Posted inଖେଳ

ଭାରତର ରୋମାଞ୍ଚକ ବିଜୟ

ମୁମ୍ବାଇ, ୪।୧: ଦୀପକ ହୁଦା ଓ ଅକ୍ଷର ପଟେଲଙ୍କ ଦୃଢ଼ ବ୍ୟାଟିଂ ପରେ ପଦାର୍ପଣକାରୀ ଶିବମ୍‌ ମାଭିଙ୍କ ଚମତ୍କାର ବୋଲିଂ ବଳରେ ଭାରତ ମଙ୍ଗଳବାର ଅନୁଷ୍ଠିତ ସିରିଜର ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଶ୍ରୀଲଙ୍କାକୁ ରୋମାଞ୍ଚକଭାବେ ୨ ରନରେ ପରାସ୍ତ କରିଛି। ଭାରତ ୨୦ ଓଭରରେ ୫ ଉଇକେଟ ହରାଇ ୧୬୨ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ୨୦ ଓଭରରେ ୧୬୦ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା।
ପଦାର୍ପଣରେ ମାଭି ପ୍ରଭାବୀ
୧୬୩ ରନ ବିଜୟ ଲକ୍ଷ୍ୟନେଇ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୨୪ ରନରେ ୨ଟି ଉଇକେଟ ହରାଇ ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା। ୨ଟି ଯାକ ଉଇକେଟ ନେଇଥିଲେ ଭାରତ ପକ୍ଷରୁ ଟି୨୦ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଶିବମ୍‌ ମାଭି। ସେ ପଥୁମ ନିଶଙ୍କା (୧)ଙ୍କୁ କ୍ଲିନ୍‌ ବୋଲ୍ଡ କରିଥିବାବେଳେ ଧନଞ୍ଜୟ ଡି’ସିଲ୍‌ଭାଙ୍କୁ ମିଡ୍‌-ଅନ୍‌ରେ ସଞ୍ଜୁ ସାମସନଙ୍କ ହାତରେ କ୍ୟାଚ କରାଇ ପ୍ୟାଭିଲିୟନ ଫେରାଇଥିଲେ। ଚରିଥ ଆଶାଲଙ୍କାଙ୍କୁ ଉଇକେଟ କିପର ଇଶାନ କିଶନଙ୍କ ହାତରେ କ୍ୟାଚ କରାଇ ଉମ୍ରାନ ମଲିକ ବିଦାୟ ପଥ ଦେଖାଇଥିଲେ। ସେହିପରି କୁଶାଲ ମେଣ୍ଡିସ ଓ ପ୍ରତିଭା ସମ୍ପନ୍ନ ଭାନୁକା ରାଜପାକ୍ସାଙ୍କ ଉଇକେଟ ନେଇଥିଲେ ହର୍ଶଲ ପଟେଲ। ଓ୍ବାନିନ୍ଦୁ ହସରଙ୍ଗାଙ୍କୁ ମାଭି ତୃତୀୟ ଶିକାର ବନାଇଥିବାବେଳେ ବିପଜ୍ଜନକ ସାବ୍ୟସ୍ତ ହୋଇ ଆସୁଥିବା ଦସୁନ ସନକା (୪୫ ରନ, ୨୭ ବଲ, ୩ ଚୌକା, ୩ ଛକା)ଙ୍କୁ ଆଉଟ କରି ଉମ୍ରାନ ମ୍ୟାଚକୁ ଭାରତ ନିୟନ୍ତ୍ରଣକୁ ନେଇ ଆସିଥିଲେ। ଶେଷ ୨ ଓଭରରେ ନାଟକୀୟ ଘଟଣାକ୍ରମରେ ମ୍ୟାଚ ବିଭିନ୍ନ ଆଡ଼କୁ ମୋଡ଼ ନେଇଥିଲେ ହେଁ ଶେଷରେ ଭାରତ ବିଜୟୀ ହୋଇଥିଲା। ଭାରତୀୟ ବୋଲରଙ୍କ ମଧ୍ୟରେ ଶିବମ୍‌ ମାଭି ନିଜ ପ୍ରଥମ ମ୍ୟାଚରେ ୪ଟି ଉଇକେଟ ନେଇଥିବାବେଳେ ହର୍ଶଲ ପଟେଲ ଓ ଉମ୍ରାନ ମଲିକ ୨ଟି ଲେଖାଏ ଉଇକେଟ ନେଇଥିଲେ।
ଦୀପକ-ଅକ୍ଷର ସମ୍ମାନ ରଖିଲେ
ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା। ବୋଲରମାନେ ଭଲ ଆରମ୍ଭ କରି ଅଧିନାୟକଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରିଥିଲେ। ତୃତୀୟ ଓଭରରେ ପଦାର୍ପଣକାରୀ ଶୁବମନ ଗିଲ୍‌(୭)ଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟାୟ ସମ୍ମୁଖୀନ ହୋଇଥିବା ଭାରତ ପରେ ସୂର୍ଯ୍ୟକୁମାର ଯାଦବ (୭), ସଞ୍ଜୁ ସାମସନ (୫)ଙ୍କ ଉଇକେଟ ଶୀଘ୍ର ହରାଇବାରୁ ଦ୍ରୁତ ହାରରେ ରନ ସଂଗ୍ରହକରି ପାରି ନ ଥିଲା। ଇଶାନ କିଶନ (୩୭ ରନ, ୨୯ ବଲ, ୩ ଚୌକା, ୨ ଛକା) ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (୨୯ ରନ, ୨୭ ବଲ, ୪ ଚୌକା) ଭଲ ଆରମ୍ଭ କରିଥିଲେ ହେଁ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ଫଳରେ ୧୫ ଓଭର ଶେଷ ବେଳକୁ ଭାରତ ୫ ଉଇକେଟ ହରାଇ ମାତ୍ର ୧୦୧ ରନ କରିପାରିଥିଲା। ତେବେ ଦୀପକ ହୁଦା ଓ ଅକ୍ଷର ପଟେଲ ଅସମାପ୍ତ ୬ଷ୍ଠ ଉଇକେଟରେ ୩୫ ବଲ୍‌ରୁ ୬୮ ରନ ସଂଗ୍ରହ କରିବାରୁ ଭାରତ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚତ୍ ପାରିଥିଲା। ଶେଷ ୫ ଓଭରରୁ ଏ ଦୁହେଁ ୬୧ ରନ ସଂଗ୍ରହ କରିଥିଲେ। ହୁଦା ୨୩ ବଲ୍‌ରୁ ୪୧ (୧ ଚୌକା, ୪ ଛକା) ଓ ଅକ୍ଷର ୨୦ ବଲ୍‌ରୁ ୩୧ (୩ ଚୌକା, ୧ ଛକା) ରନକରି ଅପରାଜିତ ରହିଥିଲେ। ଶ୍ରୀଲଙ୍କା ବୋଲରଙ୍କ ମଧ୍ୟରେ ଦିଲସାନ ମଦୁସନକା, ମହେଶ ଥିକସାନା, ଚାମିକା କରୁଣାରନେତ୍, ଧନଞ୍ଜୟ ଡି’ସିଲ୍‌ଭା ଓ ଓ୍ବାନିନ୍ଦୁ ହସରଙ୍ଗା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ୨୦ ଓଭରରେ ୧୬୨/୫ (ଦୀପକ ହୁଦା-୪୧*, ଇଶାନ କିଶନ-୩୭, ଅକ୍ଷର ପଟେଲ-୩୧*, ହାର୍ଦ୍ଦିକ ପାଣ୍ଡ୍ୟା-୨୯, ଦିଲସାନ ମଦୁସନକା-୧/୩୫, ମହେଶ ଥିକସାନା-୧/୨୯, ଚାମିକା କରୁଣାରନେତ୍-୧/୨୨, ଧନଞ୍ଜୟ ଡି’ସିଲ୍‌ଭା-୧/୬, ଓ୍ବାନିନ୍ଦୁ ହସରଙ୍ଗା-୧/୨୨)। ଶ୍ରୀଲଙ୍କା ୨୦ ଓଭରରେ ୧୬୦/ଅଲ୍‌ଆଉଟ (ଦସୁନ ସନକା-୪୫, କୁଶାଲ ମେଣ୍ଡିସ-୨୮, ଶିବମ୍‌ ମାଭି-୪/୨୨, ହର୍ଶଲ ପଟେଲ-୨/୪୧, ଉମ୍ରାନ ମଲିକ-୨/୨୭)।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?