ପରିବେଶ ବଞ୍ଚାଇବାକୁ ବଜ୍ର ଶପଥ: ଯୋଗଦେଲେ ଶହ ଶହ ପରିବେଶପ୍ରେମୀ

ଥୁଆମୂଳ ରାମପୁର,୬।୬(ଦୁର୍ଗା କୀର୍ତ୍ତି):ବିଶ୍ୱ ପରିବେଶ ଦିବସ ଅବସରରେ ଜଙ୍ଗଲ – ଜମି, ପାଣି-ପବନ-ପର୍ବତକୁ ବଞ୍ଚାଇ ରଖିବା ପାଇଁ ବଜ୍ର ଶପଥ ନେଇଛନ୍ତି ମୂଳନିବାସୀ ଏବଂ ପରିବେଶ ପ୍ରେମୀ l କଳାହାଣ୍ଡି ଜିଲା ଏବଂ ରାୟଗଡ଼ା ଜିଲାର ଶହ ଶହ ପରିବେଶ ପ୍ରେମୀ ଶୁକ୍ରବାର ଥୁଆମୂଳ ରାମପୁର-କାଶିପୁର ବ୍ଲକ ସୀମାନ୍ତରେ ଥିବା କଣ୍ଟାମାଳ ଗ୍ରାମରେ ମାଁ ମାଳି ମାଟି ସୁରକ୍ଷା ମଞ୍ଚ କଳାହାଣ୍ଡି-ରାୟଗଡ଼ା ପକ୍ଷରୁ ଆୟୋଜିତ ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରାକୃତିକ ସମ୍ପଦ ସୁରକ୍ଷା ସମାବେଶ ଅନୁଷ୍ଠିତ ହୋଇଥିଲା ଏବଂ ଏହି ପ୍ରାକୃତିକ ସମ୍ପଦ ସୁରକ୍ଷା ସମାବେଶରେ ସିଜି ମାଳି, କୁଟୃର ମାଳି, ମାଝୀ ମାଳି ଅଞ୍ଚଳର ଶହ ଶହ ମୂଳନିବାସୀ ଅଂଶଗ୍ରହଣ କରିଥିଲେ।

ଏଥିରେ ଅତିଥି ଭାବରେ ଓଡ଼ିଶାର ବିଶିଷ୍ଟ ପ୍ରାକୃତିକ ପରିବେଶ ପ୍ରେମୀ ପ୍ରଫୁଲ୍ଲ ସାମନ୍ତରା, ଲିଙ୍ଗରାଜ ଆଜାଦ, ମାଁ ମାଳି ମାଟି ସୁରକ୍ଷା ମଞ୍ଚ ସଭାପତି ସୁବାସିଂ ମାଝୀ, ଉପସଭାପତି ଲାଇ ମାଝୀ, ଯୁବ ସଂଗ୍ରାମୀ କର୍ତ୍ତିକ ନାଏକ, ସଂଗ୍ରାମୀ ନେତ୍ରୀ ପୁନିଦେଇ ମାଝୀ, ଯୁବ ପରିଷଦ ୍ଯଯଯକ୍ଷ କିରଣ କୁମାର ଧଙ୍ଗଡା ମାଝୀ , ଯୁବ ସଂଗ୍ରାମୀ ରମେଶ ନାଏକ, ମିଥୁନ ନାଏକ ପ୍ରମୁଖ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିବେଶ ପ୍ରେମୀ, ପରିବେଶ ସୁରକ୍ଷା ମଞ୍ଚ, ମାଁ ମାଳି ମାଟି ସୁରକ୍ଷା ମଞ୍ଚ ସଂଗ୍ରାମୀ , ସମାଜସେବୀ ଉପସ୍ଥିତ ରହି ସିଜି ମାଳି, କୁଟୃର ମାଳି, ମାଁଝୀ ମାଳିରେ ଦିଆଯାଇଥିବା ଖଣି ଲିଜକୁ ପ୍ରତ୍ୟାହାର କରାଯାଉ। ପେସା ଓ ଜଙ୍ଗଲ ଅଧିକାର ଆଇନ ଅନୁସାରେ, ଗ୍ରାମସଭାରେ ସହମତି ଓ ଅନୁମତି ବିନା ଜଙ୍ଗଲ-ଜମି ହସ୍ତାନ୍ତର ବେଆଇନ l କମ୍ପାନୀ ପାଇଁ ଚାଲିଥିବା ପୋଲିସ ଦମନ ବନ୍ଧ ହେଉ l ଥୁଆମୂଳ ରାମପୁର କାଶିପୁର ଜନ ଆନ୍ଦୋଳନ କର୍ମୀଙ୍କ ବିରୋଧରେ ଥିବା ସମସ୍ତ ପୋଲିସ ମାମଲା ପ୍ରତ୍ୟାହାର କରାଯାଉ ବୋଲି ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନଙ୍କୁ ଉକ୍ତ ସମାବେଶ ମାଧ୍ୟମରେ ଚେତାବନୀ ଦେଇଥିବା ଜଣାପଡିଛି l

ପ୍ରାକୃତିକ ସମ୍ପଦରେ ଭରପୁର ରହିଥିବା କଳାହାଣ୍ଡି ଜିଲା ଓ ରାୟଗଡ଼ା ଜିଲ୍ଲା ସୀମାନ୍ତ ଅଞ୍ଚଳରେ ବିଭିନ୍ନ କାରଣରୁ ଜଙ୍ଗଲ ନଷ୍ଟ ହେବାକୁ ବସିଥିବା ବେଳେ ବହୁଳ ପ୍ଲାଷ୍ଟିକ ବ୍ୟବହାର ପରିବେଶକୁ ଦୂଷିତ ହେବାରେ ଲାଗିଛି। ସରକାରୀ ଓ ବେ ସରକାରୀ ସ୍ତରରେ ପରିବେଶକୁ ସୁସ୍ଥ ରଖିବାକୁ ଉଦ୍ୟମ କରାଯାଉଥିଲେ ମଧ୍ୟ ତାହା ସନ୍ତୋଷ ଜନକ ହୋଇପାରୁ ନାହିଁ। ଫଳରେ ଅଞ୍ଚଳରେ ପୂର୍ବ ଭଳି ଶୀତ ସହ ବର୍ଷାର ଅନିୟମିତତା ଦେଖାଯାଇଛି। ଏହାର ମୁଖ୍ୟ କାରଣ ପରିବେଶ ଦୂଷିତ ହେବା, ଆମ ଏହି ସବୁ ମାଳିକୁ ବିଦେଶୀ କମ୍ପାନୀଗୁଡିକୁ ଖଣି ଖନନ ପାଇଁ ଅନୁମତି ଦିଆ ନ ଯାଉ। ଖଣି ଖନନ ରେ ଆମ ପରିବେଶ ଧ୍ୱଂସ ହେବ ଆମ ପର ପିଢି ବଞ୍ଚିବେ କେମିତି ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ।

ସୂଚନାଯୋଗ୍ୟ ଯେ, ମାଁ ମାଳି ମାଟି ସୁରକ୍ଷା ମଞ୍ଚ ପକ୍ଷରୁ ଆୟୋଜନ କରାଯାଇଥିବା ପ୍ରାକୃତିକ ସମ୍ପଦ ସୁରକ୍ଷା ସମାବେଶରେ ଭାରତ ବର୍ଷର ବିଶିଷ୍ଟ ପରିବେଶବିତ୍‌ ମେଧା ପାଟେକରଙ୍କ ସହିତ ଅନେକ ବଡ ବଡ ପରିବେଶ ସଂଗ୍ରାମୀ ଯୋଗଦେବା କାର୍ଯ୍ୟକ୍ରମ ଥିଲା। ମାତ୍ର ଏହା ଜାଣି ଉକ୍ତ ଖଣି ଅଞ୍ଚଳକୁ ଲୋଲୁପ ଦୃଷ୍ଟି ଦେଇଥିବା କମ୍ପାନୀର ଇଷାରାରେ ରାୟଗଡ଼ା ପୋଲିସ ଟ୍ରେନ ଷ୍ଟେଶନରୁ ହିଁ ତାଙ୍କୁ ଅଟକ ରଖି ସଭାକୁ ଯିବା ପାଇଁ ବାରଣ କରିଥିଲା। କାଶିପୁର ଥାନା ଅନ୍ତର୍ଗତ ସୁଙ୍ଗେର ଅଞ୍ଚଳକୁ ୧୪୪ ଧାରା ଜାରି କରି ପୋଲିସ ମୁତୟନ କରାଯାଇ ବିଶ୍ୱ ପରିବେଶ ଦିବସ ପାଳନକୁ ଭଣ୍ତୂର କରିବା ପାଇଁ ସମସ୍ତ ପ୍ରକାର ବଳ ପ୍ରୟୋଗ କରିଥିଲା କମ୍ପାନୀ l ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ତଥା ବିଭିନ୍ନ ପରିବେଶ ପ୍ରେମୀ, ସାମ୍ବାଦିକ ସଂଘ, ଆଇନ ଜିବୀ, ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ବିଶ ପରିବେଶ ଦିବସକୁ ପାଳନ କରି ଆସୁଥିବା ଦେଶ ତଥା ବିଶ ସ୍ତରୀୟ ନେତ୍ରୀଙ୍କୁ କାହିଁକି ଏଭଳି କରାଗଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି l

 


Enter your email to get our daily news in your inbox.

All Right Reserved By Dharitri.Com

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

କେସିଙ୍ଗା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ: ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ସରକାରୀ ଅଗ୍ରଣୀ ଶିକ୍ଷନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡକ୍ରସ (YRC) ଓ ରାଷ୍ଟ୍ରୀୟ ସେବା ଯୋଜନା (NSS)…

କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

କ୍ରୀଡ଼ାରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ସଫଳତା: ବିଭିନ୍ନ ବର୍ଗରେ ମିଳିଲା ପଦକ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଭୁବନେଶ୍ୱରରେ ଅନୁଷ୍ଟିତ ରିଜିଓନାଲ ଡାଇରେକ୍ଟରସ୍ତରୀୟ ଖେଳକୁଦ ପ୍ରତିଯୋଗିତା ୨୦୨୬-୨୦୨୭ରେ ସଫଳତା ହାସଲ କରିଛନ୍ତି। ଆୟୁଷ୍ମାନ ନାୟକ ଅଣ୍ଡର…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri