Posted inଖେଳ

ତିଳକ ବର୍ମାଙ୍କ ପ୍ରଥମ ଅର୍ଦ୍ଧଶତକ

ଗୁଏନା,୭ା୮: ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ତିଳକ ବର୍ମା। କ୍ୟାରିୟରର ଦ୍ୱିତୀୟ ମ୍ୟାଚ୍‌ ଖେଳୁଥିବା ହାଇଦ୍ରାବାଦର ଏହି ୨୦ ବର୍ଷୀୟ ଖେଳାଳିଙ୍କ ୫୧ ରନ୍‌ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ହରାଇ ୧୫୨ ରନ୍‌ ସଂଗ୍ରହ କରିଛି। ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଦଳ ଗୋଟିଏ ପରିବର୍ତ୍ତନ ସହ ଓହ୍ଲାଇଥିଲା। ଆହତ କୁଲଦୀପ୍‌ ଯାଦବଙ୍କ ସ୍ଥାନରେ ରବି ବିଷ୍ଣୋଇଙ୍କୁ ସାମିଲ କରାଯାଇଥିଲା।
ଭାରତର ଦୁଇ ଓପନର ଇଶାନ୍‌ କିଶନ୍‌(୨୭) ଓ ଶୁବମାନ ଗିଲ୍‌(୭) ପ୍ରଥମ ଉଇକେଟରେ ୧୬ ରନ୍‌ ଯୋଡିଥିଲେ। ଆଲଜାରି ଯୋଶେଫଙ୍କ ବଲରେ ଗିଲ୍‌ ଆଉଟ ହେବା ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ବିଶେଷ କିଛି କରି ପାରି ନ ଥିଲେ। ମାତ୍ର ୧ ରନ୍‌ କରି ସେ କାଇଲ ମେୟର୍ସଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ। ପ୍ରଥମ ମ୍ୟାଚ୍‌ରେ ୪୧ ରନ୍‌ କରିଥିବା ତିଳକ କ୍ରିଜ୍‌ରେ ଯୋଗ ଦେଇ ଇଶାନ କିଶନଙ୍କ ସହିତ ୪୨ ରନ୍‌ ଯୋଡିଥିଲେ। ଇଶାନ ୨୩ ବଲ୍‌ ଖେଳି ଦୁଇଟି ଲେଖାଏ ଛକା ଓ ଚୌକା ମାରିଥିଲେ। ପରେ ସଞ୍ଜୁ ସାମସନ୍‌ ମାତ୍ର ୭ ରନ୍‌ କରି ଆଉଟ ହେବାରୁ ଭାରତ ୭୬ ରନ୍‌ରେ ୪ ଉଇକେଟ ହରାଇଥିଲା। ତିଳକ ୪୧ ବଲ୍‌ ଖେଳି ୫ ଚୌକା ଓ ୧ ଛକା ସହିତ ୫୧ ରନ୍‌ କରିବାରୁ ଭାରତ ଏକ ସମ୍ମାନ ଜନକ ସ୍କୋରରେ ପହଞ୍ଚିଥିଲା। ମାତ୍ର ୧୩ ବଲ୍‌ ବ୍ୟବଧାନରେ ତିଳକ ବର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ୍‌ କରି ଆଉଟ ହେବାରୁ ଭାରତର ସ୍କୋର ୧୫୦ ଛୁଇଁବା ନେଇ ଆଶଙ୍କା ଦେଖା ଦେଇଥିଲା। ଶେଷ ଆଡକୁ ଅକ୍ଷର ପଟେଲ ୧୪, ରବି ବିଷ୍ଣୋଇ ୮* ଓ ଅର୍ଶଦୀପ ସିଂ ୬*ରନ୍‌ ସ୍କୋର କରିବାରୁ ଭାରତର ସ୍କୋର ୧୫୦ ପାର କରିଥିଲା। ଓ୍ବେଷ୍ଟଇଣ୍ଡିଜ୍‌ ପକ୍ଷରୁ ଅଲଜାରି ଯୋଶେଫ୍‌, ଅକିଲ ହୋସେନ ଓ ରୋମାରିଓ ଶେଫର୍ଡ ପ୍ରତ୍ୟେକ ଦୁଇଟି ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ୨୦ ଓଭରରେ ୧୫୨/୭ (ତିଳକ ବର୍ମା-୫୧, ଇଶାନ କିଶନ୍‌-୨୭, ହାର୍ଦ୍ଦିକ ପାଣ୍ଡ୍ୟା-୨୪, ଅଲଜାରି ଯୋଶେଫ୍‌-୨/୨୮, ଅକିଲ ହୋସେନ-୨/୨୯, ରୋମାରିଓ ଶେଫର୍ଡ-୨/୨୮)।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri