ନୂଆପଡ଼ା ଜିଲାରେ ପୁଣି ବାଘ ଆତଙ୍କ ,ଭୟରେ ତାଟିକବାଟ ବନ୍ଦ

ନୂଆପଡ଼ା ଅଫିସ,୧୬।୩:ନୂଆପଡ଼ା ଜିଲା ସୁନାବେଡ଼ା ଅଭୟାରଣ୍ୟ ପାଦଦେଶରେ ଥିବା ପ୍ରାୟ ୧୦ଟି ଗାଁରେ କଲରାପତରିଆ ବାଘ ଆତଙ୍କରେ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି। ୧୦ ଦିନ ହେବ ଅଞ୍ଚଳରେ ବାଘ ବୁଲୁଥିବା ବେଳେ ୨ ଗାଈ ଓ ୨ ବାଛୁରୀ ଆକ୍ରମଣ କରି ମାରିଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବୁଧବାର ଭୋରୁ ତରିଆମହୁଆଭଟା ଗାଁର ଏକ ଗୁହାଳରେ ବାଘ ପଶିଥିଲା। ଗାଈ ଶବ୍ଦ ଶୁଣି ଗ୍ରାମବାସୀ ଠେଙ୍ଗାବାଡି ଧରି ପାଟି କରିବାରୁ ବାଘ ପାଖ ଜଙ୍ଗଲକୁ ପଳାଇ ଯାଇଥିଲା।

ସୂଚନାରୁ ପ୍ରକାଶ ଯେ, ନୂଆପଡା ବନାଞ୍ଚଳ ଅଧୀନ ସୁନାବେଡା ଅଭୟାରଣ୍ୟ ପାଦଦେଶରେ ଥିବା ମୁସରଙ୍ଗୀ ସଂରକ୍ଷିତ ଜଙ୍ଗଲରେ ବାଘ ରହିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। କେବଳ ବାଘ ନୁହେଁ, ତା ସହିତ ଛୋଟ ଛୁଆ ମଧ୍ୟ ରହିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ସୁନାବେଡା ଅଭୟାରଣ୍ୟରୁ ଆସି ମୁସରଙ୍ଗୀ ସଂରକ୍ଷିତ ଜଙ୍ଗଲରେ ବାଘୁଣୀ ଛୁଆ ସହ ରହିଥିବା ଲୋକେ ଅନୁମାନ କରୁଛନ୍ତି। ଛୁଆ ଛୋଟ ଥିବାରୁ ଅନ୍ୟ ସ୍ଥାନକୁ ବାଘୁଣୀ ଯାଇପାରୁନାହିଁ। ପାଖ ଗାଁରେ ବୁଲୁଛି ବୋଲି ଲୋକେ କହୁଛନ୍ତି। ଦିନରେ ମୁଷରଙ୍ଗୀ ଜଙ୍ଗଲକୁ ଚାଲି ଯାଉଛି ଓ ରାତ୍ରି ହେଲେ ଜଙ୍ଗଲ ପାଖ ଗାଁକୁ ଆସି ଗୃହପାଳିତ ପଶୁ ଉପରେ ଆକ୍ରମଣ କରୁଛି। ବାଘ ଭୟରେ ମୁସରଙ୍ଗୀ ସଂରକ୍ଷିତ ଜଙ୍ଗଲ ପାଖ ଗାଁଗୁଡିକ ପାସାମାରା, ଡାଳିପଖନା, କୋଟେନ, ଦଳଦଳି, ତରିଆ ମହୁଆଭଟା, ଆମାନାରା, ପାତାଲଘୁଟକୁରି, ମୋହରାଡିହି, ଜରିଡିହି, ପାୱାରତୋଳା ଆଦି ଗାଁରେ ବାଘ ଭୟରେ ତାଟିକବାଟ ବନ୍ଦ ରହୁଛି ଓ ଛୋଟ ଛୁଆଙ୍କୁ ବାହାରକୁ ଛାଡୁନାହାନ୍ତି। ଭୟରେ ଅଞ୍ଚଳର ଚାଷୀମାନେ କ୍ଷେତକୁ ମଧ୍ୟ କାମ କରି ଯାଉନାହାନ୍ତି। ଶିକାର କରିଥିବା ସ୍ଥାନରେ ପଡିଥିବା ପାଦ ଚିହ୍ନରୁ ଏହା ଏକ କଲରାପତରିଆ ବାଘ ବୋଲି ଆମାନାରା ବିଟ୍‌ ବନପାଳ ଚୂଡାମଣି ସରାଫ କହିଛନ୍ତି। ବଡ ପାଦଚିହ୍ନ ସହ ଛୋଟ ପାଦଚିହ୍ନ ରହିଥିବାରୁ ବାଘୁଣୀ ସହିତ ଛୁଆ ମଧ୍ୟ ରହିଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ସମୟରେ ଉକ୍ତ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ରାତ୍ରିକାଳିନ ପାଟ୍ରୋଲିଂ ଜାରି ରଖିବା ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଇଛି। ରାତିରେ କିମ୍ବା ଜରୁରୀ କାମ ନ ଥିଲେ ଘରୁ ବାହାରନ୍ତୁ ନାହିଁ। ଯଦି ବାହାରକୁ ଯାଉଛନ୍ତି ହାତରେ ଟର୍ଚ୍ଚଲାଇଟ ଓ ଗୋଷ୍ଠୀ ହୋଇ ଯାଆନ୍ତୁ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନରେ ହେବ ବୋଟ୍‌ ବୁକିଂ

ପୁରୀ ଅଫିସ,୩୦ା୧୦: ଆସିଲାଣି ପର୍ଯ୍ୟଟନ ଋତୁ। ଚିଲିକାକୁ ଦେଶ, ବିଦେଶର ପର୍ଯ୍ୟଟକଙ୍କ ଆଗମନ ବଢିବ। ପର୍ଯ୍ୟଟକମାନେ ଯେପରି କୌଣସି ହଇରାଣ ନ ହୁଅନ୍ତି ତାହା ଉପରେ...

ନିଷିଦ୍ଧାଞ୍ଚଳରେ କୋର୍ଟ ବନ୍ଦ ନିଷ୍ପତ୍ତି ନେବେ ଜିଲାଜଜ୍‌

କଟକ ଅଫିସ,୨୩ା୭: ଯାଜପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ ଜିଲା ଓ ରାଉରକେଲା ପୌରାଞ୍ଚଳରେ ଜୁଲାଇ ୩୧ ଯାଏ ଲକ୍‌ଡାଉନ ଘୋଷଣା ହୋଇଛି। ପରେ ଅନ୍ୟ କିଛି...

ନାବାଳିକାଙ୍କୁ ଗଣବଳାତ୍କାର ଅଭିଯୋଗ: ଗଣମାଧ୍ୟମର ସହାୟତା ନେଲେ ପରିବାର ଲୋକେ

ବାଲେଶ୍ୱର ଅଫିସ, ୨୨।୧୧-ବାଲେଶ୍ୱର ଜିଲା ସୋର ରଘୁନାଥପୁର ଅଞ୍ଚଳରେ ଥିବା ଏକ ଘରୋଇ ଶିକ୍ଷାକେନ୍ଦ୍ରର ଛାତ୍ରୀନିବାସରେ ରହି ପାଠ ପଢୁଥିବା ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ...

ରାସ୍ତାରେ ଶୋଚନୀୟ ସ୍ଥିତି: ଉପଜିଲାପାଳଙ୍କ ଅଫିସ ଘେରିଲେ ମହିଳା

ଆନନ୍ଦପୁର,୧୧।୯(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୧୩ ନଂ ଓ୍ବାର୍ଡ଼ ଜଅଁରା ମଧ୍ୟ ଦେଇ ଯାଇଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଜଅଁରାବାସୀ ବୁଧବାର ଉପଜିଲାପାଳଙ୍କ...

ରାସ୍ତା ଅବରୋଧ କଲେ ଛାତ୍ରୀ

ଧାମନଗର, ୪।୩ (ସ୍ବ.ପ୍ର.): ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ ମଙ୍ଗଳବାର କିଛି ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚରଣ...

ଦୁଆର ମୁହଁରୁ ନେଇଗଲେ ବାଇକ୍‌

ରାଉରକେଲା ଅଫିସ,୨୨।୧୦: ସେକ୍ଟର-୧୯ ସ୍ଥିତ ଏ’ ବ୍ଲକ କ୍ୱାଟର୍ସର ଦୁଆର ମୁହଁରୁ ଏକ ବାଇକ୍‌ ଚୋରି ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଜଣେ ଯୁବକଙ୍କୁ...

୮୬ ଛାତ୍ରୀଛାତ୍ରଙ୍କ ଦିନକର ମଧ୍ୟାହ୍ନଭୋଜନ ହେରଫେର, ପ୍ରଧାନ ଶିକ୍ଷକ ନିଲମ୍ବିତ

ରେଢାଖୋଲ,୧୫।୧୦(ଡି.ଏନ.ଏ.):ସମ୍ବଲପୁର ଜିଲା ରେଢାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବୀରେନ୍ଦ୍ର କୁମାର ସାହୁ ନିଲମ୍ବନ ହୋଇଛନ୍ତି। ୮୬ ଜଣ ଛାତ୍ରୀଛାତ୍ରଙ୍କ ଗୋଟିଏ ଦିନର...

ନମ୍ବିରା ପିଲୋ ଲାଭାସ୍ଥଳକୁ ଜିଓ ହେରିଟେଜ ମାନ୍ୟତା

ମାନସ ରଞ୍ଜନ ମହାନ୍ତି ଯୋଡ଼ା,୧୮ା୨(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ନମ୍ବିରା ଗ୍ରାମରେ ଜିଓଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଜିଏସ୍‌ଆଇ) ପକ୍ଷରୁ ୧୯୭୬ରେ ଚିହ୍ନଟ...

Advertisement
Archives

Model This Week