ନୂଆପଡ଼ା ଜିଲାରେ ବାଘ, ଭାଲୁ ଆତଙ୍କ; ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ବନ୍ୟପ୍ରାଣୀ

ନୂଆପଡ଼ା,୪।୧(ମକାରୁ ବେମାଲ): ନୂଆପଡ଼ା ଜିଲାରେ ବାଘ ଓ ଭାଲୁ ଆତଙ୍କ ଲାଗି ରହିଛି। ଫଳରେ ଲୋକଙ୍କ ଜୀବନଯାତ୍ରା ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ପ୍ରାତଃଭ୍ରମଣ କରିବା, ଜମିକୁ ଚାଷ କାମ କରିବାକୁ ଯିବା ଲାଗି ଲୋକେ ଭୟ କରୁଛନ୍ତି। ଏପରିକି ଭୟରେ ପିଲାମାନେ ସ୍କୁଲ ଯାଉନାହାନ୍ତି। ଖାଦ୍ୟ ଅନ୍ବେଷଣରେ ବାଘ, ଭାଲୁ ସମେତ ବିଭିନ୍ନ ପ୍ରକାର ବନ୍ୟପ୍ରାଣୀ ଗାଁ ମୁହାଁ ହେଉଥିବା ଲୋକେ କହିଛନ୍ତି। ଫଳରେ ବିଭିନ୍ନ ଗ୍ରାମରେ ଦିନକୁ ଦିନ ଆତଙ୍କ ଲାଗି ରହୁଛି। ଜିଲାର କୋମନା ଥାନା ତରବୋଡ ଅଞ୍ଚଳରେ ୨ଦିନ ପୂର୍ବେ ଭାଲୁ ଆତଙ୍କ ସୃଷ୍ଟି ହୋଇଥିଲା। ଜାନୁଆରୀ ୧ରେ ନୂତନ ବର୍ଷ ଉପଲକ୍ଷେ କେତେଜଣ ଯୁବକ ବଣଭୋଜି କରିବା ପାଇଁ ଜଡାମୁଣ୍ଡା ସୁନ୍ଦର ଜଳସେଚନ ପ୍ରକଳ୍ପକୁ ଯାଇଥିଲେ। ବଣଭୋଜି କରି ଘରକୁ ଫେରୁଥିବା ସମୟରେ ୩ଟି ଭାଲୁ ତରବୋଡ ସମ୍ଭବ ଆମ୍ବ ବଗିଚା ପଟେ ବୁଲୁଥିବା ଦେଖିବାକୁ ପାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ତରବୋଡ ଅଞ୍ଚଳ ମାନିଗୁଡା, ଭରୁଆମୁଣ୍ଡା, ସିହିନାମୁଣ୍ଡା, ଜଟଗଡ, ଗଡଗଡବାହାଲି, ସାହାଜଟ, ସାଲେପଡା, ବାଲିପାର୍ଟି, ଗୋହିରାପଦର, ଧରମପୁର ଆଦି ଗାଁରେ ଭାଲୁ ଆତଙ୍କ ଖେଳିଯାଇଛି। ଲୋକେ ସକାଳେ ଓ ସନ୍ଧ୍ୟାରେ ଖାଲି ପାଦରେ ଚାଲିଚାଲି ଯାଇ ଫେରୁଥିଲେ। ଭାଲୁ ଭୟରେ ଲୋକେ ଚାଲି ଚାଲି ଯିବା ବନ୍ଦ କରି ଦେଇଛନ୍ତି। ସେହିପରି ସଦର ବ୍ଲକ ଧରମବନ୍ଧା ସେକ୍‌ସନ ଚୂଳାଭାଟ ଅଞ୍ଚଳରେ ୩ ଦିନ ହେବ ବାଘ ଆତଙ୍କ ଦେଖା ଦେଇଛି। ବାଘ ଭୟରେ ଅଞ୍ଚଳର ଲୋକେ ସନ୍ଧ୍ୟା ହେଲେ ତାଟିକବାଟ ବନ୍ଦ କରି ଦେଉଛନ୍ତି। କୌଣସି ଅଘଟଣ ଘଟି ନ ଥିଲେ ମଧ୍ୟ ବାଘ ସନ୍ଧ୍ୟା ହେଲେ ଗାଁ ଭିତରକୁ ଚାଲି ଆସୁଛି। ବାଘ ଭୟରେ ଚୂଲାଭାଟ ଗାଁ ଅଞ୍ଚଳର ଲୋକେ ପିଲାଙ୍କୁ ସ୍କୁଲ ମଧ୍ୟ ଛାଡୁ ନାହାନ୍ତି। ବର୍ତ୍ତମାନ ଚାଷ ଅମଳ ସମୟ ହୋଇଥିବାବେଳେ ଚାଷୀମାନେ ଚାଷଜମିକୁ ଯିବା ପାଇଁ ମଧ୍ୟ ଭୟ କରୁଛନ୍ତି। ଜଙ୍ଗଲ ପଦା ହେଉ ନାହିଁ ବରଂ ଜଙ୍ଗଲ ବଢିବାରେ ଲାଗିଛି। ହେଲେ ବନ୍ୟପ୍ରାଣୀ ଖାଇବା ଭଳି ଫଳବୃକ୍ଷ ରୋପଣ କରାଯାଉନାହିଁ। ଫଳରେ ଖାଦ୍ୟ ଅନ୍ବେଷଣରେ ବନ୍ୟପ୍ରାଣୀ ଜଙ୍ଗଲକୁ ଛାଡି ଗାଁ ମୁହାଁ ହେଉଥିବା ଲୋକେ ଅନୁମାନ କରୁଛନ୍ତି। ଅପରପକ୍ଷେ ଜଙ୍ଗଲରେ ହରିଣ, କୁଟୁରା, ବାର୍‌ହା ଆଦି ପ୍ରାଣୀଙ୍କ ସଂଖ୍ୟା କମି ଯାଇଥିବାରୁ ବାଘ ଆଦି ମାଂସାସୀ ପ୍ରାଣୀ ଗାଁକୁ ଚାଲିଆସୁଛନ୍ତି। ଜଙ୍ଗଲ ପାଖରେ ବେଆଇନ ଭାବରେ କ୍ରସରମାନ ଚାଲିଛି। କ୍ରସର ମାଲିକମାନେ ଲିଜ୍‌ ଅନୁସାରେ ଅଧିକ ଅଞ୍ଚଳ ନିଜ ଅଧିନରେ ନେଇ ବେଆଇନ ଭାବରେ ପଥର ବ୍ଲାଷ୍ଟିଂ କରୁଥିବାରୁ ବନ୍ୟଜନ୍ତୁ ଭୟଭୀତ ହୋଇ ଗାଁ ମୁହାଁ ହେଉଥିବା ମଧ୍ୟ ଅନେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବନ୍ୟପ୍ରାଣୀ ଗାଁ ମୁହାଁ ହୋଇଥିବାବେଳେ ଲୋକେ ଭୟରେ ସେମାନଙ୍କ ଉପରେ ଢେଲାପଥର ମାରି ଦେଉଛନ୍ତି। ଫଳରେ ବନ୍ୟପ୍ରାଣୀ ରାଗି ଯାଇ ସାଧାରଣ ମଣିଷ ଉପରେ ଆକ୍ରମଣ କରି ବସୁଛି। ବନ୍ୟପ୍ରାଣୀ ଗାଁ ସମେତ ସମୟେ ସମୟେ ସହର ମୁହାଁ ମଧ୍ୟ ହେଉଛି। ନିକଟରେ ନୂଆପଡ଼ା ସହରକୁ ଏକ ଭାଲୁ ପଶି ଆସିଥିଲା। ଜନଜୀବନ ହାନି ନ ହେବା ପାଇଁ ବନ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଜଙ୍ଗଲ ପାଖରେ ଥିବା କ୍ରସର ହଟାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?