କଂଗ୍ରେସ ଭବନରେ ଭଙ୍ଗାରୁଜା

ଭୁବନେଶ୍ୱର,୧୪।୧୦(ବ୍ୟୁରୋ): ଅନେକ ସମୟରେ ଭୁବନେଶ୍ୱରସ୍ଥିତ ରାଜ୍ୟ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟ କଂଗ୍ରେସ ଭବନ ଅଶାନ୍ତ ହେଉଛି। ଏପରିସ୍ଥଳେ ବୁଧବାର ଏଠାରେ ଦୁଇଥର ଭଙ୍ଗାରୁଜା ହୋଇଛି। ସକାଳେ ଯୁବ କଂଗ୍ରେସ କାର୍ଯ୍ୟାଳୟ ଭିତରେ ଓ ସନ୍ଧ୍ୟାରେ ପିସିସି ସଭାପତିଙ୍କ କକ୍ଷ ସମ୍ମୁଖରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ। ତେବେ କିଏ ଏପରି କାଣ୍ଡ ଘଟାଇଲେ ସେନେଇ କେହି କିଛି କହିପାରୁ ନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ସକାଳ ଘଟଣା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାତ୍ର ଜଗୁଆଳଙ୍କୁ ନିଲମ୍ବନ କରିଥିଲେ। ଏଭଳି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ। ହେଲେ ଏହାପରେ ତାଙ୍କ ନାମ ଫଳକକୁ ଭଙ୍ଗାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ଅପରପକ୍ଷେ ଏହି ଘଟଣା ପରେ ଯୁବ କଂଗ୍ରେସ ମୁଖପାତ୍ର ନଳିନୀକାନ୍ତ ନାୟକଙ୍କୁ ହତ୍ୟା ଧମକ ଦିଆଯାଇଛି। ଏନେଇ ସେ ନିହାର ରଞ୍ଜନ ନାମକ ଜଣେ ଯୁବକଙ୍କ ନାଁରେ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନଳିନୀକାନ୍ତ କହିଛନ୍ତି, ଯୁବକ ଜଣକ ବନ୍ଧୁକ ଓ ଖଣ୍ଡା ଲଗାଇ ହତ୍ୟା କରିବାକୁ ଧମକ ଦେଇଛନ୍ତି। ସେ କଂଗ୍ରେସ କର୍ମକର୍ତ୍ତା ନ ହୋଇ ମଧ୍ୟ କଂଗ୍ରେସ ଭବନ ଭିତରେ ପଶି ମାରିବାକୁ ଧମକ ଦେଇଛନ୍ତି। ତାଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ଅନୁରୋଧ କରିଥିବା ସେ କହିଛନ୍ତି।
ରାତ୍ରି ଜଗୁଆଳଙ୍କ କହିବାନୁସାରେ, ସକାଳ ପ୍ରାୟ ୬ଟାରେ ୪ଜଣ ଯୁବକ ମୁହଁରେ କଳା କପଡା ପିନ୍ଧି କଂଗ୍ରେସ ଭବନକୁ ଜବରଦସ୍ତ ପଶିଥିଲେ। ସେମାନେ ଯୁବ କଂଗ୍ରେସ କାର୍ଯ୍ୟାଳୟରେ ପଡ଼ିଥିବା ତାଲାର ଚାବି ମାଗିଥିଲେ। ନ ମିଳିବାରୁ ତାଲା ଭାଙ୍ଗି ଭିତରେ ଭଙ୍ଗାରୁଜା କରିଥିଲେ। ଯୁବ କଂଗ୍ରେସ ସଭାପତିଙ୍କ ଟେବୁଲ୍‌ ଓ ଚେୟାର ଭାଙ୍ଗିବା ପରେ ଫେରାର ହୋଇଯାଇଥିଲେ। ସାରେ ଆଉ କେତେଜଣ ଦୁର୍ବୃତ୍ତ କଂଗ୍ରେସ ଭବନକୁ ପଶି ପୁଣି ଭଙ୍ଗାରୁଜା କରିଥିଲେ। ପିସିସି ସଭାପତିଙ୍କ କକ୍ଷ ସାମ୍ନାରେ ଥିବା କିଛି ଚୌକି ଭାଙ୍ଗିଦେବା ସହ ତାଙ୍କ ନାମଫଳକକୁ କାଢି ଫୋପାଡି ଦେଇଥିଲେ। ସେହିପରି ମହିଳା କଂଗ୍ରେସ ସଭାପତିଙ୍କ କକ୍ଷ ସମ୍ମୁଖରେ ଥିବା ନାମଫଳକକୁ


Enter your email to get our daily news in your inbox.

All Right Reserved By Dharitri.Com

୫ ଯୁବକଙ୍କୁ ହରାଇ ଗାଁ ସ୍ତବ୍ଧ

ଖମାର,୨।୩(ଡି.ଏନ.ଏ.) ପାଲଲହଡା ବ୍ଲକ ଖମାର ଥାନା କଣ୍ଟିଆପସି ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଦୁର୍ଘଟଣାରେ ୫ ଯୁବକଙ୍କ ଅକାଳ ବିୟୋଗ ଇଞ୍ଜିଡ଼ ଗାଁକୁ...

ସରକାରୀ ମେଡିକାଲ କଲେଜରେ ହେବ ଟିଚିଂ ହସ୍ପିଟାଲ

ଭୁବନେଶ୍ୱର, ୧ା୧(ବ୍ୟୁରୋ): ଖୁବ୍‌ଶୀଘ୍ର ରାଜ୍ୟର ନୂଆ ସରକାରୀ ମେଡିକାଲ କଲେଜ ଗୁଡ଼ିକରେ ଟିଚିଂ ହସ୍ପିଟାଲ ଆରମ୍ଭ ହେବ। ତେଣୁ ଏହି ୯ଟି ସରକାରୀ ହସ୍ପିଟାଲ କାମ...

ଖୁବ୍‌ଶୀଘ୍ର ସୁରଟ୍‌କୁ ଉଡ଼ିବ ବିମାନ: ସପ୍ତାହକୁ ୨ଥର ଚାଲିବ

ଭୁବନେଶ୍ୱର, ୨୩।୭(ବ୍ୟୁରୋ):ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ଭୁବନେଶ୍ୱରରୁ ସୁରଟ୍‌କୁ ସିଧାସଳଖ ବିମାନ ଚଳାଚଳ କରିବ। ସପ୍ତାହରେ ୨ଥର ଏହି ବିମାନ ଚାଲିବ। ଏ...

ମେଘନାଦ ପାଚେରି ପାର୍ଶ୍ୱ ଉଚ୍ଛେଦର ୩ୟ ଦିନ: କଟାଗଲା ଶତାୟୁ ବରଗଛ

ପୁରୀ ଅଫିସ,୨୨ା୮: ଲଗାତର ତୃତୀୟ ଦିନରେ ପହଞ୍ଚତ୍ଛି ମେଘନାଦ ପାଚେରି ପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟା। ବୁଧବାର ମଧ୍ୟ ଦିନତମାମ୍‌ ପ୍ରଶାସନ ପକ୍ଷରୁ ଅନେକ ନିର୍ମାଣ ଭଙ୍ଗାଯାଇଛି।...

ଆଜି ରାଜ୍ୟରେ ୬୪୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୪୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୭୨ ଜଣ...

ବାଡ଼ିଆ ହେଲା ହଂସପଟା

ପୁରୀ ଅଫିସ,୧୮ା୬: ପ୍ରସ୍ତୁତ ହୋଇଗଲାଣି ତିନିରଥ। ଅଳ୍ପ କିଛି ଯାହା କାମ ରହିଛି ତାହା ଖୁବ୍‌ଶୀଘ୍ର ଶେଷ ହୋଇଯିବ। ବୁଧବାର ତିନିରଥରେ ହଂସପଟା ବାଡ଼ିଆଯାଇଛି। ଏଥିସହ...

ସୁମିତ-ତପସ୍ବିନୀ ଦମ୍ପତିି ବିବାଦ ମାମଲା: ୧୫ରେ ମୂଳ ପିଟିଶନର ଶୁଣାଣି

ବ୍ରହ୍ମପୁର ଅଫିସ,୧୧ା୩: ଡା.ସୁମିତ ସାହୁ-ତପସ୍ବିନୀ ଦାଶ ବିବାଦ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ତେବେ ତପସ୍ବିନୀଙ୍କ ଭରଣପୋଷଣ ପାଇଁ ମାସିକ ୧୭ହଜାର ଟଙ୍କା ଦେବାକୁ...

ଦୁବାଇରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୬(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ୍‌ ଦୁବାଇରେ ପହଞ୍ଚତ୍ଛନ୍ତି। ଆସନ୍ତା ୨୯ରେ ସେଠାରେ ଇନ୍‌ଭେଷ୍ଟର୍ସ ମିଟ୍‌ ଆୟୋଜନ ହେବ। ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week