Posted inଜାତୀୟ

ତିରୁମାଲା ତିରୁପତି ଦେବସ୍ଥାନମ ମନ୍ଦିରର ସମ୍ପତ୍ତି ରିପୋର୍ଟ: ବ୍ୟାଙ୍କରେ ୧୪୦୦୦ କୋଟି-୧୪ ଟନ୍‌ ସୁନା-୭,୧୨୩ ଏକର ଜମି…

ତିରୁପତି, ୨୫।୯ : ବିଶ୍ୱର ସବୁଠାରୁ ଧନୀ ହିନ୍ଦୁ ପୂଜା ସ୍ଥଳ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଘୋଷଣା କରିଛି ଯେ ଏହାର ସମଗ୍ର ଦେଶରେ ୯୬୦ଟି ସମ୍ପତ୍ତି ରହିଛି। ଯାହାର ମୂଲ୍ୟ ୮୫,୭୦୫ କୋଟି ଟଙ୍କା। ଗଣମାଧ୍ୟମ ରିପୋର୍ଟ ଅନୁସାରେ ସରକାରୀ ଆକଳନ ଏବଂ ବଜାର ମୂଲ୍ୟ ହିସାବରେ ସମ୍ପତ୍ତିଗୁଡିକ ଅତି କମରେ ଦେଢ଼ ଗୁଣା ଅଧିକ ହୋଇ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ହେବ। ଟିଟିଡି ପକ୍ଷରୁ ଆନୁଷ୍ଠାନିକ ଭାବରେ ସମ୍ପତ୍ତିର ବିବରଣୀ ସାର୍ବଜନୀନ କରାଯାଇଛି।

ତିରୁମାଲା ତିରୁପତି ଦେବସ୍ଥାନମଙ୍କ ସଦ୍ୟତମ ତଥ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଗତ ପାଞ୍ଚ ମାସ ଧରି ମନ୍ଦିର ହୁଣ୍ଡିକୁ ଦାନ ମାଧ୍ୟମରେ ଟିଟିଡିର ମାସିକ ଆୟରେ କ୍ରମାଗତ ବୃଦ୍ଧି ଘଟିଛି। ଚଳିତ ବର୍ଷ ଏପ୍ରିଲରୁ ବର୍ତ୍ତମାନ ପର୍ଯ୍ୟନ୍ତ ହୁଣ୍ଡି ମାଧ୍ୟମରେ ମୋଟ ଦାନ ୭୦୦କୋଟି ଟଙ୍କା ଅତିକ୍ରମ କରିଛି।

ଏହାର ଟ୍ରେଜେରୀରେ ଦିନକୁ ଦିନ ବୃଦ୍ଧି ସହିତ ଟିଟଡି ଆମେରିକା ଭଳି କିଛି ଦେଶ ବ୍ୟତୀତ ଦେଶର ବିଭିନ୍ନ ସ୍ଥାନରେ ମନ୍ଦିର ନିର୍ମାଣ କରୁଛି। ଟିଟିଡି ଅଧ୍ୟକ୍ଷ ୟୁ.ଭି ସୁବା ରେଡ୍ଡୀ ଶନିବାର କହିଛନ୍ତି ଯେ ମନ୍ଦିର ଟ୍ରଷ୍ଟର ସାରା ଦେଶରେ ୭,୧୨୩ ଏକର ଜମି ରହିଛି। ସେ କହିଛନ୍ତି ଯେ ୧୯୭୪ ରୁ ୨୦୧୪ ମଧ୍ୟରେ, ବିଭିନ୍ନ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ,ଟିଟିଡର ଟ୍ରଷ୍ଟ ୧୧୩ ବିଭିନ୍ନ ସମ୍ପତ୍ତି ବିକ୍ରି ହୋଇଛି। ତେବେ ସମ୍ପତ୍ତି ବିକ୍ରୟ ହେବାର କାରଣ ସମ୍ପର୍କରେ ସେ ସ୍ପଷ୍ଟ କରିନାହାଁନ୍ତି।

ସୁବା ରେଡ୍ଡୀ କହିଛନ୍ତି ଯେ ୨୦୧୪ ପରେ ଟିଟିଡି କୌଣସି ସମ୍ପତ୍ତିକୁ ବିକ୍ରି କରି ନାହିଁ ଏବଂ ଭବିଷ୍ୟତରେ ଏହାର କୌଣସି ଅସ୍ଥାବର ସମ୍ପତ୍ତି ବିକ୍ରୟ କରିବାର ଯୋଜନା ନାହିଁ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଟ୍ରଷ୍ଟ ବୋର୍ଡ ପ୍ରତିବର୍ଷ ଟିଟିଡି ସମ୍ପତ୍ତି ଉପରେ ଏକ ଶ୍ୱେତପତ୍ର ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଗତ ବର୍ଷ ପ୍ରଥମ ଶ୍ୱେତପତ୍ର ରିଲିଜ ହୋଇଥିବାବେଳେ ଦ୍ୱିତୀୟ ଶ୍ୱେତପତ୍ର ଟିଟିଡି ୱେବସାଇଟରେ ସମସ୍ତ ସମ୍ପତ୍ତିର ସବିଶେଷ ତଥ୍ୟ ଏବଂ ମୂଲ୍ୟାଙ୍କନ ସହିତ ଅପଲୋଡ ହୋଇଛି। ବିଭିନ୍ନ ବ୍ୟାଙ୍କରେ ୧୪୦୦୦ କୋଟି ଟଙ୍କାରୁ ଅଧିକ ଫିକ୍ସଡ ଜମା ରହିଛି। ସେହିପରି ୧୪ ଟନର ସୁନା ଭଣ୍ଡାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଦୁଲ ଜଙ୍ଗଲକୁ ଯାଇଥିଲେ ବେତେସା: ହଠାତ୍‌ ଆକ୍ରମଣ କଲା ମହୁମାଛି, ଆଉ ତା’ପରେ…

ମୋହନା,୧୩।୧୦(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ମହୁମାଛି ଆକ୍ରମଣରେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଗୁରୁତର ହୋଇପଡ଼ିଛନ୍ତି। ଗୁରୁତର ବ୍ୟକ୍ତି ହେଉଛନ୍ତି କଟାମା ପଞ୍ଚାୟତ ଅନ୍ତର୍ଗତ…

ଭିଜିଲାନ୍ସ ଜାଲରେ ସଇଁତଳା RI: ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଲାଞ୍ଚ ନେବା ଅଭିଯୋଗରେ ବଲାଙ୍ଗୀର ଜିଲା ସଇଁତଳା ରାଜସ୍ବ ସର୍କଲର ରାଜସୱ ନିରୀକ୍ଷକ (RI) ଆଲନ ବେହେରାଙ୍କୁ ଓଡ଼ିଶା ଭିଜିଲାନ୍ସ ମାଡ଼ିବସିଛି।…

କେତେ ଟଙ୍କା ପାଆନ୍ତି ରାଜ୍ୟପାଳ? ମାସିକ ୩.୫ ଲକ୍ଷ ଦରମା ସହ ଜାଣନ୍ତୁ ତାଙ୍କୁ ମିଳୁଥିବା ସମସ୍ତ ସରକାରୀ ସୁବିଧା

ନୂଆଦିଲ୍ଲୀ,୧୩।୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ଏହାଦ୍ୱାରା ଅନେକ ସାମ୍ୱିଧାନିକ ପଦବୀରେ ପରିବର୍ତ୍ତନ ଘଟିଛି। ସିକିମର ପୂର୍ୱତନ ରାଜ୍ୟପାଳ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

SIRକୁ ନେଇ ରାଜନୈତିକ ହଟଚମଟ ମଧ୍ୟରେ ଭାଜପାର ବଡ଼ ବିଜୟ, ବିରୋଧୀଙ୍କୁ ଲାଗିଲା ଝଟ୍‌କା

ଗାନ୍ଧୀନଗର,୧୩।୧୦: ଗୁଜରାଟରେ ସ୍ଥାନୀୟ ନିକାୟ ନିର୍ବାଚନର ଭୋଟ ଗଣତି ଶେଷ ହେବା ପରେ ଗାନ୍ଧୀନଗର ମ୍ୟୁନିସିପାଲ କର୍ପୋରେସନ, ଓଖା ଓ ଥାରାରେ ଭାଜପା ଚମତ୍କାର ବିଜୟ ହାସଲ…

ବଡ଼ ନିଷ୍ପତ୍ତି; ଅକ୍ଟୋବର ୧୫ରୁ UPI ଉପରେ ଲାଗୁ ହେବନି MDR ଚାର୍ଜ, ଜାଣନ୍ତୁ କେବେଠୁ…

ନୂଆଦିଲ୍ଲୀ,୧୩।୧୦: ଡିଜିଟାଲ୍‌ ପେମେଣ୍ଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । UPI ପେମେଣ୍ଟ୍‌ ଉପରେ ନୂଆ ଚାର୍ଜ ଲାଗୁ କରିବା ନିଷ୍ପତ୍ତିକୁ ଦୀପାବଳି ପର୍ଯ୍ୟନ୍ତ ସ୍ଥଗିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?