Posted inଜାତୀୟ

ହସ୍ପିଟାଲ-ହଷ୍ଟେଲ ନିର୍ମାଣରେ ୩୦୦ କୋଟି ଖର୍ଚ୍ଚ କରିବେ ତିରୁପତି ବାଲାଜୀ ମନ୍ଦିର ପ୍ରଶାସନ…

ହାଇଦ୍ରାବାଦ,୮।୮ : ତିରୁମାଲା ତିରୁପତି ଦେବସ୍ଥାନମ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ 300 କୋଟି ଟଙ୍କା ଖର୍ଚ୍ଚ କରିବେ। ବିଦାୟୀ ଟ୍ରଷ୍ଟ ବୋର୍ଡର ଚେୟାରମ୍ୟାନ ଓ୍ବାଇ ଭି ସୁବା ରେଡ୍ଡୀ ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ବୋର୍ଡର ଶେଷ ବୈଠକରେ ରେଡ୍ଡୀ କହିଛନ୍ତି ତିରୁପତିଠାରେ ନିର୍ମିତ ଶ୍ରୀ ପଦ୍ମାବତୀ ଚିଲଡ୍ରେନ ହାର୍ଟ ସେଣ୍ଟର ପାଇଁ ୭୬ କୋଟି ଟଙ୍କା ମୂଲ୍ୟର ଉପକରଣ କ୍ରୟ କରାଯାଉଛି। ସଡ଼କ ଦୁର୍ଘଟଣାକୁ ଏଡାଇବା ପାଇଁ ଉଭୟ ଘାଟ ରାସ୍ତାରେ ସୁରକ୍ଷା କାନ୍ଥ ନିର୍ମାଣ ପାଇଁ ୨୪ କୋଟି ଟଙ୍କା ଖର୍ଚ୍ଚ ହେଉଛି।

ରିପୋର୍ଟ ଅନୁଯାୟୀ, ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରର ସଂରକ୍ଷକ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ତିରୁମାଲାରେ ବୈକୁଣ୍ଠମ କମ୍ପ୍ଲେକ୍ସ ପରି ତିରୁଚାନୁରରେ ଭକ୍ତଙ୍କ ପାଇଁ କମ୍ପ୍ଲେକ୍ସ ନିର୍ମାଣ ପାଇଁ ୨୩.୫ କୋଟି ଟଙ୍କା ଖର୍ଚ୍ଚ କରିବେ। ଏସୟୁ ଆୟୁର୍ବେଦିକ ହସ୍ପିଟାଲରେ ଅତିରିକ୍ତ ମହଲା ନିର୍ମାଣ ପାଇଁ ୧୪ କୋଟି ଟଙ୍କା ଖର୍ଚ୍ଚ ହେଉଛି। ସେହିପରି ଆୟୁର୍ବେଦିକ ମହାବିଦ୍ୟାଳୟର ବାଳିକା ହଷ୍ଟେଲରେ ଆଉ ଦୁଇଟି ମହଲା ନିର୍ମାଣ ପାଇଁ ୩ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

ରେଡ୍ଡୀ କହିଛନ୍ତି ଏସଭି କଲେଜ ଅଫ ମ୍ୟୁଜିକ ଆଣ୍ଡ ଡ୍ୟାନ୍ସରେ ବାଳକ ହଷ୍ଟେଲ ନିର୍ମାଣରେ ୧୧ କୋଟି ଟଙ୍କା ଏବଂ ଶ୍ରୀବାଣୀ ଟ୍ରଷ୍ଟ ପାଣ୍ଠି ସହିତ ଭାକୁଲମାଥା ମନ୍ଦିରରେ ବିକାଶ କାର୍ଯ୍ୟ ପାଇଁ ୧୦ କୋଟି ଟଙ୍କା ବ୍ୟବହାର କରାଯିବ। ଏଥିସହ ଶ୍ରୀନିବାସ ସେତୁ ପ୍ରକଳ୍ପର ଅନ୍ତିମ ପର୍ଯ୍ୟାୟ ପାଇଁ ଶ୍ରୀବାଣୀ ଟ୍ରଷ୍ଟ ପାଣ୍ଠି ଅଧୀନରେ ୨୬ଟି ମନ୍ଦିର ନିର୍ମାଣ ପାଇଁ ୧୧୯ କୋଟି ଟଙ୍କା ପ୍ରଦାନ କରାଯିବ। ଟିଟିଡି ଚେୟାରମ୍ୟାନ ଭାବରେ ଲଗାତାର ଦୁଇ ଥର କାର୍ଯ୍ୟ ଶେଷ କରିଥିବା ସୁବା ରେଡ୍ଡୀଙ୍କୁ ତାଙ୍କ ସ୍ଥାନରେ ଓ୍ବାଇଏସଆରସିପି ନେତା ତଥା ତିରୁପତି ବିଧାୟକ ଭୁମନା କରୁଣାକର ରେଡ୍ଡୀ କାର୍ଯ୍ୟ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Mettle Meet 2026: Live Updates: ଆଜି ଗ୍ରାଣ୍ଡ୍‌ ଫିନାଲେ

ଭୁବନେଶ୍ୱର,୯।୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାର ଦଶମ ସଂସ୍କରଣ ‘ମେଟଲ ମିଟ-୨୦୨୬’ ଆରମ୍ଭ ହୋଇଛି। ସ୍ୱସ୍ତି ପ୍ରିମିୟମ ହୋଟେଲ ଠାରେ…

୩୦୦ ଫୁଟ ତଳକୁ ବିମାନ ଖସିବା ଘଟଣା: ପାଇଲଟ୍‌ଙ୍କର ହେଲା ଡ୍ରଗ୍ସ ପରୀକ୍ଷା, ରିପୋର୍ଟରେ ଆସିଲା…

ନୂଆଦିଲ୍ଲୀ,୯ା୮: ଏୟାର ଇଣ୍ଡିଆର ଏକ ବିମାନରେ ସମ୍ପ୍ରତି ଘଟିଥିବା ସମସ୍ୟା ପରେ ଏକ ନୂଆ ଟ୍ବିଷ୍ଟ୍‌ ଆସିଛି। ଅଗଷ୍ଟ ୪ରେ ଫୁକେତରୁ ଦିଲ୍ଲୀ ଯାତ୍ରା କରୁଥିବା ଏୟାର…

ପେନ୍‌ସନ୍‌ଧାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ

ଛତ୍ରପୁର,୯ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ଛତ୍ରପୁର ଶାଖାର ମାସିକ ବୈଠକ ସଭାପତି ସୁରେନ୍ଦ୍ରନାଥ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ…

ଲମ୍ବା କେଶ ପାଇଁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ନୂଆଦିଲ୍ଲୀ,୯।୮: ଭାରତର ଜଣେ ମହିଳା ନିଜର ଅତି ଲମ୍ବା କେଶ ପାଇଁ ଏକ ନୂତନ ଓ୍ବାଲର୍‌ଡ ରେକର୍ଡ ସୃଷ୍ଟି କରିଛନ୍ତି। ଉତ୍ତରାଖଣ୍ଡର ହଲଦଓ୍ବାନୀ ସହରର ରେଣୁ ଧାରିଓ୍ବାଲ…

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ମରଣକୁ ଡାକୁଛି ଆ’…

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲୀ ଲତାଗୁଳ୍ମରେ ଆଚ୍ଛାଦିତ ହୋଇ ରହିଥିବା ଦେଖିବାକୁ…

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଲେ ୪ ଛାତ୍ର

ନୟାଗଡ଼,୯ା୮(ଲୋକନାଥ ମିଶ୍ର): ନୟାଗଡ଼ ଟାଉନ ଥାନା ସାଇ ସାହାରା ଆବାସିକ ସ୍କୁଲରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ଲୁହାରଡ୍‌ରେ ମାଡ଼ ମାରି ଲହୁଲୁହାଣ କରିଦେଇଥିବା…

ହୀରାକୁଦ ଜଳଭଣ୍ଡାରରେ ବୃଦ୍ଧି ପାଉଛି ବନ୍ୟାଜଳ, ପୁଣି ଖୋଲିଲା ଗେଟ୍‌

ସମ୍ବଲପୁର,୯ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ରବିବାର ପୁଣିଥରେ ବିପୁଳ ପରିମାଣର ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ କରିଛି। ଫଳରେ…

କୂଳା ନାଳରେ ଭାସିଗଲେ ବୃଦ୍ଧ: ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ

ମହାକାଳପଡ଼ା, ୯।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଟିକରପଙ୍କା ପଞ୍ଚାୟତର ଟିକରପଙ୍କା ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri