Posted inଜାତୀୟ

ମହାରାଷ୍ଟ୍ର ରାଜନୀତିରେ ଟିଏମ୍‌ସିର ଏଣ୍ଟ୍ରି, ରେଡିସନ ବ୍ଲୁ ହୋଟେଲ ବାହାରେ ଧାରଣା…

ଗୁଆହାଟୀ, ୨୩।୬ : ମହାରାଷ୍ଟ୍ର ରାଜନୈତିକ ସଙ୍କଟରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏଣ୍ଟ୍ରି କରିଛି। ମମତା ବାନାର୍ଜୀଙ୍କ ଟିଏମସି କର୍ମୀମାନେ ଶିବସେନା ବିଧାୟକମାନେ ଗୁଆହାଟୀରେ ରହିଥିବା ହୋଟେଲ ରେଡିସନ ବ୍ଲୁ ବାହାରେ ପ୍ରଦର୍ଶନ କରିଛନ୍ତି। ହୋଟେଲରେ ଏକନାଥ ସିନ୍ଦେ ୪୧ ଶିବସେନା ଏବଂ ୮ ଜଣ ସ୍ବାଧୀନ ବିଧାୟକଙ୍କ ସହ ରହିଛନ୍ତି। ଟିଏମ୍‌ସି କହିଛି ଯେ ବିଧାୟକମାନଙ୍କ ସହ ଘୋଡା ବେପାର କରାଯାଉଛି। ଏହାକୁ ବନ୍ଦ କର ବୋଲି ଟିଏମ୍‌ସିକର୍ମୀ ମାନେ ସ୍ଲୋଗାନ ଦେଇଥିଲେ। ପୋଲିସ ସେମାନଙ୍କୁ ଗିରଫ କରିଛି।

ଅପରପକ୍ଷରେ, ଶିବସେନା ଏମ୍‌ପି ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ଗୁଆହାଟୀରେ ହୋଟେଲରେ ଥିବା ୨୦ଜଣ ବିଧାୟକ ଶୀଘ୍ର ମୁମ୍ବାଇ ଫେରିବେ। ସମସ୍ତ ବିଧାୟକଙ୍କ ସହ ଆଲୋଚନା ହୋଇଛି। ସୂଚନାନୁସାରେ, ବିଦ୍ରୋହୀ ଦଳ କିଛି ସମୟ ମଧ୍ୟରେ ରାଜ୍ୟପାଳଙ୍କ ନିକଟକୁ ଦସ୍ତଖତ କରିଥିବା ଚିଠି ପଠାଇବେ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସରକାରୀ ବାସଭବନ ଛାଡିବା ନେଇ ଏନସିପି ଅସନ୍ତୁଷ୍ଟ ହୋଇଛି।

ଗତ ୧୨ ଘଣ୍ଟା ମଧ୍ୟରେ ୫ ଶିବସେନା ବିଧାୟକ ଏବଂ ଦୁଇଜଣ ସ୍ବାଧୀନ ବିଧାୟକ ମହାରାଷ୍ଟ୍ରରୁ ଗୁଆହାଟୀର ହୋଟେରେ ପହଞ୍ଚିଥିବା କୁହାଯାଉଛି। ସେମାନଙ୍କ ମଧ୍ୟରେ ଗୁଲାବରାଓ ପାଟିଲ, ଯୋଗେଶ କଦମ, ସଦା ସର୍ବକର, ଯୋଗେଶ ପାୱାର ଏବଂ ମଙ୍ଗେଶ କୁଲାଙ୍କର ଅନ୍ତର୍ଭୁକ୍ତ। ଅବଶିଷ୍ଟ ଦୁଇଜଣ ବିଧାୟକ ମଞ୍ଜୁଳା ଗାଭିଟ ଏବଂ ଚନ୍ଦ୍ରକାନ୍ତ ପାଟିଲ ସ୍ବାଧୀନ ଅଛନ୍ତି। ସଦା, ଯୋଗେଶ ଏବଂ ମଙ୍ଗେଶ ଗୁରୁବାର ସକାଳେ ଗୁଆହାଟୀର ରେଡିସନ ବ୍ଲୁ ହୋଟେଲରେ ପହଞ୍ଚିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପୂର୍ବ ରାଜ୍ୟରୁ ହଟିଲା ଆଫ୍‌ସା

ନୂଆଦିଲ୍ଲୀ,୩୧।୩: ଦେଶର ଉତ୍ତରପୂର୍ବ ରାଜ୍ୟମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ନାଗାଲାଣ୍ଡ, ଆସାମ ଏବଂ ମଣିପୁର ଆଦି ଉତ୍ତରପୂର୍ବ...

୧୪ ଦିନିଆ ନ୍ୟାୟିକ ହେପାଜତରେ ରାଜ୍‌ କୁନ୍ଦ୍ରା…

ମୁମ୍ବାଇ,୨୭।୭: ଅଶ୍ଳୀଳ ଫିଲ୍ମ ର୍ନିମାଣ ଏବଂ କିଛି ଆପ ମାଧ୍ୟମରେ ଏହାର ପ୍ରସାରଣ ଅଭିଯୋଗରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ପୋଲିସ ରିମାଣ୍ଡର ସମୟ ସୀମା...

ଆମ୍ବୁଲାନ୍ସ୍‌ରେ ରୋମାନ୍ସ: ଧରାପଡ଼ି ୩ ଯୁବକ, ଜଣେ ଯୁବତୀ ଜେଲ୍‌ ଗଲେ…

ବାରାଣସୀ,୧୬।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ଆକ୍ରାନ୍ତଙ୍କୁ ନେବା ଆଣିବା ଲାଗି ଆମ୍ବୁଲାନ୍ସ୍‌ ବି ମିଳୁନି। ମାତ୍ର ଆମ୍ବୁଲାନ୍ସ୍‌ ଭିତରେ...

ରାହୁଲଙ୍କ ବିରୋଧରେ ମାନହାନି ମାମଲା

ପାଟନା, ୧୮।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁରେ ଗୁରୁବାର ମାନହାନି ମାମଲା ଦାଏର କରିଛନ୍ତି ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି। ଏକ ନିର୍ବାଚନୀ...

ଏସବୁ ଖାଦ୍ୟ ଆର୍ଥରାଇଟିସ୍‌ରୁ ରଖେ ଦୂରେଇ…

ପରିବର୍ତ୍ତିିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟା ଦେଖାଦେଇଥାଏ। ଏହାକୁ ଡାକ୍ତରମାନେ ଆର୍ଥରାଇଟିସ୍‌ କୁହାଯାଇଥାଏ। ଏହି ସମସ୍ୟାରେ ଗଣ୍ଠି...

ଆଜିଠୁ ତୃତୀୟ ପର୍ଯ୍ୟାୟ ଟିକାକରଣ

ନୂଆଦିଲ୍ଲୀ, ୧।୫(ପି.ଟି.): ଦେଶରେ ଗତ କିଛିଦିନ ହେଲା ପ୍ରତ୍ୟହ ୩ ଲକ୍ଷରୁ ଊର୍ଦ୍ଧ୍ୱ ସଂକ୍ରମିତ ହେଉଥିବାବେଳେ ହଜାର ହଜାର ଲୋକଙ୍କ ଜୀବନ ନେଉଛି କରୋନା ମହାମାରୀ।...

ଏହି ରାଜ୍ୟ ୮ ଦିନିଆ ଲକ୍‌ଡାଉନ୍‌ ଘୋଷଣା

ରାଞ୍ଚି,୨୦।୪: ସାରା ଦେଶରେ କରୋନା କାୟା ବିସ୍ତାର କରିଛି। କରୋନାକୁ ଦୃଷ୍ଟିରେ ରଖି ବିଭିନ୍ନ ଗାଇଡଲାଇନ୍‌ ଜାରି କରାଯାଇଛି। ମଙ୍ଗଳବାର ଝାଡଖଣ୍ଡ ସରକାର ରାଜ୍ୟରେ ୮...

‘ପାକିସ୍ତାନର ସାଧାରଣ ଲୋକ ଭାରତର ଶତ୍ରୁ ନୁହଁନ୍ତି’

ପୁଣେ,୧୩।୫: ଏନସିପି ନେତା ଶରଦ ପାୱାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କକୁ ନେଇ ନିଜ ମତ ରଖିଛନ୍ତି। ଇଦ-ମିଳନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ...

Advertisement
Archives

Model This Week