Posted inଜାତୀୟ

‘ହୁଏତ ଶିକ୍ଷାମନ୍ତ୍ରୀଙ୍କୁ ଲେଖି ଆସେନି…’; ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟାକ୍ଷ କରି ମହୁଆ କହିଲେ…

ନୂଆଦିଲ୍ଲୀ,୨୧।୭: ନିଟ୍‌ (NEET) ପେପର ଲିକ୍‌ ମାମଲାକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କ୍ରମାଗତ ଭାବରେ ଉଠୁଛି। ଏହି ପ୍ରସଙ୍ଗରେ କକ୍ରୋଚ ଜନତା ପାର୍ଟି (CJP) ପକ୍ଷରୁ ବଡ଼ଧରଣର ବିରୋଧ ପ୍ରଦର୍ଶନ କରାଯାଉଛି। ଦଳ ଏବଂ ପ୍ରଦର୍ଶନକାରୀ ଛାତ୍ରୀଛାତ୍ରମାନଙ୍କର ଅଭିଯୋଗ ରହିଛି ଯେ ପରୀକ୍ଷା ପ୍ରକ୍ରିୟାରେ ହୋଇଥିବା ଗଡ଼ବଡ଼ି ପାଇଁ ଦାୟିତ୍ୱ ନିର୍ଦ୍ଧାରଣ କରାଯିବା ଉଚିତ୍‌ ଏବଂ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବା ଦରକାର।

ଏହି ଦାବିକୁ ନେଇ ଜୁଲାଇ ୨୦ ତାରିଖରେ ପ୍ରଦର୍ଶନକାରୀମାନେ ଜନ୍ତର-ମନ୍ତରରୁ ସଂସଦ ପର୍ଯ୍ୟନ୍ତ ପଦଯାତ୍ରା ବାହାରିଥିଲା। ମାର୍ଚ୍ଚ ସମୟରେ ସୁରକ୍ଷା ବାହିନୀ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଛାତ୍ରୀଛାତ୍ରଙ୍କୁ ଲାଠିଚାର୍ଜ କରାଯାଇଥିଲା। ଏହି ସମୟରେ ତୃଣମୂଳ କଂଗ୍ରେସ (TMC)ର ସାଂସଦ ମହୁଆ ମୋଇତ୍ରା ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ବ୍ୟଙ୍ଗ କରିଛନ୍ତି। ମହୁଆ ମୋଇତ୍ରା ଲେଖିଛନ୍ତି, “ହୁଏତ ଶିକ୍ଷାମନ୍ତ୍ରୀଙ୍କୁ ଇସ୍ତଫା ଲେଖିବା ଆସେ ନାହିଁ, ଆର୍‌.ଏସ.ଏସ (RSS) କେବଳ ଦୟା ଭିକ୍ଷା (ମର୍ସି ପିଟିସନ) ଲେଖିବା ଶିଖାଏ।”

ବିରୋଧୀ ଦଳଗୁଡ଼ିକ କ୍ରମାଗତ ଭାବରେ ନିଟ (NEET) ପେପର ଲିକ ମାମଲାକୁ ନେଇ କେନ୍ଦ୍ର ସରକାର ଏବଂ ଶିକ୍ଷା ମନ୍ତ୍ରଣାଳୟ ଉପରେ ପ୍ରଶ୍ନ ଉଠାଉଥିବାବେଳେ, ସରକାରଙ୍କ ପକ୍ଷରୁ ଏହି ମାମଲାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କଥା କୁହାଯାଉଛି। ନିଟ୍‌ ପେପର ଲିକ୍‌ ବିବାଦକୁ ନେଇ ସଂସଦର ମୌସୁମୀ ଅଧିବେଶନରେ ମଧ୍ୟ ହଙ୍ଗାମା କରାଯାଇଛି। ବିରୋଧୀ ଦଳ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri