି ଦେଖାଇ ନାଲି ରସିଦ କାଟିବାକୁ ବାଧ୍ୟ କରିବା ଗରିବଙ୍କ ପେଟରେ ଲାତ ବୋଲି ହିତାଧିକାରୀମାନେ ଅଭିଯୋଗ କରିଛନ୍ତି।
ଭୁବନ ଏନ୍‌ଏସିର ୧୫ ଓ୍ବାର୍ଡର ପରିମଳ ବ୍ୟବସ୍ଥା ତଦାରଖ କରିବା ପାଇଁ ୧୫ଜଣ ସ୍ବଚ୍ଛସାଥୀଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହ ଏକ ଘରୋଇ ଠିକାସଂସ୍ଥାକୁ ସହର ସଫେଇ ଦାୟିତ୍ୱ ଦିଆଯାଇଛି। ଏଥିରେ ମାସିକ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏହାକୁ ବାଦ୍‌ଦେଲେ
ଆବର୍ଜନା ସଂଗ୍ରହ ବାବଦକୁ ପ୍ରତି ଘରୁ ମାସିକ ୧୫ ଟଙ୍କା ଟିକସ ଆଦାୟ କରାଯାଉଛି। ହେଲେ ପରିମଳ ସଫେଇ ଠିକ୍‌ ଭାବେ କରାଯାଉ ନ ଥିବା ଅଭିଯୋଗ କରି ବହୁ ପରିବାର ଟିକସ ଦେଉନାହାନ୍ତି। ସେମାନଙ୍କୁ ବୁଝାଇଶୁଝାଇ ଟିକସ ଆଦାୟ କରିବାରେ ସ୍ବଚ୍ଛସାଥୀ ବିଫଳ ହେଉଛନ୍ତି। ଟିକସ ଟାର୍ଗେଟ୍‌ ପୂରଣ କରିବା ପାଇଁ ସେମାନେ ଏବେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ସାମଗ୍ରୀ ପ୍ରଦାନ କରାଯାଉଥିବା ଡିଲର ପଏଣ୍ଟରେ ଅପେକ୍ଷା କରୁଛନ୍ତି ଏବଂ ହିତାଧିକାରୀଙ୍କୁ ପରିମଳ କର ଦେବାକୁ ବାଧ୍ୟ କରୁଛନ୍ତି। କେବଳ ଏତିକି ନୁହେଁ, ଟିକସ ଦେଉଥିବା ହିତାଧିକାରୀଙ୍କୁ ସେମାନେ ଏକ ନାଲି ରଙ୍ଗର ରସିଦ ଧରାଇଦେଉଛନ୍ତି। ଡିଲରଙ୍କୁ ଏହା ଦେଖାଇବା ପରେ ଚାଉଳ ମିଳୁଛି। ଯେଉଁମାନେ ଏଥିରେ ଅସହାୟତା ପ୍ରକାଶ କରୁଛନ୍ତି, ସେମାନେ ମାସିକ ଚାଉଳ କୋଟାରୁ ବଞ୍ଚତ୍ତ ହେଉଛନ୍ତି। ସମସ୍ୟା ସମ୍ପର୍କରେ ସେମାନେ ଯୋଗାଣ ବିଭାଗ ଅଧିକାରୀଙ୍କୁ ଫୋନ୍‌ ମାଧ୍ୟମରେ ଅଭିଯୋଗ କରିଛନ୍ତି। ଏନ୍‌ଏସି ପ୍ରଶାସନ ଏବଂ ଯୋଗାଣ ବିଭାଗ ଏ ଦିଗରେ ପଦକ୍ଷେପ ନ ନେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚାଉଳରୁ ବଞ୍ଚତ୍ତ ହିତାଧିକାରୀମାନେ ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ ବ୍ଲକ ଯୋଗାଣ ବିଭାଗ ଅଧିକାରୀ ବେଡ଼ା ବେସ୍ରା କୁହନ୍ତି, ଏଭଳି ଟିକସ ଆଦାୟ କରିବା ଲାଗି କୌଣସି ସରକାରୀ ନିର୍ଦ୍ଦେଶ ନାହିଁ। ଯେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନ୍‌ଏସି ନିର୍ବାହୀ ଅଧିକାରୀ ଶ୍ୟାମସୁନ୍ଦର ସାହୁ କୁହନ୍ତି, ସ୍ବଚ୍ଛସାଥୀଙ୍କୁ ଘର ଘର ବୁଲି ଲୋକଙ୍କୁ ବୁଝାଶୁଝା କରି ପରିମଳ ଟିକସ ଆଦାୟ କରିବାକୁ କୁହାଯାଇଛି। ହେଲେ ଏଥିଲାଗି ଗରିବ ହିତାଧିକାରୀଙ୍କ ଯୋଗାଣ ସାମଗ୍ରୀ ବନ୍ଦ କରିବା ଦଣ୍ଡନୀୟ ଅପରାଧ। ଏଭଳି ବେନିୟମ କାର୍ଯ୍ୟ କରୁଥିବା ସ୍ବଚ୍ଛସାଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

JSSC CGL ପରୀକ୍ଷା ବାତିଲ: ଶେଷରେ ଛାତ୍ରଙ୍କ ଆଗରେ ନଇଁଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୧୭।୮: ରାଞ୍ଚିରେ ଛାତ୍ର ବିରୋଧ ମଧ୍ୟରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ୟାବିନେଟ JSSC-CGL ପରୀକ୍ଷା ବାତିଲ କରିବାକୁ…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri