ଶିକୁଳାରେ ଟିକିନା ମହାପାତ୍ର ହତ୍ୟା ମାମଲା: ୨ଜଣଙ୍କୁ ବାନ୍ଧିଲା ପୋଲିସ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର

ପୁରୁଷୋତ୍ତମପୁର,୧୨।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଗତମାସ ୨୮ତାରିଖ ରାତିରେ ଟିକିନା ଓରଫ ଦୁଷ୍ମନ୍ତ ମହାପାତ୍ରଙ୍କୁ ବୀଭତ୍ସ ଭାବେ ହାଣି ହତ୍ୟା କରାଯାଇଥିଲା। ଏହାକୁ ନେଇ ପୋଲିସ ମାମଲା ନଂ ୨୪୦/୨୫ ପ୍ରକାରେ ଦୁଇ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫକରି କୋର୍ଟ ଚାଲାଣ କରିଥିବା ଆଇଆଇସି ରାଜେଶ କୁମାର ନାୟକ କହିଛନ୍ତି। ଏହି ଯୁବକ ଦ୍ବୟ ହେଲେ ଶିକୁଳା ଲିଆଖିଆ ସାହିର ମନୋଜ ବେହେରା(୨୫) ଓ ସଞ୍ଜୟ ବେହେରା(୩୦)। ଏହି ହତ୍ୟାକାଣ୍ଡକୁ ନେଇ ଟିକିନାଙ୍କ ଭାଇ ସୁଶାନ୍ତ ମହାପାତ୍ର ଶିକୁଳା ସରପଞ୍ଚଙ୍କ ସମ୍ପର୍କୀୟ ଚାରିଜଣଙ୍କ ସମେତ ୯ଜଣଙ୍କ ନାମ ଉଲ୍ଲେଖ କରିବା ସହ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କର ମଧ୍ୟ ସମ୍ପୃକ୍ତି ରହିଥିବାର ନେଇ ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାଲାଗି ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନକରି ଜିଲାର ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଘଟଣାର ତଦନ୍ତ ଚଳାଇଛି। ମନୋଜ ଓ ସଞ୍ଜୟ କୌଶଳ କ୍ରମେ ଗ୍ରାମରୁ ଚମ୍ପଟ ମାରୁଥିବାବେଳେ ଏସଡିପିଓ ଡ.ଦୀପକ କୁମାର ମିଶ୍ର ଓ ଆଇଆଇସି ରାଜେଶକୁମାର ନାୟକ ସଦଳବଳେ ଯାଇ ଗ୍ରାମନିକଟରୁ ଗିରଫ କରିଛନ୍ତି। ଅନ୍ୟ ସମସ୍ତ ଅଭିଯୁକ୍ତମାନଙ୍କୁ ଅତିଶିଘ୍ର ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି।

ସୂଚନା ଯୋଗ୍ୟ, ଗ୍ରାମରେ ଟିକିନାଙ୍କ ରହିଥିବା ଜମିକୁ କିଛି ବ୍ୟକ୍ତି ଜବରଦଖଲ କରିନେଇଥିବାବେଳେ ଏହାକୁ ଉଚ୍ଛେଦ କରିବା ଘଟଣାକୁ ନେଇ ବିବାଦ ଲାଗି ରହିଥିଲା ଓ ଏହି କାରଣକୁ ନେଇ ହତ୍ୟା କାଣ୍ଡ ଘଟିଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତମାନେ ଏଯାବତ ଫେରାର ଅଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରୁ ୪ଜଣ ଗତ ଫେବୃଆରୀ ୨୮ ତାରିଖରେ ହାଇକୋର୍ଟଙ୍କ ଆଗୁଆ ଜାମିନ ପ୍ରକାରେ ଆସିଥିଲେ। ଜାମିନରେ ଆସିବା ପରେ ପୁଣି ଏଭଳି ହତ୍ୟାକାଣ୍ଡ ଭିଆଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଧୋଇବା ବେଳେ ହଠାତ ବଢ଼ିଗଲା ପାଣିର ସ୍ରୋତ, ବୁଡ଼ିଯାଉଥିବା ବେଳେ ୨ ଜଣଙ୍କୁ…

କେନ୍ଦୁଝର, ୩୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାସ୍ଥିତ କାନପୁର ବୃହତ ଜଳସେଚନ ପ୍ରକଳ୍ପ କେନାଲରେ ଗାଧୋଇବା ସମୟରେ ପ୍ରବଳ ସ୍ରୋତରେ ଭାସି ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ…

ସାଙ୍ଗମାନଙ୍କ ସହ ଶୋଇଥିଲେ, ସାପ କାମୁଡ଼ାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ, ଅଞ୍ଚଳରେ…

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତର ବାର୍ଷିକୋଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାପ…

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri