ବଦଳୁଛି ସମୟ, ମାଟି ଘରକୁ ଦିଆଯାଉଛି ନୂଆ ରୂପ: ସ୍ବଚ୍ଛତାକୁ ପ୍ରାଧାନ୍ୟ

ଦାରିଙ୍ଗବାଡି, ୭।୨ (ଅରୁଣ ସାହୁ): ଜୀବନରେ ସମସ୍ତଙ୍କ ସ୍ବପ୍ନ ଥାଏ ଭଲ ଘର ଟିଏ କରି ପରିବାର ସହ ସୌଖିନ ଜୀବନଯାପନ କରିବାକୁ। ଏହି ସ୍ବପ୍ନ କାହାର ପୂରଣ ହୁଏତ ଆଉ କାହାକୁ ଏଥିପାଇଁ ସଂଘର୍ଷ କରିବାକୁ ପଡିଥାଏ। ଆଉ କିଛି ଲୋକ ସେ ସ୍ବପ୍ନ ପୂରଣ କରିବାକୁ ସାରା ଜୀବନ ବିତାଇଥିଲେ ମଧ୍ୟ ସ୍ବପ୍ନ କେବଳ ସ୍ବପ୍ନରେ ଅଟକି ଯାଇଥାଏ। ହେଲେ ଏମିତି ଏବେ ମଧ୍ୟ ଦେଖିବାକୁ ମିଳୁଛି, ସେଇ ପୁରୁଣା ମାଟି କାନ୍ଥରେ ତିଆରି ହୋଇଥିବା ଘର କେବଳ ବଦଳିଯାଇଛି। ଚାଳ ଛପର ବଦଳରେ ଆଜିବେଷ୍ଟସ। ଏହାର ମଧ୍ୟ ଅନେକ କାରଣ। ସେଥିମଧ୍ୟରୁ ଗୋଟିଏ ହେଉଛି ଆଉ ଛଣ ମିଳୁନାହିଁ। ତେଣୁ ଲୋକେ ବାଧ୍ୟ ହୋଇ ପକାଉଛନ୍ତି।

କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏବେ ମଧ୍ୟ ଗାଁ ଗାଁରେ ମାଟି କାନ୍ଥ ଓ କାଠ ପଟାରେ ଗୃହ ରହିଛି। ତାକୁ କିଛି ଦିନ ବ୍ୟବଧାନରେ ମାଟି ଦେଇ ମରାମତି କରାଯିବା ସହ ଲାଲ ରଙ୍ଗର ମାଟିକୁ ବତୁରାଇ ସେଥିରେ ଗୋବର କାଠ ଅଙ୍ଗାର ଦେଇ ରଙ୍ଗ ବେରଙ୍ଗ କରି ଲିପାଯାଇଥାଏ। ବିଶ୍ୱାସ ରହିଛି, ଗୋବର ଓ ଏହି ଲାଲ ମାଟିରେ ଲିପାଯିବା ଦ୍ୱାରା କୌଣସି ଜୀବାଣୁ, ଭୁତାଣୁ ଘରକୁ ଆକ୍ରମଣ କରିବ ନାହିଁ। ଘର ସୁନ୍ଦର ଓ ସ୍ବଛ ଦେଖାଯିବା ସହ ଏହାର ପରିବେଶ ଅତି ସୁନ୍ଦର ଦିଶିବ। ତେଣୁ ଏଭଳି ଘରେ ଜୀବନ ବିତାଇବା ଦ୍ୱାରା ଅନେକ ନିରୋଗ ରହିବା ସହ ଶୀତ ତାପ ନିୟନ୍ତ୍ରଣ ମଧ୍ୟ ରହୁଥିବା କୁହାଯାଉଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବସ୍ତାନିରୁ ସ୍କୁଲ ବ୍ୟାଗ: ଭାରରୁ ବିଚାର ପର୍ଯ୍ୟନ୍ତ

ପିଲାବେଳେ କାନ୍ଧରେ ବସ୍ତାନି ପକେଇ ସ୍କୁଲ ଗଲାବେଳର ସ୍ମୃତି ନିଆରା। ଆଜିର ସ୍କୁଲ ବ୍ୟାଗକୁ ଦେଖିଲେ ଲାଗେ, ସେହି ବସ୍ତାନିର ସରଳତା ଓ ସ୍ନେହ ଏବେ ମଧ୍ୟ…

ପ୍ରତିବାଦରେ ବାଧା

ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ ଏକ ଅଦ୍ଭୁତ ବିତର୍କ ଦେଖିବାକୁ ମିଳିଥିଲା। ସରକାରଙ୍କୁ ପଚରାଯାଇଥିଲା, ପ୍ରତିବାଦ ପାଇଁ ଯନ୍ତରମନ୍ତର ଅଞ୍ଚଳକୁ ବ୍ୟବହାର କରିବାକୁ କାହିଁକି ବନ୍ଦ କରାଯାଉନାହିଁ।…

ଘର ଭାଙ୍ଗିଦେଇଛି ପ୍ରଶାସନ, ହସ୍ପିଟାଲରେ ମୃତଦେହ

ବଲାଙ୍ଗୀର,୯।୮(ବୀରେନ୍ଦ୍ର କୁମାର ଝାଙ୍କର): ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକର ତବଲବାଞ୍ଜି ଗାଁରେ ବିସ୍ଥାପନର ଏକ କରୁଣ ଚିତ୍ର ଲୋକଲୋଚନକୁ ଆସିଛି। ଦୁର୍ଘଟଣାରେ ଗୁରୁତର ଆହତ…

Mettle Meet 2026: ଆଜି ଗ୍ରାଣ୍ଡ୍‌ ଫିନାଲେ, ମୁହାଁମୁହିଁ ହେବେ ୮ ଲେଖାଏ ଟିମ୍‌

ଭୁବନେଶ୍ୱର,୯।୮(ବନ୍ଦନା ସେଠୀ/ସୁଚିସ୍ମିତା ସାହୁ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଶନିବାର ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ଦଶମ ସଂସ୍କରଣ ‘ମେଟଲ୍‌ ମିଟ୍‌-୨୦୨୬’ ଆରମ୍ଭ ହୋଇଛି। ସ୍ୱସ୍ତି…

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଘରେ କେହି ନ ଥିଲେ, ତାଲା ଭାଙ୍ଗି ୫.୫ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ …

ପାରଳାଖେମୁଣ୍ଡି,୮|୮(ଗିରିଧାରୀ ପରିଛା)- ପାରଳାଖେମୁଣ୍ଡି ସହର ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବା ଏକ ବଡ଼ ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଏକ ବଡ଼ଧରଣର ଚୋରି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri