ଟିଟିଲାଗଡ଼ ମହାଶିବରାତ୍ରୀ ମେଳା ବାତିଲ

ଟିଟିଲାଗଡ଼, ୨୩।୨ (ଡି.ଏନ.ଏ.)
କରୋନା ମହାମାରି ନେଇ ଚଳିତ ବର୍ଷ ବଲାଙ୍ଗୀର ଜିଲା ଟିଟିଲାଗଡ ଧବଳେଶ୍ୱର ବାବାଙ୍କ ମହାଶିବ ରାତ୍ରୀ ମେଳା ବାତିଲ ହୋଇଛି। ସୋମବାର ସନ୍ଧ୍ୟାରେ ସ୍ଥାନୀୟ ପୌର ପରିଷଦ ସଭାଗୃହରେ ଦଧିବାମନ ଟ୍ରଷ୍ଟ ଅଧ୍ୟକ୍ଷ ତଥା ଉପଜିଲାପାଳ ସୋମେଶ ଉପାଧ୍ୟାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଟ୍ରଷ୍ଟି, ସେବାୟତ ତଥା ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଏନେଇ ସହମତି ପ୍ରକାଶ ପାଇଛି। ଦୀର୍ଘ ୭୦ ବର୍ଷ ଧରି ପର୍ଯ୍ୟଟନ କ୍ଷେତ୍ର ମାନ୍ୟତା ପ୍ରାପ୍ତ ଏହି ଶୈବ ପୀଠରେ ମହାଶିବରାତ୍ରୀ ଅନୁଷ୍ଠିତ ହେବା ସହ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ। ତେବେ କରୋନାର ନୂତନ ଷ୍ଟ୍ରେନ ଦେଶର ବିଭିନ୍ନ ରାଜ୍ୟ ତଥା ପଡୋଶୀ ଛତିଶଗଡ, ପଶ୍ଚିମବଙ୍ଗକୁ ପ୍ରବେଶ କରିସାରିଛି। ତେଣୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ମେଳାକୁ ବାତିଲ କରିବାକୁ ଉପଜିଲାପାଳ ପ୍ରସ୍ତାବ ଦେଇଥିଲେ। ଏସ୍‌ଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ଟ୍ରଷ୍ଟି ଭବାନୀ ହୋତା, ସଞ୍ଜିବ ପାଢୀ, ସେବାୟତ ପଞ୍ଚାନନ ପାଢୀ, ପଙ୍କଜ ପାଢୀ, ବ୍ରାହ୍ମଣ ସମାଜ ସଭାପତି ବିଶ୍ୱରାମ ଠାକୁର, ନାଗରିକ କମିଟି ସଭାପତି ରାଧାକାନ୍ତ ପାଢୀ, ବାର ଆସୋସିଏଶନ ସଭାପତି ପ୍ରଭାସ ବହିଦାର, ପିତାମ୍ବର ବଗର୍ତ୍ତି, ଏମ୍‌ପି ପ୍ରତିନିଧି ପ୍ରଶାନ୍ତ ଷଡଙ୍ଗୀ, କେପିଏସଏସ ସମ୍ପାଦକ ଉପେନ୍ଦ୍ର ବାଗ, ରଣଜିତ ପୃଷ୍ଟି, ରାଜେଶ ପ୍ରଧାନ, ହରି ବହିଦାର ପ୍ରମୁଖ ମେଳା ବନ୍ଦ ରଖିବାକୁ ମତ ରଖିଥିଲେ। ମନ୍ଦିର ଭିତରକୁ କରୋନା ଟେଷ୍ଟିଙ୍ଗ ପରେ ପରିଚୟ ପତ୍ର ସହ କେବଳ ସେବାୟତଙ୍କୁ ପ୍ରବେଶ ଅନୁମତି ମିଳିବ। ମନ୍ଦିର ବାହାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ସହ ଭକ୍ତଙ୍କ ଦର୍ଶନ, ଗହଳି ସମ୍ପୁର୍ଣ୍ଣ ନିଷେଧ ରହିବ। ପ୍ରଶାସନ ଦ୍ୱାରା ସ୍ବତନ୍ତ୍ର ଭାବରେ ୟୁଟ୍ୟୁବ, ଫେସବୁକ ଲାଇଭ ଆଦି ସାମାଜିକ ଗଣମାଧ୍ୟମରେ ମନ୍ଦିରର ସମସ୍ତ ନୀତିକାନ୍ତ ପ୍ରସାରଣ କରାଯିବ। କରୋନା ମହାମାରିରୁ ସୁରକ୍ଷା ପାଇଁ ଜନସାଧାରଣ ସହଯୋଗ କରିବାକୁ ବୈଠକରେ ନିବେଦନ କରାଯାଇଛି। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗ ସାଜିଥିଲେ ସଇତାନ: ମନୀଷଙ୍କୁ ମାରି ପୋଖରୀରେ ଫିଙ୍ଗି ଦେଇଥିଲେ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଉପରୁ ପରଦା ହଟିଛି। ମୃତ୍ୟୁ ପଛର ରହସ୍ୟ ଖୋଲିଛନ୍ତି ଭୁବନେଶ୍ୱର ଡିସିପି...

ଅର୍ଚ୍ଚିତାଙ୍କୁ ‘ଅମ୍ରିଶ୍‌ ପୁରୀ’ ଆଓ୍ବାର୍ଡ

ଭୁବନେଶ୍ୱର,୨୮-୮(ବ୍ୟୁରୋ)- ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଅର୍ଚ୍ଚିତା ସାହୁ ୨୦୧୯ ପାଇଁ ଅମ୍ରିଶ ପୁରୀ ଆଓ୍ବାର୍ଡ ଅଫ୍‌ ଏକ୍ସଲେନ୍ସ ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ...

ବାରିପଦା, ଝାରସୁଗୁଡ଼ାରେ ୪୪ ଡିଗ୍ରୀ ଟପିଲା ପାରଦ

ଭୁବନେଶ୍ୱର,୧୮ା୪(ବ୍ୟୁରୋ)-ଗତ କିଛିଦିନ ହେବ ପ୍ରଚଣ୍ଡ ଗ୍ରୀଷ୍ମରେ ସାରା ରାଜ୍ୟ ଆଉଟୁପାଉଟୁ ହେଉଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉପକୂଳଠାରୁ ଉପାନ୍ତ ସବୁଠି ତାତିର ପ୍ରକୋପ ପରିବେଶକୁ ଉତ୍ତପ୍ତ...

ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣା: ୪ ନିଖୋଜଙ୍କ ପତ୍ତା ମିଳୁନି

ପରଜଙ୍ଗ, ୮।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅଧୀନ ରୋଡ୍‌ ପଞ୍ଚାୟତ କୁନ୍ଦନଦେଈପୁର ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ଡଙ୍ଗାବୁଡ଼ି ଘଟଣାକୁ ପାଖାପାଖି ୧୮ ଘଣ୍ଟା...

ଆମର ସଂଖ୍ୟା ହେଉନି, ଆମେ ଲଢ଼ିବୁନି: ପ୍ରଦୀପ୍ତ ନାୟକ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ରାଜ୍ୟ ସଭା ପ୍ରାର୍ଥୀ ନିମନ୍ତେ ବୁଧବାର ନାମାଙ୍କନ ଦାଖଲର ଶେଷ ଦିନ। ବିଜେଡି ପକ୍ଷରୁ ୪ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ...

ଏମ୍‌ପିଇଡିଏ ସଦସ୍ୟ ହେଲେ ମାନସ ମଙ୍ଗରାଜ

ଭୁବନେଶ୍ବର, ୨୯ା୭(ବ୍ୟୁରୋ): ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ ମିଳିଛି। ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ ଓ ଉନ୍ନୟନ କର୍ତ୍ତୃପକ୍ଷ ତଥା ଏମ୍‌ପିଇଡିଏର ସଦସ୍ୟ...

ଓସ୍କାର ଦୌଡ଼ରେ ଆଉ ଜଣେ ଓଡ଼ିଆଙ୍କ ଚଳଚ୍ଚିତ୍ର: ବିଶ୍ୱ ଦରବାରରେ ଓଡ଼ିଶାକୁ ସଫଳତା

ଭୁବନେଶ୍ୱର,୩ା୧(ବ୍ୟୁରୋ): ନକଲ ତଥା କପି ପେଷ୍ଟ୍‌ର ଟ୍ରେଣ୍ଡ୍‌କୁ ନେଇ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ବିଭିନ୍ନ ସମୟରେ ସମାଲୋଚିତ ହେଉଥିବାବେଳେ ମୌଳିକଧର୍ମୀ ଫିଲ୍ମ ଦେଖିବାକୁ ପାଉ ନ...

୮ରୁ ରାଜ୍ୟ ବାର୍‌ କାଉନ୍‌ସିଲ୍‌ ନିର୍ବାଚନ ଭୋଟ ଗଣତି

କଟକ ଅଫିସ,୪।୬: ରାଜ୍ୟ ବାର୍‌ କାଉନ୍‌ସିଲ୍‌ ନିର୍ବାଚନର ଭୋଟ ଗଣତି ଆସନ୍ତା ୮ରୁ ଆରମ୍ଭ ହେବ। ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। କାଉନ୍‌ସିଲ୍‌ର ନିର୍ବାଚନ ପରିଚାଳନା...

Advertisement
Archives

Model This Week