ପିତୃତ୍ୱ: ଏକ ଆହ୍ବାନ

ପୁତ୍ରକନ୍ୟାମାନଙ୍କ ପାଇଁ ପିତା ହେଉଛନ୍ତି ଦେବତା। ଏଣୁ ତୈତ୍ତିରୀୟ ଉପନିଷଦରେ କୁହାଯାଇଛି ‘ପିତୃଦେବୋ ଭବଃ’।  ମନୁ ସଂହିତାରେ ଉଲ୍ଲେଖ ଅଛି ‘ଉପାଧ୍ୟାୟାତ୍‌ ଦଶାଚାର୍ଯ୍ୟଃ ଆଚାର୍ଯ୍ୟାଣାଂ ଶତଂ ପିତା’ ଅର୍ଥାତ୍‌ ଉପାଧ୍ୟାୟଠାରୁ ଆଚାର୍ଯ୍ୟ ଦଶଗୁଣ ଓ ଆଚାର୍ଯ୍ୟଠାରୁ ପିତା ଶହେ ଗୁଣ ବଡ଼। ପଦ୍ମପୁରାଣରେ ପୁଣି କୁହାଯାଇଛି ‘ପିତା ଧର୍ମଃ ପିତା ସ୍ବର୍ଗଃ ପିତା ହିଁ ପରମଂ ତପଃ/ ପିତରି ପ୍ରୀତିମାପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ’ । ପିତାଙ୍କୁ ସନ୍ତୁଷ୍ଟ କଲେ ସମସ୍ତ ଦେବତା ତୃପ୍ତ ହୁଅନ୍ତି।
ପିତୃତ୍ୱ ଯେମିତି ଏକ ଆନନ୍ଦ, ସେମିତି ଏକ ଦୁଃଖ। ପିଲାଟିଏ ଜନ୍ମ ନେଲେ ବାପା ଭାବେ ‘ମୋ ପୁଅ ମୋଠାରୁ ଅଧିକ ଗୁଣବାନ୍‌ ହେବ, ମୋର ସ୍ବପ୍ନକୁ ସାକାର କରିବ ଓ ବୃଦ୍ଧାବସ୍ଥାରେ ମୋର ସାହାରା ହେବ।’ ମାତ୍ର ସବୁ ବାପାମାନଙ୍କ କ୍ଷେତ୍ରରେ ଏହି ଇଚ୍ଛା ପୂରଣ ହୁଏନାହିଁ। ଅନେକ କ୍ଷେତ୍ରରେ ବାପାର ଏହି ସ୍ବପ୍ନ ଚୂରମାର ହୋଇଯାଏ। ସନ୍ତାନସନ୍ତତି ତା’ଠାରୁ ଦୂରେଇ ଯାନ୍ତି। ସେ ପରିବାର ପାଇଁ ଅଦରକାରୀ ହୋଇଯାଏ। ଫକୀରମୋହନଙ୍କ ‘ଡାକମୁନସି’ ଗଳ୍ପରେ ପୁଅ ବାପାକୁ ଇଂରାଜୀ ଘୁଷି ମାରେ। ମନୋଜ ଦାସଙ୍କ ‘ଦାନ୍ତ’ ଗପରେ ପିତା ପୁଅବୋହୂର ବ୍ୟବହାରରେ ଅତିଷ୍ଠ ହୋଇ ଘରକୁ ଫେରିଆସେ। ଅବଶ୍ୟ ଏହିପରି ଘଟଣା ଆଜି ବି ଘଟୁଛି। ତାହା ମଧ୍ୟ ଠିକ୍‌ ନୁହେଁ। ଯୁଗେ ଯୁଗେ ପୁତ୍ର ଖଳନାୟକର ଭୂମିକାରେ ଅବତୀର୍ଣ୍ଣ ହୋଇଛି। ଅଜାତଶତ୍ରୁ ପିତା ବିମ୍ବିସାରଙ୍କୁ ଓ ଆଉରଙ୍ଗଜେବ ଶାହାଜାହାନଙ୍କୁ ବନ୍ଦୀ କରି କାରାଗାରରେ ନିର୍ଯାତନା ଦେଇଛନ୍ତି। ପୁରାଣର ବର୍ଣ୍ଣନା ଅନୁସାରେ କଂସ ପିତା ଉଗ୍ରସେନକୁ ବନ୍ଦୀ କରିଛି। ଅପରପକ୍ଷରେ ଶ୍ରବଣ କୁମାର ଓ ଧର୍ମପଦ ଭଳି ପିତୃଭକ୍ତ ସନ୍ତାନ ମଧ୍ୟ ଅଛନ୍ତି।
ସନ୍ତାନସନ୍ତତିଙ୍କ ପିତୃଦ୍ରୋହ ଆଚରଣ ସମ୍ପର୍କରେ ପ୍ରାଚୀନ ଇଂରେଜ ନାଟ୍ୟକାର ସେକ୍ସପିଅର ତାଙ୍କ କାଳଜୟୀ ନାଟକ ‘କିଙ୍ଗ-ଲିଅର’ରେ ଏହା ସୁନ୍ଦର ଭାବରେ ଚିତ୍ରଣ କରିଛନ୍ତି। ରାଜା ଲିଅରଙ୍କ ଥିଲେ ତିନିଜଣ ଝିଅ-ଗନେରିଲ୍‌, ରେଗାନ୍‌ ଓ କଡେଲିଆ। ସେ ତାଙ୍କ ରାଜ୍ୟକୁ ଝିଅମାନଙ୍କ ପିତୃପ୍ରେମକୁ ଆଧାର କରି ତିନିଜଣଙ୍କ ମଧ୍ୟରେ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଲେ ଓ ତାଙ୍କୁ କେଉଁ ଝିଅ କେତେ ଭଲ ପାଆନ୍ତି ଜାଣିବାକୁ ଚାହିଁଲେ। ଗନେରିଲ୍‌ କହିଲା, ”ମୁଁ ଆପଣଙ୍କୁ ଏତେ ଭଲ ପାଏ ଯେ ତାହା ଭାଷାରେ ପ୍ରକାଶ କରିପାରିବି ନାହିଁ। ମୁଁ ପୃଥିବୀର ସମସ୍ତ ଐଶ୍ୱର୍ଯ୍ୟ ଅପେକ୍ଷା ଆପଣଙ୍କୁ ବେଶି ଭଲ ପାଏ।“ ରେଗାନ୍‌ କହିଲା, ”ମୋ ଭଉଣୀ ଗନେରିଲ୍‌ର ପ୍ରେମଠାରୁ ମୋ ପ୍ରେମ କୌଣସି ଗୁଣରେ କମ୍‌ ନୁହେଁ। ମୁଁ ବି ତୁମକୁ ଭଲ ପାଇ ଜୀବନର ଶ୍ରେଷ୍ଠ ଆନନ୍ଦ ଅନୁଭବ କରେ।“ ମାତ୍ର କଡେଲିଆ କହିଲା, ”ବାପା, ଆପଣ ମୋତେ ଜନ୍ମ ଦେଇଛନ୍ତି, ପାଳନ କରିଛନ୍ତି ଓ ଭଲ ପାଉଛନ୍ତି। ସେହି ଦୃଷ୍ଟିରୁ ଆପଣଙ୍କ ପ୍ରତି ମୁଁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରି ମୋର କର୍ତ୍ତବ୍ୟ ସମ୍ପାଦନ କରିବି। ଯେତେବେଳେ ମୁଁ ବିବାହ କରିବି ମୋ ସ୍ବାମୀ ନ୍ୟାୟତଃ ମୋର ପ୍ରେମ ଓ କର୍ତ୍ତବ୍ୟର ଅର୍ଦ୍ଧେକ ଦାବି କରିବେ। ମୋ ଭଉଣୀମାନଙ୍କ ଭଳି ମୁଁ ମୋର ସବୁତକ ପ୍ରେମ କେବଳ ତୁମ ପାଇଁ ରଖିପାରିବି ନାହିଁ। ମୋ ପ୍ରେମ ଦୁଇଭାଗ ହେବା ସ୍ବାଭାବିକ।“ କଡେଲିଆ ମୁହଁରୁ ଏହା ଶୁଣି ରାଜା ଲିଅର କ୍ରୋଧଜର୍ଜରିତ ହୋଇ ସମଗ୍ର ରାଜ୍ୟକୁ ଗନେରିଲ୍‌ ଓ ରେଗାନ୍‌ଙ୍କ ମଧ୍ୟରେ ବାଣ୍ଟିଦେଇ କଡେଲିଆକୁ ନିର୍ବାସନ ଦଣ୍ଡ ଦେଲେ। ଜଣେ ନିର୍ଲୋଭ ଫରାସୀ ରାଜା ତାକୁ ବିବାହ କଲେ ଓ ନିଜ ରାଜ୍ୟକୁ ନେଇଗଲେ। ଗନେରିଲ୍‌ ଓ ରେଗାନ୍‌କୁ ରାଜ୍ୟ ଅର୍ପଣ କଲା ପରେ ଦୁଇଜଣ ଝିଅଙ୍କ ପାଖରେ ପାଳି କରି ମାସେ ଲେଖାଏ ରହିଲେ। କ୍ରମେ ଦୃଶ୍ୟପଟ ପରିବର୍ତ୍ତନ ହେଲା। ସ୍ବାର୍ଥପର ଭଉଣୀ ଦ୍ୱୟ ରାଜ୍ୟ ପାଇସାରିବା ପରେ ବାପା ଲିଅରଙ୍କୁ ନିର୍ଯାତନା ଦେଲେ ଓ ଶେଷରେ ରାଜଉଆସରୁ ବିତାଡ଼ିତ ହେଲେ। ରାଜା କୃତଘ୍ନ ଝିଅମାନଙ୍କର ନିର୍ଯାତନାରେ ପାଗଳପ୍ରାୟ ହୋଇ ଘୂରି ବୁଲିଲେ। ଶେଷରେ କଡେଲିଆ ହିଁ ତାଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲା, ଯଦିଓ ଘଟଣାକ୍ରମେ ସେ ଜୀବନ ହାରିଲା ଓ ଶେଷରେ ଲିଅରଙ୍କ ମଧ୍ୟ ମୃତ୍ୟୁ ହେଲା।
ତାଙ୍କ ନାଟକରେ ସେକ୍ସପିଅର ସୂଚାଇ ଦେବାପାଇଁ ଚାହିଁଛନ୍ତି ଯେ ମୁହଁରେ ପ୍ରକାଶ ପାଉଥିବା ପ୍ରେମ ହୃଦୟର ଭାଷା ହୋଇ ନ ପାରେ। ଦ୍ୱିତୀୟତଃ ବାପାମାନଙ୍କୁ ମଧ୍ୟ ବାସ୍ତବତାକୁ ସ୍ବୀକାର କରିବାକୁ ହେବ। ସ୍ନେହ ଆଧିପତ୍ୟର ରୂପ ନେବା ଠିକ୍‌ ନୁହେଁ। ପୁଅ ହେଉ ବା ଝିଅ  ବିବାହ କଲା ପରେ ସେମାନଙ୍କ ଜୀବନରେ ଆଉ ଜଣେ ମଣିଷର ଆବିର୍ଭାବ ହେବ ଓ ପିତା ପ୍ରତି ଥିବା ସେମାନଙ୍କ ପ୍ରେମ ଦି୍ବଭାଗ ହେବା ଏକ ବାସ୍ତବତା। ଯେତେବେଳେ ଏହାକୁ ସ୍ବୀକାର କରାଯାଏ ନାହିଁ, ସେତେବେଳେ ସୃଷ୍ଟି ହୁଏ ଦ୍ୱନ୍ଦ୍ୱ ଓ ଅଶାନ୍ତି। ପିତୃତ୍ୱ ଆଘାତ ପାଏ, ମାତ୍ର ତାକୁ ଗ୍ରହଣ କରିନେବା ହେଉଛି ବାସ୍ତବ ଦୃଷ୍ଟିଭଙ୍ଗୀ।
ଜଣେ ଆଦର୍ଶ ପିତା ହେବା ସହଜ କଥା ନୁହେଁ। ଏହା ମଧ୍ୟ ଏକ ସାଧନା। ମହାଭାରତରେ ବର୍ଣ୍ଣିତ ରାଜା ଶାନ୍ତନୁଙ୍କ ପାଇଁ ଭୀଷ୍ମ ଓ ରାଜା ଯଯାତିଙ୍କ ପାଇଁ ପୁରୁ ଆଦର୍ଶ ପୁତ୍ର ହୋଇପାରନ୍ତି, ମାତ୍ର ଶାନ୍ତନୁ ଓ ପୁରୁ ଜଣେ ଆଦର୍ଶ ପିତାର କର୍ତ୍ତବ୍ୟ କରିନାହାନ୍ତି। ଲାବଣ୍ୟବତୀ ସତ୍ୟବତୀଙ୍କୁ ପତ୍ନୀ ରୂପେ ପାଇବା ପାଇଁ ରାଜା ଶାନ୍ତନୁ ଖାଦ୍ୟପେୟ ତ୍ୟାଗ କରି ଦୁର୍ବଳ ହୁଅନ୍ତେ ସତ୍ୟବତୀଙ୍କ ସହ ପିତାଙ୍କ ବିବାହ କରିବା ପାଇଁ କୈବର୍ତ୍ତରାଜାଙ୍କ ଦୁଇଟି କଠୋର ସର୍ତ୍ତକୁ ଗ୍ରହଣ କରିନେଲେ ପୁତ୍ର ଦେବବ୍ରତ। ସର୍ତ୍ତାନୁସାରେ ସେ ପ୍ରତିଜ୍ଞା କଲେ ରାଜାଙ୍କ ଅନ୍ତେ ସେ ସିଂହାସନ ଆରୋହଣ କରିବେ ନାହିଁ, ଆରୋହଣ କରିବେ ସତ୍ୟବତୀଙ୍କ ପୁତ୍ର ଏବଂ ପରବର୍ତ୍ତୀ ଦ୍ୱନ୍ଦ୍ୱ ଓ ଆଶଙ୍କା ଦୂର କରିବା ପାଇଁ ସେ ଆଜୀବନ ଅବିବାହିତ ରହିବେ। ଏହିଭଳି ଭୀଷଣ ପ୍ରତିଜ୍ଞା କରି ସେ ଭୀଷ୍ମ ନାମରେ ପରିଚିତ ହେଲେ। ରାଜା ଶାନ୍ତନୁ ସତ୍ୟବତୀଙ୍କୁ ପାଇ ଜୀବନକୁ ଉପଭୋଗ କଲେ ସିନା, ପିତାଙ୍କୁ ସୁଖୀ କରିବା ପାଇଁ ଦେବବ୍ରତଙ୍କ ଜୀବନ ଅପରିପୂର୍ଣ୍ଣ ରହିଗଲା। ଶୁକ୍ରାଚାର୍ଯ୍ୟଙ୍କ କନ୍ୟା ଦେବଯାନୀଙ୍କୁ ବିବାହ କରିବା ପରେ ମଧ୍ୟ ରାଜା ଯଯାତି ଶର୍ମିଷ୍ଠାଙ୍କୁ ଗୁପ୍ତରେ ବିବାହ କରିବାରୁ ଶୁକ୍ରାଚାର୍ଯ୍ୟଙ୍କ ଅଭିଶାପରେ ଯଯାତି ବାର୍ଦ୍ଧକ୍ୟଗ୍ରସ୍ତ ହେଲେ। ଏକମାତ୍ର ଉପାୟ ଥିଲା କେହି ଯଦି ସ୍ବଇଚ୍ଛାରେ ଯୌବନ ଦାନ କରି ବାର୍ଦ୍ଧକ୍ୟ ଗ୍ରହଣ କରେ ତା’ହେଲେ ରାଜା ପୁଣି ଯୌବନପ୍ରାପ୍ତ ହେବେ। ପିତା ଚାହୁଁଥିଲେ ପତ୍ନୀଙ୍କ ସହ ଏକ ଭୋଗମୟ ଜୀବନ। ତାଙ୍କୁ ଖୁସି କରିବା ପାଇଁ ପଞ୍ଚମ ପୁତ୍ର ପୁରୁ ସ୍ବଇଚ୍ଛାରେ ଯୌବନ ଦାନ କରି ପିତାଙ୍କ ବାର୍ଦ୍ଧକ୍ୟକୁ ଗ୍ରହଣ କଲେ। ମାତ୍ର ପୁରୁ ବିନା କାରଣରେ ବାପାଙ୍କ ସୁଖ ପାଇଁ ବାର୍ଦ୍ଧକ୍ୟର ଯନ୍ତ୍ରଣା ଭୋଗିଲେ।ମହର୍ଷି ବ୍ୟାସଦେବ ଏହି ଦୁଇ ଚରିତ୍ର ମାଧ୍ୟମରେ ସୂଚାଇ ଦେଇଛନ୍ତି ଯେ ଏମାନେ ଆଦର୍ଶ ପିତା ନୁହନ୍ତି। ଶାନ୍ତନୁଙ୍କ ସମ୍ଭୋଗରୁ ଜନ୍ମ ନେଲେ ଚିତ୍ରାଙ୍ଗଦ  ଓ ବିଚିତ୍ରବୀର୍ଯ୍ୟ। ଏମାନେ ଅକାଳରେ ମୃତ୍ୟୁବରଣ କଲା ପରେ ବିଚିତ୍ରବୀର୍ଯ୍ୟଠାରୁ ଜନ୍ମ ନେଲେ ଧୃତରାଷ୍ଟ୍ର ଓ ପଣ୍ଡୁ। ସେଠାରୁ ଆରମ୍ଭ ହେଲା ମହାଭାରତ ଯୁଦ୍ଧ ଓ କୌରବ ବଂଶର ଧ୍ୱଂସ। ଏହି ଧ୍ୱଂସଲୀଳାର ବିଜ ଥିଲେ ଶାନ୍ତନୁ। ଯଯାତି ବହୁବର୍ଷ ଧରି ପତ୍ନୀମାନଙ୍କୁ ନେଇ ଯୌବନକୁ ଉପଭୋଗ  କଲେ ସିନା, ଅକାରଣେ ବାର୍ଦ୍ଧକ୍ୟ ଯନ୍ତ୍ରଣା ଭୋଗିଲେ ପୁତ୍ର ପୁରୁ।
ପିତାପୁତ୍ରର ସମ୍ପର୍କ ଏକ ଆଦର୍ଶଗତ ସମ୍ପର୍କ। ପିତୃତ୍ୱ ଏକ ଆହ୍ବାନ। ପିତାପୁତ୍ର ସମ୍ପର୍କ ଏକ ସାମାଜିକ ସମସ୍ୟା ନୁହେଁ। ଏଥିପାଇଁ ଯେଭଳି ପିତାର ପ୍ରଶସ୍ତ ହୃଦୟ ଦରକାର, ସେଭଳି ପୁତ୍ର କନ୍ୟାର କୃତଜ୍ଞତା ଓ ସମ୍ବେଦନଶୀଳତା ଦରକାର। ଏହିଭଳି ଦୃଷ୍ଟିଭଙ୍ଗୀ ପୋଷଣ କଲେ  ପିତା-ପୁତ୍ର-କନ୍ୟା ସମ୍ପର୍କ ମଧୁର ହୋଇପାରିବ, ଏଥିରେ ସନ୍ଦେହ ନାହିଁ।
ପ୍ରାକ୍ତନ ଅଧ୍ୟକ୍ଷ, ଡିିଏଭି ସ୍ବୟଂଶାସିତ କଲେଜ, ଟିଟିଲାଗଡ଼
ମୋ: ୭୦୦୮୩୬୯୯୨୦

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?