ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ମଧ୍ୟ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ବେଳାଭୂମି ଦେଖିବାକୁ ମିଳୁଛି। ସେଠାରେ କେତେଜଣ ବାଲିରେ ଘର ତିଆରି କରୁଥିବା ବେଳେ କୁକୁର ଛୁଆଟି ମଧ୍ୟ ବାଲିଘର କରିବାରେ ମାତି ଯାଇଛି।
ଏହି ଭିଡିଓକୁ ଆନିମଲ୍ ଲାଇଫ୍ ଟୁଇଟର ହ୍ୟାଣ୍ଡେଲ୍ରେ ଶେୟାର କରାଯାଇଛି। କ୍ୟାପଶନ୍ରେ ଲେଖାଯାଇଛିି, ‘କ୍ଷୁଦ୍ର ସହାୟକ’ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି।
Tiny helper pic.twitter.com/1lt06D3tcX
— Animal Life (@animalIife) March 15, 2021