ରାସ୍ତାରେ ଗାଡ଼ିକୁ ଅଟକାଇ ବଟି ଆଦାୟ କରୁଥିଲେ ୩ ଯୁବକ, ପୋଲିସ ପହଞ୍ଚି…

ପୁରୁଷୋତ୍ତମପୁର,୧୫ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଙ୍ଗିଠାରେ ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଇ ବଟି ଆଦାୟ କରିବା ବେଳେ ତିନିଜଣ ଯୁବକଙ୍କୁ ପୁରୁଷୋତ୍ତମପୁର ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଗିରଫ ଯୁବକମାନେ ହେଲେ ଭୂତସରସିଙ୍ଗି ଗ୍ରାମର ସନ୍ତୋଷ ସେଠୀ(୨୯), କୈଳାସ ଦଳେଇ (୨୬) ଓ କିରଣ ଜେନା (୨୨)।

ଘଟଣାରୁ ପ୍ରକାଶ ଯେ, ଆନ୍ଧ୍ରପ୍ରଦେଶ ପ୍ରକାଶମ ଜିଲା କୋଣ୍ଡାପି ଥାନା ଅନ୍ତର୍ଗତ ପିଟିଲୁରୁ ଗ୍ରାମର ଓ୍ବାଇ.ଇ ହୋସେଭେରା ବ୍ରହ୍ମପୁରଠାରୁ ମଇଁଷି କିଣି ଏକ ଗାଡ଼ି ଯୋଗେ ଶୁକ୍ରବାର ରାତିରେ ନେଉଥିବା ବେଳେ ଭୂତସରସିଙ୍ଗିଠାରେ ଏହି ଯୁବକମାନେ ଗାଡ଼ିକୁ ଅଟକାଇ ଧମକ ଦେଇ ବଟି ମାଗିବା ତାଙ୍କଠାରୁ ସହ ମୋବାଇଲ ଓ ଟଙ୍କା ଛଡ଼ାଇ ନେଇଯାଇଥିଲେ। ଏହି ସମୟରେ ପାଟ୍ରୋଲିଂ କରୁଥିବା ପୁରୁଷୋତ୍ତମପୁର ଏସ୍‌ଡିପି ଡ.ଦୀପକ କୁମାର ମିଶ୍ର ଗାଡ଼ି ଡ୍ରାଇଭର ଓ ବସିଥିବା ବ୍ୟକ୍ତିଙ୍କୁ ଅଭିଯୁକ୍ତମାନଙ୍କ କବଳରୁ ଉଦ୍ଧାର କରିବା ସହ ତତ୍‌କ୍ଷଣାତ୍‌ ଥାନା ଆଇଆଇସି ରାଜେଶ କୁମାର ନାୟକ ଓ କର୍ମଚାରୀମାନଙ୍କୁ ଘଟଣାସ୍ଥଳକୁ ଡକାଇ ଅଭିଯୁକ୍ତମାନଙ୍କୁ କାବୁକରି ଥାନାକୁ ଆଣିଥିଲେ। ଥାନାରେ କେସ୍‌ ନଂ ୧୨୮/୨୫ରେ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ତଦନ୍ତକାରୀ ଅଫିସର ଏସ୍‌ଆଇ ଆଦିତ୍ୟ ନାରାୟଣ ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି: ଡ୍ରେନ୍‌ ସଫା କଲେ ଗ୍ରାମବାସୀ

ରିଷିଡ଼ା,୫ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମ ମୁଖ୍ୟ ରାସ୍ତାର ଗୋଟିଏ ପାର୍ଶ୍ୱ ଡ୍ରେନ୍‌ରୁ ରବିବାର ସକାଳେ ଗ୍ରାମବାସୀ ଅଳିଆ ସଫା କରିଥିବା…

ରବିଙ୍କ ପାଦ ରେଖା ଅତିକ୍ରମ କରି ନ ଥିଲା, ତେବେ କାହିଁକି ନୋ-ବଲ ଦିଆଗଲା, ICC ନିୟମ ବିଷୟରେ ଜାଣନ୍ତୁ ଯାହା ଭାରତକୁ ମହଙ୍ଗା ପଡ଼ିଲା…

ମାଞ୍ଚେଷ୍ଟର,୫ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌…

ମହାରାଷ୍ଟ୍ର ରାଜନୀତିରେ ହଲଚଲ! କଂଗ୍ରେସ MLCଙ୍କୁ କିଣାବାକୁ ୨୦ କୋଟିର ଡିଲ୍‌…

ମୁମ୍ବାଇ,୫ା୭: ମହାରାଷ୍ଟ୍ରର ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ)ର ନେତା ସଞ୍ଜୟ ରାଉତ ରବିବାର (୫ ଜୁଲାଇ) ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି । ସେ କହିଛନ୍ତି ଯେ…

ଘୋଡ଼ାହାଡ଼ ଡ୍ୟାମ୍‌ରୁ ଛଡ଼ାଗଲା ପାଣି, ଖୋଲିଲା ୨ ଗେଟ୍‌

ଦିଗପହଣ୍ଡି,୫ା୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରବିବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ବର୍ଷା ହୋଇଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ…

ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲାରେ ମୁହଁ ଖୋଲିଲେ ମୋହନ ଭାଗବନ-କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୫।୭: ଅଯୋଧ୍ୟା ରାମ ମନ୍ଦିରର ଦାନ ଅର୍ଥ ହେରଫେର (ଚୋରି) ମାମଲାରେ ଏବେ ରାଷ୍ଟ୍ରୀୟ ସୱୟଂସେବକ ସଂଘ (RSS) ପକ୍ଷରୁ ବଡ଼ ବୟାନ ସାମ୍ନାକୁ ଆସିଛି। ସଂଘର…

ଇରାନକୁ ବଡ଼ ଧମକ ଦେଲେ ଟ୍ରମ୍ପ, ‘ଚାହିଁଲେ ଏକାଥରେ ସବୁ ଶେଷ….’

ଓ୍ବାଶିଂଟନ,୫ା୭: ଇରାନରେ ବର୍ତ୍ତମାନ ଏକ ସପ୍ତାହ ଶୋକ ପାଳନ କରାଯାଉଛି। ସର୍ବୋଚ୍ଚ ନେତା ଅଲି ଖାମନେଇଙ୍କୁ ଜୁଲାଇ ୪ରୁ ଜୁଲାଇ ୯  ପର୍ଯ୍ୟନ୍ତ ଶେଷ ବିଦାୟ ଦିଆଯାଉଛି…

କୂଳ ଲଙ୍ଘୁଛି ସମୁଦ୍ର: ଉଭୟ ଉପକୂଳ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଛତ୍ରପୁର, ୫।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳକ୍ଷୟକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦାମାନେ ଭୟଭୀତ ଅବସ୍ଥାରେ ଦିନ…

କୋରାପୁଟରେ ପ୍ରବଳ ବର୍ଷା: ଭାଙ୍ଗିଲା ୭ ଘର, ବୋରିଗୁମ୍ମାରେ ରେକର୍ଡ…

କୋରାପୁଟ,୫ା୭(ଅମିତାଭ ବେହେରା): କୋରାପୁଟ ଜିଲାରେ ରବିବାର ପ୍ରବଳ ବର୍ଷା ହୋଇଛି। ଜିଲାର ୧୪ଟି ବ୍ଲକରେ ମୋଟ୍‌ ୧୩୭୧.୪ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଜୟପୁର କୋରାପୁଟ ଆଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri