Posted inଜାତୀୟ

ସିବିଆଇକୁ ବିହାର ମନା

ପାଟନା,୨୯।୮ : କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ରାଜନୈତିକ ଫାଇଦା ପାଇଁ ସିବିଆଇର ଦୁରୁପଯୋଗ କରୁଥିବାରୁ ବିହାରର ଶାସକ ମହାଗଠବନ୍ଧନର ନେତାମାନେ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ଦିଆଯାଇଥିବା ସାଧାରଣ ସହମତି ପ୍ରତ୍ୟାହାର କରିନେବା ଲାଗି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିଶମେଣ୍ଟ (ଡିଏସ୍‌ପିଇ) ଅଧିନିୟମ, ୧୯୪୬ର ଧାରା ୬ ଅନୁଯାୟୀ ସିବିଆଇ କୌଣସି ରାଜ୍ୟ ମଧ୍ୟରେ ତଦନ୍ତ କରିବା ପାଇଁ ସେହି ସରକାରଙ୍କ ସହମତି ଆବଶ୍ୟକ କରିଥାଏ।

ପୂର୍ବରୁ ପଶ୍ଚିମବଙ୍ଗ, ଛତିଶଗଡ଼, ରାଜସ୍ଥାନ, ପଞ୍ଜାବ, ମେଘାଳୟ ପ୍ରମୁଖ ୯ ରାଜ୍ୟ ସିବିଆଇଠାରୁ ସାଧାରଣ ସହମତି ଫେରାଇ ନେଇଛନ୍ତି। ଭାଜପା ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଏହାର ରାଜନୈତିକ ପ୍ରତିଦ୍ୱନ୍ଦ୍ବୀମାନଙ୍କୁ ଟାର୍ଗେଟ କରୁଥିବା ଆର୍‌ଜେଡି ନେତା ଶିବାନନ୍ଦ ତିଓ୍ବାରୀ କହିଛନ୍ତି। ତେଣୁ ସିବିଆଇଠାରୁ ମହାଗଠବନ୍ଧନ ସରକାର ସାଧାରଣ ସହମତି ପ୍ରତ୍ୟାହାର କରିନେବା ଜରୁରୀ। ଏନ୍‌ଡିଏ ଶାସନ କାଳରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ସେମାନଙ୍କର ବିଶ୍ୱସନୀୟତା ହରାଇଥିବା ଆର୍‌ଜେଡି ନେତା କହିଛନ୍ତି। ସହମତି ପ୍ରତ୍ୟାହାର କରିନେବାର ଏହା ପ୍ରକୃଷ୍ଟ ସମୟ ବୋଲି ଜେଡିୟୁ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରୁ ଆଜିବି ବାବା ରାମଦେବଙ୍କୁ ମିଳିଲାନି କ୍ଷମା

ନୂଆଦିଲ୍ଲୀ,୧୬।୪: ଯୋଗ ଗୁରୁ ବାବା ରାମଦେବ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଠାରୁ ଏଲୋପାଥି (ଇଂରାଜୀ ଔଷଧ) ବିରୁଦ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ପତଞ୍ଜଳି...

ଗୟାରେ ଗର୍ଜିଲେ ମୋଦି, ବିରୋଧୀଙ୍କୁ କଲେ ଟାର୍ଗେଟ

ଗୟା,୧୬।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାରରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ଗୟାଠାରେ ଏକ ସମାବେଶକୁ ସମ୍ବୋଧିତ କରିଛନ୍ତି ଏବଂ କିଛି ସମୟ ପରେ ପ୍ରଧାନମନ୍ତ୍ରୀ...

୧୨ ତମ ତାଲିକାରେ ୪ ରାଜ୍ୟ ପାଇଁ ୭ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୧୬।୪: ମଙ୍ଗଳବାର ଭାଜପା ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଦ୍ୱାଦଶ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୪ଟି ରାଜ୍ୟରେ ୭ଟି ଆସନ...

ଆପଣଙ୍କ ପରାମର୍ଶ ଆମର ଆବଶ୍ୟକ ନାହିଁ, ବାବା ରାମଦେବ, ବାଲକ୍ରିଷ୍ଣାଙ୍କୁ କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬।୪: ମଙ୍ଗଳବାର ପତଞ୍ଜଳିର ଭ୍ରମାତ୍ମକ ବିଜ୍ଞାପନ ପ୍ରସଙ୍ଗରେ ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି। ଶୁଣାଣି ସମୟରେ ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ଅମାନୁଲ୍ଲାଙ୍କ ବେଞ୍ଚ ବାବା...

ନିର୍ବାଚନ ପ୍ରଚାର ପାଇଁ ବଢିଲା ୪୦% ଘରୋଇ ବିମାନ ଚାହିଦା

ନୂଆଦିଲ୍ଲୀ,୧୬ା୪: ଲୋକ ସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନେତା ଓ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନେ ଦେଶବ୍ୟାପୀ ବିଭିନ୍ନ ସ୍ଥାନକୁ ପ୍ରଚାରରେ ଯାଉଛନ୍ତି। ଏଭଳି...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

ମୋଦିଙ୍କ ବିରୋଧରେ ଲଢିବେ ମୁସଲମାନ ପ୍ରାର୍ଥୀ

ଲକ୍ଷ୍ନୌ,୧୬।୪: ଲୋକ ସଭା ନିର୍ବାଚନ ପାଇଁ ଆଉ ୧୧ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବହୁଜନ ସମାଜ ପାର୍ଟି। ମାୟାବତୀ ମୈନପୁରୀ ଲୋକ ସଭା ଟିକେଟ...

ଜମ୍ମୁ-କଶ୍ମୀରରେ ବଡ଼ ଦୁର୍ଘଟଣା: ନଦୀରେ ବୁଡିଲା ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା

ଶ୍ରୀନଗର,୧୬।୪: ଜମ୍ମୁ-କଶ୍ମୀରରେ ବଡ଼ ଦୁର୍ଘଟଣା ଘଟିଛି। ଯାତ୍ରୀ ଏବଂ ସ୍କୁଲ ପିଲାଙ୍କୁ ନେଇଯାଉଥିବା ଏକ ଡଙ୍ଗା ଶ୍ରୀନଗରର ବଟୱାରର ଝେଲମରେ ଭାରସାମ୍ୟ ହରାଇ ଓଲଟି ପଡିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri