ନୂଆପଡ଼ା ଜିଲାରେ ବାଘ, ଭାଲୁ ଆତଙ୍କ; ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ବନ୍ୟପ୍ରାଣୀ

ନୂଆପଡ଼ା,୪।୧(ମକାରୁ ବେମାଲ): ନୂଆପଡ଼ା ଜିଲାରେ ବାଘ ଓ ଭାଲୁ ଆତଙ୍କ ଲାଗି ରହିଛି। ଫଳରେ ଲୋକଙ୍କ ଜୀବନଯାତ୍ରା ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ପ୍ରାତଃଭ୍ରମଣ କରିବା, ଜମିକୁ ଚାଷ କାମ କରିବାକୁ ଯିବା ଲାଗି ଲୋକେ ଭୟ କରୁଛନ୍ତି। ଏପରିକି ଭୟରେ ପିଲାମାନେ ସ୍କୁଲ ଯାଉନାହାନ୍ତି। ଖାଦ୍ୟ ଅନ୍ବେଷଣରେ ବାଘ, ଭାଲୁ ସମେତ ବିଭିନ୍ନ ପ୍ରକାର ବନ୍ୟପ୍ରାଣୀ ଗାଁ ମୁହାଁ ହେଉଥିବା ଲୋକେ କହିଛନ୍ତି। ଫଳରେ ବିଭିନ୍ନ ଗ୍ରାମରେ ଦିନକୁ ଦିନ ଆତଙ୍କ ଲାଗି ରହୁଛି। ଜିଲାର କୋମନା ଥାନା ତରବୋଡ ଅଞ୍ଚଳରେ ୨ଦିନ ପୂର୍ବେ ଭାଲୁ ଆତଙ୍କ ସୃଷ୍ଟି ହୋଇଥିଲା। ଜାନୁଆରୀ ୧ରେ ନୂତନ ବର୍ଷ ଉପଲକ୍ଷେ କେତେଜଣ ଯୁବକ ବଣଭୋଜି କରିବା ପାଇଁ ଜଡାମୁଣ୍ଡା ସୁନ୍ଦର ଜଳସେଚନ ପ୍ରକଳ୍ପକୁ ଯାଇଥିଲେ। ବଣଭୋଜି କରି ଘରକୁ ଫେରୁଥିବା ସମୟରେ ୩ଟି ଭାଲୁ ତରବୋଡ ସମ୍ଭବ ଆମ୍ବ ବଗିଚା ପଟେ ବୁଲୁଥିବା ଦେଖିବାକୁ ପାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ତରବୋଡ ଅଞ୍ଚଳ ମାନିଗୁଡା, ଭରୁଆମୁଣ୍ଡା, ସିହିନାମୁଣ୍ଡା, ଜଟଗଡ, ଗଡଗଡବାହାଲି, ସାହାଜଟ, ସାଲେପଡା, ବାଲିପାର୍ଟି, ଗୋହିରାପଦର, ଧରମପୁର ଆଦି ଗାଁରେ ଭାଲୁ ଆତଙ୍କ ଖେଳିଯାଇଛି। ଲୋକେ ସକାଳେ ଓ ସନ୍ଧ୍ୟାରେ ଖାଲି ପାଦରେ ଚାଲିଚାଲି ଯାଇ ଫେରୁଥିଲେ। ଭାଲୁ ଭୟରେ ଲୋକେ ଚାଲି ଚାଲି ଯିବା ବନ୍ଦ କରି ଦେଇଛନ୍ତି। ସେହିପରି ସଦର ବ୍ଲକ ଧରମବନ୍ଧା ସେକ୍‌ସନ ଚୂଳାଭାଟ ଅଞ୍ଚଳରେ ୩ ଦିନ ହେବ ବାଘ ଆତଙ୍କ ଦେଖା ଦେଇଛି। ବାଘ ଭୟରେ ଅଞ୍ଚଳର ଲୋକେ ସନ୍ଧ୍ୟା ହେଲେ ତାଟିକବାଟ ବନ୍ଦ କରି ଦେଉଛନ୍ତି। କୌଣସି ଅଘଟଣ ଘଟି ନ ଥିଲେ ମଧ୍ୟ ବାଘ ସନ୍ଧ୍ୟା ହେଲେ ଗାଁ ଭିତରକୁ ଚାଲି ଆସୁଛି। ବାଘ ଭୟରେ ଚୂଲାଭାଟ ଗାଁ ଅଞ୍ଚଳର ଲୋକେ ପିଲାଙ୍କୁ ସ୍କୁଲ ମଧ୍ୟ ଛାଡୁ ନାହାନ୍ତି। ବର୍ତ୍ତମାନ ଚାଷ ଅମଳ ସମୟ ହୋଇଥିବାବେଳେ ଚାଷୀମାନେ ଚାଷଜମିକୁ ଯିବା ପାଇଁ ମଧ୍ୟ ଭୟ କରୁଛନ୍ତି। ଜଙ୍ଗଲ ପଦା ହେଉ ନାହିଁ ବରଂ ଜଙ୍ଗଲ ବଢିବାରେ ଲାଗିଛି। ହେଲେ ବନ୍ୟପ୍ରାଣୀ ଖାଇବା ଭଳି ଫଳବୃକ୍ଷ ରୋପଣ କରାଯାଉନାହିଁ। ଫଳରେ ଖାଦ୍ୟ ଅନ୍ବେଷଣରେ ବନ୍ୟପ୍ରାଣୀ ଜଙ୍ଗଲକୁ ଛାଡି ଗାଁ ମୁହାଁ ହେଉଥିବା ଲୋକେ ଅନୁମାନ କରୁଛନ୍ତି। ଅପରପକ୍ଷେ ଜଙ୍ଗଲରେ ହରିଣ, କୁଟୁରା, ବାର୍‌ହା ଆଦି ପ୍ରାଣୀଙ୍କ ସଂଖ୍ୟା କମି ଯାଇଥିବାରୁ ବାଘ ଆଦି ମାଂସାସୀ ପ୍ରାଣୀ ଗାଁକୁ ଚାଲିଆସୁଛନ୍ତି। ଜଙ୍ଗଲ ପାଖରେ ବେଆଇନ ଭାବରେ କ୍ରସରମାନ ଚାଲିଛି। କ୍ରସର ମାଲିକମାନେ ଲିଜ୍‌ ଅନୁସାରେ ଅଧିକ ଅଞ୍ଚଳ ନିଜ ଅଧିନରେ ନେଇ ବେଆଇନ ଭାବରେ ପଥର ବ୍ଲାଷ୍ଟିଂ କରୁଥିବାରୁ ବନ୍ୟଜନ୍ତୁ ଭୟଭୀତ ହୋଇ ଗାଁ ମୁହାଁ ହେଉଥିବା ମଧ୍ୟ ଅନେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବନ୍ୟପ୍ରାଣୀ ଗାଁ ମୁହାଁ ହୋଇଥିବାବେଳେ ଲୋକେ ଭୟରେ ସେମାନଙ୍କ ଉପରେ ଢେଲାପଥର ମାରି ଦେଉଛନ୍ତି। ଫଳରେ ବନ୍ୟପ୍ରାଣୀ ରାଗି ଯାଇ ସାଧାରଣ ମଣିଷ ଉପରେ ଆକ୍ରମଣ କରି ବସୁଛି। ବନ୍ୟପ୍ରାଣୀ ଗାଁ ସମେତ ସମୟେ ସମୟେ ସହର ମୁହାଁ ମଧ୍ୟ ହେଉଛି। ନିକଟରେ ନୂଆପଡ଼ା ସହରକୁ ଏକ ଭାଲୁ ପଶି ଆସିଥିଲା। ଜନଜୀବନ ହାନି ନ ହେବା ପାଇଁ ବନ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଜଙ୍ଗଲ ପାଖରେ ଥିବା କ୍ରସର ହଟାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’, ଝିଅଙ୍କୁ ହତ୍ୟା 

ଠାକୁରମୁଣ୍ଡା,୨୭।୬(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅଧୀନ ତରାମରା ପଞ୍ଚାୟତ ମୁକ୍ତାଝରୀ ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି।  ମା’, ଝିଅଙ୍କୁ…

ବର୍ଷାରେ ବେହାଲ କୋରାପୁଟ: ରାସ୍ତାରେ ଭାସିଲା ନର୍ଦ୍ଦମା ପାଣି

କୋରାପୁଟ, ୨୭।୬(ଅମିତାଭ ବେହେରା): କୋରାପୁଟ ସହରରେ ଶନିବାର ଅପରାହ୍ନ ୧ଟାରୁ ୨ଟା ଯାଏ ପ୍ରାୟ ଘଣ୍ଟାଏ ଧରି ପ୍ରବଳ ବର୍ଷା ହୋଇଛି। ବର୍ଷାରେ ସହରର ଜନଜୀବନ ବେହାଲ…

ତାମିଲନାଡୁ ଗ୍ୟାସ୍‌ ଲିକ୍‌: ଆଖି ବୁଜିଲେ ଆଉ ଜଣେ ଜୁଆଙ୍ଗ ଯୁବତୀ

ଭୁବନେଶ୍ୱର,୨୭।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ ଘଟଣାରେ ଶନିବାର ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ମନ୍ଦିରରୁ ଦର୍ଶନ ସାରି ଫେରିବାବେଳେ ଦୁର୍ଘଟଣା: ସ୍କୁଟିକୁ ଧକ୍କା ଦେଇ ଅଟୋ…

ଦିଗପହଣ୍ଡି,୨୭ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଳାସପୁର ନିକଟ ନୂଆ ଜଲମରା ବ୍ରିଜ ନିକଟରେ ଶନିବାର ମଧ୍ୟାହ୍ନରେ ଏକ ସ୍କୁଟି (ନଂ. ଓଡ଼ି୩୨ ଏମ…

ଥରିଲା ଆଫଗାନିସ୍ତାନ: ଭାରତ, ପାକିସ୍ତାନରେ ଝଟ୍‌କା

କାବୁଲ/ନୂଆଦିଲ୍ଲୀ,୨୭ା୬: ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଶନିବାର ରାତିରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୨ ଥିବା ନ୍ୟାଶନାଲ ସେଣ୍ଟର ଫର୍‌…

ଧାନକିଣାରେ ମନ୍ଥର, ଜୁନ ଶେଷ, ଉଠିନି ମେ’ ମାସର ଧାନ

ଭବାନୀପାଟଣା,୨୭ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଗତ ମେ ୨୦ରୁ ରବି ଧାନ ମଣ୍ଡି ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଉକ୍ତ ମାସର ଧାନ ଉଠିପାରିନାହିଁ। ଫଳରେ ଗତ ମାସେ…

ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରି ଯୁବ କଂଗ୍ରେସ…

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ଏନ୍‌ଇଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅସନ୍ତୋଷ, ଆନ୍ଦୋଳନ ଥମିବାର ନାଁ ନେଉ ନାହିଁ। ଏହି କ୍ରମରେ ଶନିବାର ବରଗଡ଼ ଜିଲା ଯୁବ କଂଗ୍ରେସ ପକ୍ଷରୁ…

ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ, ପାଚେରି ତଳେ ଚାପି ହୋଇ ଚାଲିଗଲା ମହିଳାଙ୍କ ଜୀବନ

ପୁରୁଷୋତ୍ତମପୁର,୨୭ା୬(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରବ୍ଲକ ତଥା ହିଞ୍ଜିଳୀଥାନା ଅନ୍ତର୍ଗତ ଅନ୍ତରିଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁ ପାଶର୍‌ବଦେଇ ଯାଇଥିବା ଋଷିକୂଲ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri