ସମ୍ବଲପୁର,୨୦।୮,ସମ୍ବଲପୁର ଜିଲା ମାନେଶ୍ବର ମାଳତି ଯୋରରେ ଗୁରୁବାର ଏକ ଦୁଖଃଦ ଘଟଣା ଘଟିଛି। ଗାଧୋଇବା ବେଳେ ୩ଜଣ ଯୁବକ ଭାସି ଯାଇଥିଲେ।
ଖବର ପାଇ ଅଗ୍ନିଶମ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ୨ଜଣ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଜଣେ ଯୁବକ ନିଖୋଜ ଥିବା ଜଣାପଡିଛି। ସେମାନେ ସମସ୍ତେ ରାଜସ୍ଥାନର ବୋଲି ଜଣାପଡିଥିବା ବେଳେ ସମ୍ବଲପୁର ମାନେଶ୍ବର ଅଞ୍ଚଳରେ ରହି କାମ କରୁଥିଲେ।

