Posted inଫୁରସତ

ପାଣିକୁ ଏମିତି ଡେଇଁଲା ବାଘ, ଭୟରେ ଦୌଡ଼ିଲା କୁନି ଝିଅ; ଭିଡିଓ ଦେଖିଲେ…

ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ବନ୍ୟଜନ୍ତୁମାନଙ୍କ ସହିତ ଜଡ଼ିତ ଅନେକ ଭିଡିଓ ଭାଇରାଲ ହୋଇଥାଏ। ବେଳେବେଳେ ବନ୍ୟଜନ୍ତୁମାନଙ୍କ ମଧ୍ୟରେ ଝଗଡ଼ା ହେଉ କି ଲୋକଙ୍କୁ ଶିକାର କରିବା ହେଉ ଭାଇରାଲ ହୋଇଥାଏ। ଭିଡିଓ ଦେଖିବା ପରେ ଅନେକ ଲୋକ ଭୟଭୀତ ହୋଇପଡ଼ନ୍ତି। କୌଣସି ଜଙ୍ଗଲ ସଫାରୀ କିମ୍ବା ପ୍ରାଣୀ ଉଦ୍ୟାନକୁ ଯେତିକି ନିରାପଦ କୁହାଯାଇପାରେ ତାହା ସେତିକି ନିରାପଦ ହୋଇ ନ ଥାଏ। କାରଣ ଏହା ଜଙ୍ଗଲୀ ପଶୁମାନଙ୍କର ଆଡ୍ଡା। ମଣିଷ ପରି ସେମାନଙ୍କର ବୁଝି ବିଚାରି କାମ କରିବା ଶକ୍ତି ନ ଥାଏ। ତେଣୁ ପ୍ରତି ମୁହୂର୍ତ୍ତରେ ଏମାନଙ୍କ ପ୍ରତି ଭୟ ରହିଥାଏ। ଏଠାକୁ ଗଲେ ସତର୍କତାର ସହ ଯିବାକୁ ପଡ଼ିଥାଏ।

 

ବନ୍ୟଜନ୍ତୁ ଭାଇରାଲ ସିରିଜରେ ଥିବା ଭୟାନକ ଭିଡିଓଟି ପ୍ରାଣୀ ଉଦ୍ୟାନର ଅଟେ। ଯେଉଁଠାରେ ଏକ ବାଘ ଲମ୍ଫ ପ୍ରଦାନ କରି ପାଣିକୁ ଡେଉଁଛି। ଏହା ଦେଖି କୁନି ଝିଅଟି ଭୟଭୀତ ହୋଇ ଦୌଡ଼ୁଛି। ଭିଡିଓଟି @ figenରେ ଶେୟାର ହୋଇଛି। ଏଥିରେ ଦୁଇଟି ବାଘ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସେମାନଙ୍କ ସାମ୍ନାରେ ଠିଆ ହୋଇ କୁନି ଝିଅଟି ଫଟୋ ଉଠାଇବାକୁ ଚାହୁଁଥିଲା। କିନ୍ତୁ ତା’ପରେ ହଠାତ୍‌ ଏକ ବାଘ ଏପରି ଡେଇଁଲା ଯେ, ଏହା ସିଧାସଳଖ ଆସି ଝିଅଟି ପଛପଟରେ ପଡ଼ିଲା। ଏହା ଦେଖି କୁନି ଝିଅଟି ଭୟରେ ଦୌଡ଼ିଲା। ସୌଭାଗ୍ୟବଶତଃ ଝିଅଟିର କିଛି ହୋଇ ନ ଥିଲା। କାରଣ ଏହା ପଛରେ ଏକ ମୋଟା କାଚର କାନ୍ଥ ଥିଲା। କାନ୍ଥ ନିକଟରେ ଏକ ପୁଲ୍‌ ଥିଲା। ଯାହା ନିକଟରେ ବାଘ ରହୁଥିଲା।

ସୋସିଆଲ ମିଡିଆରେ ଅନେକ ୟୁଜର ବାଘଟି ଝିଅକୁ ଖାଇବା ଉଦ୍ଦେଶ୍ୟରେ ପାଣିକୁ ଡେଇଁଥିଲା ବୋଲି ଲେଖିଛନ୍ତି। ଯାହାକି ସମ୍ପୂର୍ଣ୍ଣ ଭୁଲ୍‌ ଅଟେ। କାରଣ ପ୍ରାଣୀ ଉଦ୍ୟାନର କର୍ମଚାରୀ ବାଘଙ୍କୁ ଯୋଗାଉଥିବା ଖାଦ୍ୟ ଧରିବାକୁ ବାଘଟି ଡେଇଁଥିଲା। ଯାହା ଭିଡିଓକୁ ନିରୀକ୍ଷଣ କରି ଦେଖିଲେ ବୁଝାପଡ଼େ। ତେବେ ସେ ଯାହା ବି ହେଉନା କାହିଁକି ଭିଡିଓଟି ଖୁବ୍‌ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘We Will Kill Trump…’,ପ୍ରତିଶୋଧର ନିଆଁ! ଖାମେନେଇଙ୍କ ଅନ୍ତିମ ସଂସ୍କାର ଭୂମିରୁ ଟ୍ରମ୍ପଙ୍କୁ ମୃତ୍ୟୁ ଧମକ

ତେହରାନ,୯ା୭: ଆମେରିକା ଇରାନର ଆଠଟି ସହର ଉପରେ ଆକ୍ରମଣ କରିଛି । ପ୍ରତିଶୋଧ ସ୍ୱରୂପ, ତେହରାନ ବାହାରିନ ଏବଂ କୁୱେତରେ ଥିବା ଅନେକ ସାମରିକ ଘାଟିକୁ ଟାର୍ଗେଟ…

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବଡ଼ ଡିଲ୍‌: ଚାଇନା-ପାକିସ୍ତାନ ଛାନିଆ

ମେଲବୋର୍ନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ଉପସ୍ଥିତିରେ ମେଲବୋର୍ନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି।…

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ଶସ୍ତା ହେବ ମୋବାଇଲ୍-ଲାପ୍‌ଟପ୍‌, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ୱାୟାରଲେସ୍ ଚାର୍ଜର୍, କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟ ଟିଭି, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ଉପାଦାନଗୁଡ଼ିକ ଉପରେ…

ଦୃଷ୍ଟି ଦେଉନି ଜାତୀୟ ରାଜପଥ ବିଭାଗ: ଖାଲଖମାରେ ଫସିରହୁଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ପଟ୍ଟାଙ୍ଗି,୯।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ କରି ନିର୍ମାଣ…

ପାଠ ପଢ଼ିବାକୁ ଭୁବନେଶ୍ବର ଆସିଥିଲେ ଝିଆରୀ; ବଳାତ୍କାର କରୁଥିଲେ ମଉସା, ସହଯୋଗ କରୁଥିଲେ ମାଉସୀ

ଭୁବନେଶ୍ୱର,୯।୭(ପ୍ରସନଜିତ୍‌ ସାହୁ): ରାଜଧାନୀ ଭୁବନେଶ୍ୱରରେ ଏକ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକା ଝିଆରୀଙ୍କୁ ତାଙ୍କ ମଉସା…

ପିଏମ ମୋଦିଙ୍କ ସ୍ବାଗତ ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ସାରା ବିଶ୍ୱରେ ପଡିଗଲା ଚହଳ

ୱେଲିଂଟନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୩ଟି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଏବେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ସେ ସେଠାରୁ ସିଧାସଳଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri