ସଭାପତି, ଉପସଭାପତି ପଦ ପାଇଁ ତ୍ରିମୁଖୀ ଲଢ଼େଇ

ଭୁବନେଶ୍ୱର, ୨୮।୩(ବନ୍ଦନା ସେଠୀ): ୨୦୨୫-୨୬ବର୍ଷ ପାଇଁ ବାର୍‌ ଆସୋସିଏଶନ ନିର୍ବାଚନ ଆସନ୍ତା ୨୯ତାରିଖରେ ଅନୁଷ୍ଠିତ ହେବ। ଶନିବାର ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟିଂ ହେବ। ଏହି କ୍ରମରେ ଭୁବନେଶ୍ୱର ବାର୍‌ ଆସୋସିଏଶନର ନିର୍ବାଚନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଗୁରୁବାର କ୍ୟାମ୍ପେନିଂର ଶେଷଦିନ ଥିବାରୁ ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକଙ୍କୁ ଧରି ଜୋରଦାର୍‌ ପ୍ରଚାର କରିଥିଲେ। ଭୋଟରଙ୍କଠାରୁ ସମର୍ଥନ ପାଇବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ପନ୍ଥା ଆପଣାଉଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ମୋଟ ୨୫ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି। ବାର୍‌ ସଭାପତି ଏବଂ ଉପସଭାପତି ପଦ ପାଇଁ ୩ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅଶୋକ କୁମାର ଛୋଟରାୟ, ଅଶୋକ କୁମାର ପାତ୍ର ଏବଂ ନନ୍ଦ ନନ୍ଦନ ଶତପଥୀ ସଭାପତି ପଦ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଥିବାବେଳେ ଉପସଭାପତି ପଦ ପାଇଁ କବୀନ୍ଦ୍ର କୁମାର ବାରିକ, ରବି ପ୍ରସାଦ ନାୟକ, ସୁକାନ୍ତ ଚନ୍ଦ୍ର ଦାସ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି ସମ୍ପାଦକ ପଦ ପାଇଁ ୨ଜଣ ପ୍ରାର୍ଥୀ ମନୋଜ ନାୟକ, ସତ୍ୟ ରଞ୍ଜନ ସେନାପତି, ଯୁଗ୍ମ ସମ୍ପାଦକ ପାଇଁ ଭାଗ୍ୟବତୀ ରାଉତରାୟ ଏବଂ ରଶ୍ମିରଞ୍ଜନ ମହାନ୍ତି, ସହ ସମ୍ପାଦକ ପଦ ପାଇଁ ଜ୍ୟୋର୍ତିମୟୀ ପଣ୍ଡା, ରଶ୍ମିଭୂଷଣ ମୁଖୀ, ସତ୍ୟ ପ୍ରକାଶ ଶତପଥୀ, କୋଷାଧ୍ୟକ୍ଷ ଭାବେ ଦୀପ୍ତି ପ୍ରକାଶ ନନ୍ଦ ଏବଂ ହିତେନ ନାୟକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେହିପରି କାର୍ଯ୍ୟକାରୀ ସଦସ୍ୟ ପଦ ପାଇଁ ୧୦ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ତେବେ କାର୍ଯ୍ୟକାରୀ ସଦସ୍ୟ ଭାବେ ୧୦ଜଣଙ୍କ ମଧ୍ୟରୁ ୮ଜଣଙ୍କୁ ମନୋନୀତ କରାଯିବ ବୋଲି ସୂଚନା ଦିଆଯାଇଛି। ଭୁବନେଶ୍ୱର ବାର୍‌ ଆସୋସିଏଶନ୍‌ର ୪,୧୦୫ ସଦସ୍ୟ ୨୫ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମାର୍ଚ୍ଚ ୫ରୁ ୧୦ ପର୍ଯ୍ୟନ୍ତ ନୋମିନେଶନ ଦାଖଲ ହୋଇଥିବାବେଳେ, ମାର୍ଚ୍ଚ ୧୧ଠାରୁ କ୍ୟାମ୍ପେନିଂ ଆରମ୍ଭ ହୋଇଥିଲା। ଅପରପକ୍ଷେ ପ୍ରାୟ ୩ହଜାର ପୋଲିଂ ହେବା ନେଇ ଲକ୍ଷ୍ୟ ରଖାଯାଇଥିବା ପୂର୍ବତନ ସମ୍ପାଦକ ରାଜକିଶୋର ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri