Posted inଜାତୀୟ

ଆଜି ଯାଏ ଏହି ରାଜ୍ୟରୁ ଜଣେ ବି ହୋଇନାହାନ୍ତି ପ୍ରଧାନମନ୍ତ୍ରୀ, ଓଡ଼ିଶା କଥା ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୫।୨: ଭାରତୀୟ ରାଜନୀତିରେ ପ୍ରାୟ ସବୁ ରାଜ୍ୟର କିଛି ନା କିଛି ଗରୁତ୍ୱପୂର୍ଣ୍ଣ ଭୂମିକା ରହିଆସିଛି । ଅନେକ ରାଜ୍ୟରେ ବଡ଼ ବଡ଼ ଚେହେରାଙ୍କ ଉତ୍ଥାନ ଓ ପତ୍ତନ ଦେଖିବାକୁ ମିଳିଛି । କୁହାଯାଏ କେନ୍ଦ୍ରରେ ସରକାରର ରାସ୍ତା ଉତ୍ତର ପ୍ରଦେଶ ଦେଇ ଆସିଥାଏ । କାରଣ ଭାରତୀୟ ରାଜନୀତିରେ ଉତ୍ତର ପ୍ରଦେଶ ବେଶ ଗରୁତ୍ୱ ରଖିଆସିଛି । କାରଣ ୟୁପିରେ ଲୋକ ସଭା ସିଟ ସଂଖ୍ୟା ଅଧିକ । ଯାହା କେନ୍ଦ୍ରରେ ସରକାର ଗଠନ କରିବାରେ ବେଶ ଗରୁତ୍ୱ ବହନ କରୁଛି ଏହି ରାଜ୍ୟ । ଆଉ ସବୁଠୁ ବଡ଼ କଥା ହେଉଛି ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶରୁ ହିଁ ସର୍ବାଧିକ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ଦେଶକୁ ୯ ଜଣ ପ୍ରଧାନମନ୍ତ୍ରୀ ଦେଇଛି ଉତ୍ତର ପ୍ରଦେଶ ଯାହାକି ସର୍ବାଧିକ ।

ଏବେର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୋମ ଷ୍ଟେଟ ଅବଶ୍ୟ ଗୁଜରାଟ । କିନ୍ତୁ ସେ ୩ଟି ଯାକ ଟର୍ମରେ ବାରାଣସୀ ଲୋକସଭା ଆସନରୁ ହିଁ ର୍ନିବାଚିତ ହୋଇଛନ୍ତି । ପିଏମ ମୋଦିଙ୍କୁ ବାରାଣସୀରୁ ପ୍ରଧାନମନ୍ତ୍ରୀ ସିଟ ଯାଏ ଚୟନ କରିବାରେ ଉତ୍ତର ପ୍ରଦେଶ ହିଁ ରହିଛି । ତେବେ ଆପଣ ଜାଣିଛନ୍ତି କି, କେଉଁ ରାଜ୍ୟରୁ ବର୍ତ୍ତମାନ ସୁଦ୍ଧା କେହି ଜଣେ ବି ପ୍ରଧାନମନ୍ତ୍ରୀ ହୋଇନାହାନ୍ତି?

ସର୍ବାଧିକ ପ୍ରଧାନମନ୍ତ୍ରୀ ୟୁପିରୁ ରହିଛନ୍ତି । ସେମାନେ ହେଉଛନ୍ତି ଜବାହାର ଲାଲ ନେହରୁ, ଲାଲ ବାହାଦୂର ଶାସ୍ତ୍ରୀ, ଇନ୍ଦିରା ଗାନ୍ଧୀ, ଚୌଧୁରୀ ଚରଣ ସିଂହ, ରାଜୀବ ଗାନ୍ଧି, ଚନ୍ଦ୍ରଶେଖର, ବିଶ୍ବନାଥ ପ୍ରତାପ ସିଂହ, ଅଟଳ ବିହାରୀ ବାଜପେୟୀ। ତେବେ ବର୍ତ୍ତମାନ ସୁଦ୍ଧା ଓଡ଼ିଶା, ରାଜସ୍ଥାନ, ଉତ୍ତରାଖଣ୍ଡ, ସିକ୍କିମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ମିଜୋରାମ, ହିମାଚଳ ପ୍ରଦେଶ, ବିହାର, ଝାଡଖଣ୍ଡ, ଗୋଆ, ତାମିଲନାଡୁ, କେରଳ ଭଳି ରାଜ୍ୟରୁ କେହି ଜଣେ ବି ପ୍ରଧାନମନ୍ତ୍ରୀ ହୋଇନାହାନ୍ତି ।

ଅନ୍ୟ ରାଜ୍ୟଙ୍କ ମଧ୍ୟରୁ ଆନ୍ଧ୍ର ପ୍ରଦେଶ, କର୍ନାଟକ, ପଞ୍ଜାବ ଓ ଗୁଜରାଟ ଭଳି ରାଜ୍ୟରୁ ପ୍ରଧାନମନ୍ତ୍ରୀ ହୋଇ ସାରିଛନ୍ତି । ପଞ୍ଜାବରୁ ଡକ୍ଟର ମନମୋହନ ସିଂହ, ଇନ୍ଦ୍ର କୁମାର ଗୁଜରାଲ, ଆନ୍ଧ୍ରରୁ ନରସିହ୍ମା ରାଓ, କର୍ନାଟକରୁ ଏଚଡି ଦେବଗେଡା ପିଏମ ସିଟରେ ବସିସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ଜବାହାର ଲାଲ ନେହରୁ ସର୍ବାଧିକ ୪ ଥର ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ନରେନ୍ଦ୍ର ମୋଦି ୩ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟ ଗାଡ଼ି-ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଧାମନଗର ରେଞ୍ଜର

ଧାମନଗର, ୩୦।୬ (ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଅଞ୍ଚଳରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି। ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ…

ବଡ଼ ଅଘଟଣ:  ସ୍କୁଲ ବସ୍‌ ଉପରେ ଭାଙ୍ଗି ପଡ଼ିଲା ବିଶାଳ ଗଛ, ଜଣେ ଛାତ୍ର ମୃତ, ୪ ଗୁରୁତର…

ମୁମ୍ବାଇ,୩୦।୬: ମୁମ୍ବାଇରେ କ୍ରମାଗତ ଭାବେ ହେଉଥିବା ପ୍ରବଳ ବର୍ଷା ମଧ୍ୟରେ ମଙ୍ଗଳବାର ମଧ୍ୟାହ୍ନରେ ଚେମ୍ବୁର ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଚେମ୍ବୁରର ରୋଡ ନମ୍ବର…

ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ: ନାଁ ବଦଳାଇ ଅମୃତସରରୁ କରୁଥିଲେ…

ଭୁବନେଶ୍ୱର, ୩୦।୬: ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ହତ୍ୟା ଘଟଣା: ପୂର୍ବ ପ୍ରେମିକାଙ୍କୁ ଘରେ ପଶି ମାରିଥିଲେ, ଆସିଲା ବଡ଼ ରାୟ

ଭୁବନେଶ୍ବର,୩୦।୬: ବହୁ ଚର୍ଚ୍ଚିତ ଭୀମଟାଙ୍ଗୀ ପ୍ରିୟଙ୍କା ସାହୁ ହତ୍ୟା ଘଟଣାର ମଙ୍ଗଳବାର ରାୟ ପ୍ରକାଶ ପାଇଛି। କୋର୍ଟ ଅଭିଯୁକ୍ତ ଯାଜପୁରର ଜଗନ୍ନାଥ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ…

ସଂସଦର ସବୁଠାରୁ ଧନୀ ଏମ୍ପି କିଏ? ଜାଣନ୍ତୁ କେଉଁ ଦଳ ସବୁଠାରୁ ଅଧିକ ମାଲାମାଲ୍!

ନୂଆଦିଲ୍ଲୀ,୩୦।୬: ଦେଶର ସଂସଦରେ ରାଜନୀତି ସହିତ ସମ୍ପତ୍ତିର ପରିମାଣ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରୁଛି। ଗୋଟିଏ ପଟେ ଲୋକ ସଭାରେ କୋଟିପତି ଏମ୍ପିଙ୍କ ସଂଖ୍ୟା କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri