Posted inଜାତୀୟ

ବଢ଼ୁଛି ବଜ୍ରପାତ ବିପଦ

ନୂଆଦିଲ୍ଲୀ, ୧୩ା୭: ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ସତ୍ତ୍ୱେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଭାରତରେ ଅନେକ ଲୋକଙ୍କ ଜୀବନ ଯାଉଛି। ସେଥିମଧ୍ୟରୁ ବଜ୍ରପାତ ପ୍ରମୁଖ କାରଣ ପାଲଟିଛି। ରବିବାର ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ବଜ୍ରପାତରେ ଅତି କମ୍‌ରେ ୭୦ ଲୋକଙ୍କ ମୃତ୍ୟୁ ଘଟିଛି। ଜୁନ୍‌ ୭ରେ ପଶ୍ଚିମବଙ୍ଗରେ ଏହି କାରଣରୁ ୨୭ ଜଣଙ୍କ ଜୀବନ ଯାଇଥିଲା। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁସାରେ ପ୍ରାକୃତିକ ବିପର୍ଯ୍ୟୟଜନିତ ମୃତ୍ୟୁ ମଧ୍ୟରୁ ୩୫.୪ ପ୍ରତିଶତ କେବଳ ବଜ୍ରପାତ କାରଣରୁ ଘଟିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସହ କାମ କରୁଥିବା ଏକ ବେସରକାରୀ ସଙ୍ଗଠନ ଜଳବାୟୁ ସ୍ଥାୟୀ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ପ୍ରୋତ୍ସାହନ ପରିଷଦ(ସିଆର୍‌ଓପିସି) ପକ୍ଷରୁ ପ୍ରସ୍ତୁତ ଭାରତର ଦ୍ୱିତୀୟ ବାର୍ଷିକ ବଜ୍ରପାତ ରିପୋର୍ଟ ଅନୁସାରେ, ୨୦୨୦ ଏପ୍ରିଲ ୧ରୁ ୨୦୨୧ ମାର୍ଚ୍ଚ ୩୧ ମଧ୍ୟରେ ଦେଶରେ ୧୬୧୯ ଜଣଙ୍କ ମୃତ୍ୟୁ ହୋଇଛି।
ସିଆର୍‌ଓପିସି ରିପୋର୍ଟ ୨୦୨୦-୨୧ ଅନୁସାରେ, ଦେଶରେ ବଜ୍ରପାତ ସଂଖ୍ୟା ୩୪ ପ୍ରତିଶତ ବୃଦ୍ଧି ପାଇଛି। ବିଶେଷକରି ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡରେ ସର୍ବାଧିକ ବଜ୍ରପାତ ହୋଇଛି। ଏଥିଯୋଗୁ ବିହାରରେ ୪୦୧, ଉତ୍ତର ପ୍ରଦେଶରେ ୨୩୮, ମଧ୍ୟପ୍ରଦେଶରେ ୨୨୮ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସଂଖ୍ୟା ବଜ୍ରପାତଜନିତ ମୋଟ ମୃତ୍ୟୁର ୫୩ ପ୍ରତିଶତ। ଓଡ଼ିଶାରେ ରେକର୍ଡ ସଂଖ୍ୟାରେ ବଜ୍ରପାତ ହୋଇଥିବାବେଳେ ବର୍ଷକ ମଧ୍ୟରେ ପ୍ରାୟ ୨୦୭ ଜଣଙ୍କ ଜୀବନ ଯାଇଛି। ବିଶେଷକରି ପ୍ରାକ୍‌ ମୌସୁମୀ ସମୟରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଚାଷୀ ରହିଥିବା ରିପୋର୍ଟରୁ ଜଣାପଡ଼ିଛି।

କାରଣ କ’ଣ

ସଚେତନତା ଅଭାବରୁ ବଜ୍ରପାତରେ ଅନେକଙ୍କ ମୃତ୍ୟୁ ଘଟୁଥିବା ରିପୋର୍ଟରେ ଦର୍ଶାଯାଇଛି। ବଜ୍ରପାତରେ ମୋଟ ମୃତ୍ୟୁର ପ୍ରାୟ ୭୦ ପ୍ରତିଶତ ବର୍ଷା ସମୟରେ ଗଛ ତଳେ ଆଶ୍ରୟ ନେଉଥିବାରୁ ଘଟୁଛି। ଅନ୍ୟ ୨୫ ପ୍ରତିଶତ ଲୋକ ବାହାରେ ଥିବାବେଳେ ଜୀବନ ଯାଉଛି। ଛୋଟ ନାଗପୁର ମାଳଭୂମିରୁ ଅଧିକ ବଜ୍ରପାତ ସୃଷ୍ଟି ହୋଇଥାଏ। ଉକ୍ତ ମାଳଭୂମି ପୂର୍ବ ଭାରତରେ ବିହାର, ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼କୁ ବ୍ୟାପିଥିବାରୁ ଏହି ରାଜ୍ୟଗୁଡ଼ିକରେ ଅଧିକ ସଂଖ୍ୟାରେ ବଜ୍ରପାତ ଘଟିଥାଏ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ବିଶ୍ୱତାପନ, ଜଙ୍ଗଲ ନଷ୍ଟ, ବ୍ୟାପକ କଂକ୍ରିଟ୍‌ ଭିତ୍ତିଭୂମି, ପ୍ରଦୂଷଣ, ଏରୋସଲ୍‌ ସ୍ତର ବୃଦ୍ଧି ମଧ୍ୟ ଏହି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଦାୟୀ।

କିପରି କମିପାରିବ

ସିଆର୍‌ଓପିସି ରିପୋର୍ଟ ମୁତାବକ, ଋତୁ ଅନୁସାରେ ବିଭିନ୍ନ ରାଜ୍ୟରେ ବଜ୍ରପାତ ଭିନ୍ନ ହୋଇଥାଏ। ଉଦାହରଣ ସ୍ବରୂପ କାଳବୈଶାଖୀ ବେଳେ ବଜ୍ରପାତ ଯୋଗୁ ପୂର୍ବ ଭାରତରେ ଅଧିକାଂଶ ଜୀବନ ହାନି ହୋଇଥାଏ। ସେହିପରି ପ୍ରାକ୍‌-ମୌସୁମୀ ବର୍ଷାବେଳେ ବିଶେଷକରି ବିହାର, ଝାଡଖଣ୍ଡ, ଛତିଶଗଡ଼, ଉତ୍ତରପ୍ରଦେଶରେ ସର୍ବାଧିକ ମୃତ୍ୟୁ ଘଟୁଛି। ତେଣୁ ସମ୍ପୃକ୍ତ ରାଜ୍ୟଗୁଡ଼ିକ ସେମାନଙ୍କ ଭୌଗୋଳିକ ସ୍ଥିତି ଅନୁସାରେ ବଜ୍ରପାତ ମାେଇକ୍ରୋ ଜୋନ୍‌ ପ୍ରସ୍ତୁତ କରିବାକୁ ରିପୋର୍ଟରେ ଉଲ୍ଲେଖ ରହିଛି। ପ୍ରତ୍ୟେକ ରାଜ୍ୟକୁ ଋତୁକାଳୀନ, ତୀବ୍ରତା ଓ ବାରମ୍ବାରତା ଆଧାରରେ ବଜ୍ର ବିପଦ ପରିଚାଳନା ଯୋଜନା କରିବା ଆବଶ୍ୟକ। ସେହିପରି ଆଇଏମ୍‌ଡି ଆକଳନକୁ ଗୁରୁତ୍ୱର ସହ ନେଇ ସରକାର ଲୋକଙ୍କ ସୁରକ୍ଷା ନିମନ୍ତେ ସଚେତନତା ସମେତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବା ଜରୁରୀ ବୋଲି ରିପୋର୍ଟରେ କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri