Posted inଜାତୀୟ

ଯେଶାକୁ ତେସା: ବ୍ରିଟେନରୁ ଆସିଥିବା ୭ଶହ ଯାତ୍ରୀ ୧୦ ଦିନ ପାଇଁ କ୍ୱାରାଣ୍ଟାଇନରେ

ନୂଆଦିଲ୍ଲୀ,୫ ।୧୦: ବ୍ରିଟେନର ଯାତ୍ରା ପ୍ରତିବନ୍ଧକୁ ନେଇ ଯେଶାକୁ ତେସା ନୀତି ଆପଣାଛି ଭାରତ । ସୋମବାର ଲଣ୍ଡନରୁ ଦିଲ୍ଲୀ ପହଞ୍ଚିଥିିବା ପ୍ରାୟ ୭୦୦ ଯାତ୍ରୀଙ୍କୁ ଅନିର୍ବାଜ୍ୟ ୧୦ ଦିନ ପାଇଁ କ୍ୱାରାଣ୍ଟାଇନକୁ ପଠାଇ ଦିଆଯାଇଛି । ଏହା ପୂର୍ବରୁ ବ୍ରିଟେନ ଅକ୍ଟୋବର ୪ରେ ଯାତ୍ରୀଙ୍କ ନିମୟରେ ସାମାନ୍ୟ ଢିଲା କରିଥିବା ବେଳେ ଭାରତରୁ ଆସୁଥିବା ଯାତ୍ରୀଙ୍କ ପାଇଁ କ୍ୱାରାଣ୍ଟାଇନ ସର୍ତ୍ତ ରଖିଥିଲା । ଏବେ ଏହାର ଜବାବ ଦେଇଛି ଭାରତ । ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନୂଆ ଭିଜା ନିୟମ ରବିବାର ରାତିରୁ କାର୍ଯ୍ୟ ଆରମ୍ଭ କରିଛି । ଏହାପରେ ବ୍ରିଟେନରୁ ୩ଟି ବିମାନ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲେ । ଏଥିରେ ଥିବା ସମସ୍ତ ୭୦୦ ଯାତ୍ରୀଙ୍କୁ ୧୦ ଦିନ ପାଇଁ କ୍ୱାରାଣ୍ଟାଇନକୁ ପଠାଇ ଦିଆଯାଇଛି । ଦିଲ୍ଲୀ ସରକାରଙ୍କ ଏକ ଦଳ ବିମାନ ବନ୍ଦରରେ ଉପସ୍ଥିତ ରହି ଯାତ୍ରୀମାନଙ୍କୁ କ୍ୱାରାଣ୍ଟାଇନକୁ ପଠାଇ ଦେଇଥିଲେ । ଏବେ ଏହାପରେ ପୁଣିଥରେ ଦିଲ୍ଲୀ ସରକାରଙ୍କ ଏକ ଟିମ୍ ଏମାନେ କ୍ୱାରାଣ୍ଟାଇନ ସମୟରେ ସମସ୍ତ ନିୟମ ପାଳନ କରୁଛନ୍ତି କି ନା ତାହାର ତଦାରଖ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୮ ଘଣ୍ଟା ପରିଶ୍ରମ କରୁଛନ୍ତି ୯୧ ବର୍ଷୀୟ କୃଷକ

କଲାବୁରାଗି,୨୪।୧୦: କର୍ନାଟକ କଲାବୁରାଗିର ୯୧ ବର୍ଷୀୟ କୃଷକ ବଶଭାନପ୍ପା ପାଟିଲ ଦିନକୁ ୮ ଘଣ୍ଟା ତାଙ୍କ ଫାର୍ମରେ ପରିଶ୍ରମ କରୁଥିବା କୁହନ୍ତି। ଆଉ ଆଜିବି ସେ...

ନିର୍ବାଚନୀ ରାଲି ସମ୍ଭବ ନୁହେଁ

ନୂଆଦିଲ୍ଲୀ,୭।୧: କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ବଡ଼ ରାଲି ଓ ରୋଡ୍‌ ଶୋ’ ଆୟୋଜନ କରିବା ସମ୍ଭବ ନୁହେଁ ବୋଲି ନୀତି ଆୟୋଗ ସଦସ୍ୟ ତଥା ଭାରତର...

ଦେଶର ପ୍ରଥମ କିନ୍ନର ବିଶ୍ୱବିଦ୍ୟାଳୟ

ଲକ୍ଷ୍ନୌ,୨୬।୧୨: ଦେଶର ପ୍ରଥମ କିନ୍ନର ବିଶ୍ୱବିଦ୍ୟାଳୟ ଉତ୍ତରପ୍ରଦେଶର କୁଶୀନଗରଠାରେ ସ୍ଥାପିତ ହୋଇଛି। ଏହାକୁ ଅଖିଳ ଭାରତୀୟ କିନ୍ନର ଶିକ୍ଷା ସେବା ଟ୍ରଷ୍ଟ୍‌ ପକ୍ଷରୁ ସ୍ଥାପନା କରାଯାଇଛି।...

ହୋଲି ପାଳନକୁ ବିରୋଧ କରିବାରୁ ମହିଳାଙ୍କୁ ହତ୍ୟା

ଲକ୍ଷ୍ନୌ,୨୯।୩ : ଉତ୍ତର ପ୍ରଦେଶର ଏଟାଓ୍ବା ଜିଲାର ମେବତି ତୋଲା ଅଞ୍ଚଳରେ ହୋଲି ପାଳନକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହି...

୨୮ରୁ ମହାରାଷ୍ଟ୍ରରେ ନାଇଟ୍‌ କର୍ଫ୍ୟୁ

ମୁମ୍ବାଇ,୨୬।୩ : ମହାରାଷ୍ଟ୍ରରେ ରବିବାର ଠାରୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ଏ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। କରୋନା ଆକ୍ରାନ୍ତଙ୍କ...

ଭାଜପା ଏଏପି ବିଧାୟକଙ୍କୁ କିଣିବାରେ ଫେଲ୍‌ ମାରିଛି: କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୯।୮: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ସୋମବାର ବିଧାନସଭାରେ ବିଶ୍ୱାସ ପ୍ରସ୍ତାବ ଆଗତ କରିଛନ୍ତି। ବିଧାନସଭାରେ ଏହି ପ୍ରସ୍ତାବ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ...

‘ରାଜୀବ ଗାନ୍ଧୀ କିଶାନ ନ୍ୟାୟ ଯୋଜନା’ ଘୋଷଣା କଲେ ଛତିଶଗଡ଼ ସରକାର

ରାୟପୁର,୨୧।୫:ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ରାଜୀବ ଗାନ୍ଧୀଙ୍କ ୨୯ତମ ଶ୍ରାଦ୍ଧ ଦିବସ ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଗୁରୁବାର ୫,୭୦୦କୋଟି ଟଙ୍କାର ‘ରାଜୀବ ଗାନ୍ଧୀ...

କରୋନାର ନୂଆ ଭାରିଆଣ୍ଟକୁ ନେଇ ପୁଣି ଚିନ୍ତାରେ ବିଶ୍ୱ

କେପ୍‌ଟାଉନ/ନୂଆଦିଲ୍ଲୀ,୨୬।୧୧: ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହି ଭାରିଆଣ୍ଟ ଦୃତଗତିରେ ବ୍ୟାପୁଛି । ଗବେଷଣା ପରେ ବୈଜ୍ଞାନିକମାନେ କରିଛନ୍ତି ଯେ,...

Advertisement
Archives

Model This Week