ଠେଙ୍ଗୋ ଡ୍ୟାମରେ ଦୁର୍ବୃତ୍ତଙ୍କ ଦାଦାଗିରି

ଅମରପାଲି,୪ା୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡର ହରିହର ଯୋର ଜଳସେଚନ ପ୍ରକଳ୍ପ (ଠେଙ୍ଗୋ ଡ୍ୟାମ)ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ଏଠାକୁ ପ୍ରତ୍ୟହ ଜିଲା ଓ ଜିଲା ବାହାରର ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ଏହାସହିତ ଅନେକ ପିକନିକ ପାର୍ଟି ମଧ୍ୟ ଏଠାକୁ ବଣଭୋଜି କରିବାକୁ ଆସିଥାନ୍ତି। ସେମାନଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ପର୍ଯ୍ୟଟକଙ୍କ ନୌକା ବିହାର ପାଇଁ ବୋଟ ଆସିଛି। ମାତ୍ର ଏହା ଉଦ୍‌ଘାଟନ ଅପେକ୍ଷାରେ ରହିଛି। ତେବେ ଏହି ବୋଟକୁ କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରିଥିବା ନେଇ ବୀରମହାରାଜପୁର ଥାନାରେ ନଂ ୨/୨୪ରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଗତ ଜାନୁୟାରୀ ୧ ତାରିଖରେ ନବବର୍ଷ ଉପଲକ୍ଷେ ବହୁ ପର୍ଯ୍ୟଟକ ଭୋଜି କରିବା ପାଇଁ ଆସିଥିବା ବେଳେ କେତେଜଣ ଅସାମାଜିକ ଯୁବକ ନୌକା ବିହାର କରିବା ପାଇଁ ସମ୍ପୃକ୍ତ କର୍ମଚାରୀଙ୍କ ନିକଟରେ ଜିଦ କରିଥିଲେ। କର୍ମଚାରୀ ଜଣକ ମନା କରିବାରୁ ସେମାନେ ଗଣ୍ଡଗୋଳ କରି ଫେରିଥିଲେ। କିନ୍ତୁ ସନ୍ଧ୍ୟା ସମୟରେ କେହି ନ ଥିବାର ସୁଯୋଗ ନେଇ ସେମାନେ ବୋଟର କାଚ ଭାଙ୍ଗିବା ସହ ବୋଟର ଅନେକାଂଶ କ୍ଷତି କରିଥିବା ନେଇ ବୀରମହାରାଜପୁର ଥାନାରେ ଦାୟିତ୍ୱରେ ଥିବା ବନରକ୍ଷୀ ରଘୁମଣି ଭୋଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଠେଙ୍ଗୋ ଡ୍ୟାମ ନିକଟସ୍ଥ ସାଗଜୁରି ଗ୍ରାମର କେତେଜଣ ଯୁବକ ବୋଟ ଭାଙ୍ଗିଥିବା ନେଇ ସେ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ହରିହର ଯୋର ଫାଣ୍ଡି ଅଧିକାରୀ ଏଏସଆଇ ଅରକ୍ଷିତ ମାଝି ଏନେଇ ଅଧିକ ତଦନ୍ତ ଜାରି ରହିଛି ଏବଂ ବୋଟ ଭାଙ୍ଗିଥିବା ଅଭିଯୁକ୍ତମାନଙ୍କୁ ଶୀଘ୍ର ଧରାଯିବ ବୋଲି ପ୍ରକାଶ କରିଛନ୍ତି। ଉକ୍ତ ଘଟଣାକୁ ଅଞ୍ଚଳରେ ତୀବ୍ର ନିନ୍ଦା କରାଯାଇଛି। ସୂଚନା ଯୋଗ୍ୟ ଠେଙ୍ଗୋ ଡ୍ୟାମରେ ଆବଶ୍ୟକ ଠାରୁ କମ କର୍ମଚାରୀ ଥିବାରୁ ନବବର୍ଷରେ ମଧ୍ୟ ଏଠାରେ ପାଟ୍ରୋଲିଂ ଠିକରେ ହୋଇ ନ ଥିବା ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଳଚେର-ପୁରୀ ମେମୁ ପାସେଞ୍ଜର ଲାଇନ୍‌ଚ୍ୟୁତ

ପୁରୀ,୧୪ା୮(ଅଜିତ କୁମାର ମହାନ୍ତି): ପୁରୀ ଷ୍ଟେଶନ ନିକଟରେ ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି।…

ବରାଳ ବାଲୁଙ୍କେଶ୍ୱର ମନ୍ଦିର ବିକାଶ ପାଇଁ ୮୫ ଲକ୍ଷ ଟଙ୍କା ମଞ୍ଜୁର

ସାକ୍ଷୀଗୋପାଳ,୧୪ା୮(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସତ୍ୟବାଦୀ ବ୍ଲକର ବରାଳ ଗ୍ରାମର ପୁରାଣ ପ୍ରସିଦ୍ଧ ବାଲୁଙ୍କେଶ୍ୱର ଦେବ ମନ୍ଦିରକୁ ଦିନକୁ ଦିନ ଶ୍ରଦ୍ଧାଳୁମାନଙ୍କ ସମାଗମ ବୃଦ୍ଧି…

ରାଇକିଆରେ ସ୍ବାଧୀନତା ଦିବସ ପାଳନ ନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ଦେଶ ଭକ୍ତିର ନାରା ଦେଇ…

ରାଇକିଆ,୧୪ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ୍‌ରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ରାଇକିଆ ପଞ୍ଚାୟତ ସମିତି, ବ୍ଲକ ଭାଜପା…

ଜିଲା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟରେ ଝିଟିପିଟି

ସମ୍ବଲପୁର,୧୪ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ର ମେଡିସିନ୍‌(ଭେଷଜ) ୱାର୍ଡରେ ରୋଗୀଙ୍କ ଜଳଖିଆ ତରକାରୀରୁ ମୃତ ଝିଟିପିଟି ବାହାରିବା ଘଟଣାରେ ଏଠାରେ ଗଭୀର ଆଲୋଡନ୍‌ ସୃଷ୍ଟି…

ପାଣିରେ ବୁଡ଼ିରହିଛି ଚାଷଜମି, ଉଜୁଡ଼ିଲା ଖରିଫ ଫସଲ

ଡେରାବିଶ,୧୪ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲ୍ଳକର ଚାଷୀମାନେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଖରିଫ୍‌ ଚାଷ ପାଇଁ ବିହନ ବୁଣା ପ୍ରକ୍ରିୟା ଆରମ୍ଭ କରିଥିଲେ। ଜୁଲାଇ…

ଶୌଚ ହେବାକୁ ଯାଇଥିଲେ ଜନୁ: ତୁଠରେ ଖସିଗଲା ଗୋଡ଼, ଆଉ ତା’ପରେ…

ନନ୍ଦପୁର/ଲମତାପୁଟ, ୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି। ନିଜ ଘର ପାର୍ଶ୍ୱ ବିଭାଯୋଡି…

ଶୌଚ ହେବାକୁ ଯାଇ ପୋଖରୀରେ ବୁଡିଗଲେ ମହିଳା, ତାପରେ….

ନନ୍ଦପୁର/ଲମତାପୁଟ,୧୪।୮(ତୁଷାର କାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନ୍ତର୍ଗତ କଡ୍ରିମାଳିପୁଟ ଗ୍ରାମରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି । ନିଜ ଘର ପାର୍ଶ୍ୱ ବିଭାଯୋଡି…

ରୋଜଗାର ଦେଇଛି ମୂର୍ତ୍ତି କାରିଗରୀ: ୯ ଜଣଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି ତିରନ

କର୍ଲାମୁଣ୍ଡା,୧୪।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାଠାରୁ ୧ କିଲୋମିଟର ଦୂରରେ ରହିଛି କର୍ଲାମୁଣ୍ଡା (ବସ୍ତି)। ଏହି ଗାଁରେ ରୁହନ୍ତି ଶିଳ୍ପୀ ଟିରନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri