ତିନି ବୈଦିକ ନାରୀ

ଋଗ୍‌ ବେଦ ପ୍ରାୟ ୩,୫୦୦ ବର୍ଷର ପୁରୁଣା। ଉକ୍ତ ବେଦରେ ମହର୍ଷି ବ୍ୟାସ ୧୦ଟି ଅଧ୍ୟାୟରେ ୧,୦୦୦ରୁ ଅଧିକ ସଂସ୍କୃତ ସ୍ତୋତ୍ରକୁ ସ୍ଥାନିତ କରିଛନ୍ତି। ସଂଗୃହୀତ ସ୍ତୋତ୍ରଗୁଡ଼ିକ ମଧ୍ୟରୁ ଅଧିକାଂଶରେ ଦେବତାମାନଙ୍କ ସ୍ତୁତି କରାଯାଇଛି, ଯାହା ପୁରୁଷଙ୍କ ଦ୍ୱାରା ସଙ୍କଳିତ। କିନ୍ତୁ ତୁମେ ଏଥିରେ ବି ବହୁତ ନାରୀ କବି (ଋଷିକା) ଏବଂ ଦେବୀଙ୍କ ସ୍ତୋତ୍ର ଦେଖିବାକୁ ପାଇବ। ସ୍ତୋତ୍ରଗୁଡ଼ିକ ମାଧ୍ୟମରେ ଆମେ ଭାରତର ପୁରାତନ କାହାଣୀ ଲିଖନ ପରମ୍ପରା ବିଶେଷକରି ଶକ୍ତିଶାଳୀ ତଥା ସାହସୀ ଇନ୍ଦ୍ର ଏବଂ ତାଙ୍କ ବିଜୟ ବିଷୟରେ ବି ଜାଣିବାକୁ ପାଉ। ସେଥିରେ ମଧ୍ୟ ମହିଳାଙ୍କ ସମ୍ପର୍କରେ କିଛି କାହାଣୀ ଅଛି ଯାହା ବୈଦିକ ସମୟର ଭାବନା ମୁଖ୍ୟତଃ ନାରୀତ୍ୱ ଏବଂ କାମୁକତା ମନୋଭାବକୁ ପ୍ରକାଶ କରିଛି। ପ୍ରଥମ ଅଧ୍ୟାୟର ପ୍ରଥମ କାହାଣୀ ଦେଖିବା। ଏହା ମହର୍ଷି ଅଗସ୍ତ୍ୟ ଏବଂ ତାଙ୍କ ସ୍ତ୍ରୀ ଲୋପାମୁଦ୍ରାଙ୍କ କଥୋପକଥନ ଉପରେ ଆଧାରିତ। ଉକ୍ତ କାହାଣୀରେ, ଲୋପାମୁଦ୍ରା ତାଙ୍କ ସ୍ବାମୀଙ୍କୁ ଇନ୍ଦ୍ରିୟ ସୁଖ ଅନୁଭବ କରିବା ସହ ଓ ବଂଶ ରକ୍ଷା କରିବାକୁ ଏକ ସନ୍ତାନର ପିତା ହେବା ପାଇଁ ତପସ୍ୟା ତ୍ୟାଗ କରି ଗୃହସ୍ଥ କର୍ତ୍ତବ୍ୟ ପାଳନ କରିବାକୁ ଉତ୍ସାହିତ କରିଛନ୍ତି। ଏହା କରି ଲୋପାମୁଦ୍ରା ସଫଳ ହୋଇଛନ୍ତି। ତପସ୍ବୀଙ୍କୁ ଆକର୍ଷିତ କରିଥିବା ଲୋପାମୁଦ୍ରା ଯଦିଓ ଜଣେ ସ୍ତ୍ରୀ ଭୂମିକାରେ ରହିଛନ୍ତି, ତଥାପି ଏହି ଘଟଣାରେ ଜଣେ ଅପ୍‌ସରା ପ୍ରତିନିଧି ଭାବେ ଭୂମିକା ନିର୍ବାହ କରିଛନ୍ତି। ଉକ୍ତ ଘଟଣାରେ ଋଷିଙ୍କର ଶାନ୍ତ ବା ‘ଧୀର’ ସ୍ବଭାବକୁ ଜଣେ ଅଶାନ୍ତ ବା ‘ଅଧୀର’ ମହିଳା ଛଡ଼ାଇ ନେଇଛନ୍ତି। ଏହା ଦର୍ଶାଉଛି ଯେ, ମହିଳାମାନେ ଅସ୍ଥିରତା, ଇନ୍ଦ୍ରିୟାସକ୍ତ ବା କାମାସକ୍ତ ଓ ପ୍ରଲୋଭନ ସହ ଜଡ଼ିତ। ଏଠାରେ ପ୍ରଥମ କରି ଆମେ ମଧ୍ୟ ହିନ୍ଦୁଧର୍ମରେ ସନ୍ନ୍ୟାସୀ ଓ ଗୃହସ୍ଥ ଜୀବନ ମଧ୍ୟରେ ଏକ ବଡ଼ ମାନସିକ ଉଦ୍‌ବେଗର ଦୃଷ୍ଟାନ୍ତ ଦେଖିବାକୁ ପାଉ। ଜଣେ ସନ୍ନ୍ୟାସୀ ତାଙ୍କର ଇନ୍ଦ୍ରିୟ ସଂଯମ କରି ଏବଂ ବିନା ବୀର୍ଯ୍ୟପାତରେ ମୋକ୍ଷ ପ୍ରାପ୍ତି କରିବାକୁ ଚାହିଁଥାନ୍ତି। କିନ୍ତୁ ଜଣେ ଗୃହସ୍ଥ ସନ୍ତାନ ଜନ୍ମ ଦେଇ ଜୀବନକୁ ଆଗକୁ ବଢାଇବାର ଏକମାତ୍ର ବାଟ ବୋଲି ବିଶ୍ୱାସ କରନ୍ତି। ଏହି ଦୁଇ ସିଦ୍ଧାନ୍ତ ମଧ୍ୟରେ ଥିବା ଏପ୍ରକାର ମାନସିକ ଉଦ୍‌ବେଗ ହିନ୍ଦୁ ବିଚାରଧାରାକୁ ପ୍ରକାଶ କରିଛି ଏବଂ ଋଗ ବେଦରେ ଏହା ଆରମ୍ଭ ହୋଇଛି ବୋଲି କୁହାଯାଇପାରେ।
ଋଗ୍‌ ବେଦର ଅଷ୍ଟମ ଅଧ୍ୟାୟରେ ଅପାଲା ନାମକ ଚରିତ୍ର ଦେଖିବାକୁ ମିଳେ। ଅପାଲାଙ୍କର ଗମ୍ଭୀର ଚର୍ମରୋଗ ଥିବାରୁ ତାଙ୍କ ସ୍ବାମୀ ତାଙ୍କୁ ଅସ୍ବୀକାର କରିଛନ୍ତି। ଚର୍ମ ରୋଗ କହିଲେ ତାଙ୍କ ଶରୀରରେ ଅତ୍ୟଧିକ କେଶ ଥିଲା। ଏହି କାହାଣୀ ଦର୍ଶାଏ, ଅପାଲା ହଠାତ୍‌ ଏକ ସୋମ ଗଛ ପାଇବା ପରେ ରୋଗରୁ ମୁକ୍ତ ହେବା ଲାଗି ତାହାକୁ ଚୋବାଇବାରେ ଲାଗି ପଡ଼ିଛନ୍ତି। ଚୋବାଇବା ଶବ୍ଦ ସହ ସୋମରସ କ୍ଷରଣ ହେବା ଯୋଗୁ ତାହା ଇନ୍ଦ୍ରଙ୍କୁ ଉତ୍ତେଜିତ କରିଛି। ଇନ୍ଦ୍ର ସ୍ବର୍ଗରୁ ମର୍ତ୍ତ୍ୟକୁ ଓହ୍ଲାଇ ଆସିଛନ୍ତି ଏବଂ ତାଙ୍କୁ ତିନୋଟି ବର ମାଗିବାକୁ କହିଛନ୍ତି। ଅପାଲା ଦୁଇଟି ବର ତାଙ୍କ ପିତାଙ୍କ ପାଇଁ ମାଗିଛନ୍ତି। ପିତାଙ୍କ ମୁଣ୍ଡରେ ଚୁଟି ଏବଂ ଏକ ଉର୍ବର କ୍ଷେତ ଦେବା ଲାଗି ଇନ୍ଦ୍ରକୁ ସେ ଅନୁରୋଧ କରିଛନ୍ତି। ଏହାସହ ନିଜ ପାଇଁ ବିଷୟାସକ୍ତ ବିଶେଷତା ଥିବା ତଥା ଚର୍ମ ରୋଗମୁକ୍ତ ଏକ ସୁନ୍ଦର ଶରୀର ଯାଚନା କରିଛନ୍ତି। ଉଲ୍ଲେଖନୀୟ ଯେ, ସେ ପ୍ରଥମେ ତାଙ୍କ ପିତାଙ୍କ ପାଇଁ ଓ ପରେ ତାଙ୍କ ସକାଶେ ବର ମାଗିଛନ୍ତି। ଏହା ତାଙ୍କ ନିଃସ୍ବାର୍ଥପର ମନୋଭାବର ପ୍ରତୀକ, ଯାହା ଦେବତାମାନଙ୍କୁ ସନ୍ତୁଷ୍ଟ କରିଛି। ଇନ୍ଦ୍ର ତାଙ୍କ ଦିବ୍ୟ ରଥ ଚକର ପହିଆ ମାଧ୍ୟମରେ ଅପାଲାଙ୍କୁ ଟାଣି ଚର୍ମ ଛଡ଼ାଇ ଦେବାରୁ ସେ ଜଣେ ଅତି ସୁନ୍ଦରୀ ନାରୀ ପାଲଟିିଯାଇଛନ୍ତି। ଛାଡ଼ିଯାଇଥିବା ଚର୍ମ ବି ଏକ ସର୍ପ ହୋଇଯାଇଛି। ଜଣେ ନାରୀ ମନରେ କିଭଳି ସୌନ୍ଦର୍ଯ୍ୟର ବିଚାର ଏବଂ ଇନ୍ଦ୍ରିୟ ଓ ଉର୍ବରତା ଲାଳସା ରହିଛି ତାହା ଏଠାରେ ଆମେ ଦେଖିବାକୁ ପାଇଛୁ।
ଋଗ୍‌ ବେଦର ଶେଷ ତଥା ଦଶମ ଅଧ୍ୟାୟରେ ଅଛି ତୃତୀୟ କହାଣୀ, ଯାହା ଉର୍ବଶୀ ଏବଂ ପୁରୁରବାଙ୍କ ଆଧାରିତ।
ପରେ ଏହାକୁ କାଳିଦାସଙ୍କ ସଂସ୍କୃତ ନାଟକରେ ବର୍ଣ୍ଣନା କରାଯାଇଥିଲା। ତେବେ ମୂଳ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ। ଉର୍ବଶୀ ସ୍ବର୍ଗର ଜଣେ ଅପ୍‌ସରା। ସେ ମର୍ତ୍ତ୍ୟକୁ ଭ୍ରମଣରେ ଆସି ମରଣଶୀଳ ପୁରୁରବାଙ୍କୁ ବିବାହ କରିଛନ୍ତି। ଆଶ୍ଚର୍ଯ୍ୟର କଥା,ସମ୍ପୂର୍ଣ୍ଣ ଋଗ୍‌ ବେଦରେ କେବଳ ଏହି କାହାଣୀରେ ହିଁ ସ୍ବର୍ଗର କଥା କୁହାଯାଇଛି। ଉର୍ବଶୀ ବିବାହ ପରେ ପୁରୁରବାଙ୍କୁ ଛାଡ଼ି ସ୍ବର୍ଗ ଫେରିଯାଇ ସେଠାରେ ଅନ୍ୟ ଅପ୍‌ସରାମାନଙ୍କ ଗହଣରେ ରହିବା ଲାଗି ଚାହିଁଛନ୍ତିି। ପୁରୁରବା ଦୁହିଁଙ୍କ ପ୍ରେମ ସମ୍ପର୍କରେ ମନେପକାଇଦେଇ ତାଙ୍କ ସ୍ତ୍ରୀ ଉର୍ବଶୀଙ୍କୁ ମର୍ତ୍ତ୍ୟରେ ରହିବାକୁ ବିନତି କରିଛନ୍ତି। ଉର୍ବଶୀ କହିଛନ୍ତି , ସେ ଥକିଗଲେଣି ଓ ତାଙ୍କୁ ଆଉ ଭଲ ଲାଗୁନାହିଁ ଏବଂ ତାଙ୍କ ଅପ୍‌ସରା ସଙ୍ଗିନୀମାନଙ୍କ ସହ ସ୍ବର୍ଗରେ ରହିବାକୁ ପସନ୍ଦ କରୁଛନ୍ତି। ଉର୍ବଶୀଙ୍କ ଏଭଳି କଥା ପୁରୁରବାଙ୍କୁ କ୍ରୋଧିତ କଲା। ପରେ ପୁରୁରବା ବି ସେମାନଙ୍କ ପିଲାର ମଙ୍ଗଳ ବିଷୟରେ କହିଛନ୍ତି। ହେଲେ ଉର୍ବଶୀ ପିଲାକୁ ପୁରୁରବାଙ୍କୁ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି । ଏହା ଦର୍ଶାଉଛି ଯେ, ସେ ମାତୃତ୍ୱ ଭାବନା ଛାଡ଼ି ଏଭଳି କରିଛନ୍ତି। ଶେଷରେ ଉର୍ବଶୀଙ୍କୁ ପୁରୁରବା କହିଛନ୍ତି ଯେ, ତାଙ୍କ ବିନା ତାଙ୍କର ମାନସିକ ସ୍ଥିତି ଠିକ୍‌ ରହିବନାହିଁ ଓ ସେ ମରିଯିବେ। ତେବେ ଉର୍ବଶୀ ପୁରୁରବାଙ୍କୁ ପୁରୁଷ କାର୍ଯ୍ୟକଳାପ ପାଳନ କରିବାକୁ ସତର୍କ କରିଦେଇଛନ୍ତି। କାମାସକ୍ତ ହେବା ବଦଳରେ ରାଜ୍ୟ ଶାସନ କରିବା ପାଇଁ ତାଙ୍କୁ ପରାମର୍ଶ ଦେଇଛନ୍ତି। ଏଠାରେ ଉର୍ବଶୀ ଜଣେ ଉଦାର ତଥା ଶାନ୍ତ ହୃଦୟର ମହିଳା ଭାବେ ଉଭାହୋଇ ତାଙ୍କ ସ୍ବାମୀ ଓ ପିଲାକୁ ଛାଡ଼ି ସ୍ବର୍ଗକୁ ଚାଲିଯାଇଛନ୍ତି। ପରେ ଅନ୍ୟ ସବୁ କାହାଣୀ ବର୍ଣ୍ଣନା କରିଛନ୍ତି ଯେ, ଅଭିଶାପ କାରଣରୁ ଦୁହେଁ ଅଲଗା ହୋଇଛନ୍ତି। ଉର୍ବଶୀ ତାଙ୍କ ମରଣଶୀଳ ସ୍ବାମୀଙ୍କ ପ୍ରତି ଯେ ଆଗ୍ରହୀ ନ ଥିଲେ କିମ୍ବା କେବଳ ସ୍ବର୍ଗୀୟ ମହିଳାମାନଙ୍କ ସହ ରହିବାକୁ ପସନ୍ଦ କରୁଥିଲେ ତାହା ନୁହେଁ। ଋଗ୍‌ ବେଦରେ ଦେଖାଯାଇଥିବା କାମନାର ଏହି କଠୋର ପରିପ୍ରକାଶ ପରବର୍ତ୍ତୀ ସମୟରେ ଅନ୍ୟ ବହିଗୁଡ଼ିକରେ ଦେଖିବାକୁ ମିଳେନାହିଁ।
ଲୋପାମୁଦ୍ରାଙ୍କ କାହାଣୀରେ ତାଙ୍କ ସ୍ବାମୀଙ୍କୁ ଜଣେ ବ୍ୟକ୍ତି ଭାବେ ଦେଖାଯାଏ , ଯିଏ କାମାସକ୍ତଠାରୁ ଦୂରେଇଯାଇ ଆଧ୍ୟାତ୍ମିକ ପଥରେ ଆଗକୁ ବଢିବାକୁ ଚାହିଁଛନ୍ତି। ଅପାଲାଙ୍କ କାହାଣୀରେ, ତାଙ୍କ ସ୍ବାମୀ ଉତ୍ପୀଡ଼କ ପାଲଟିଛନ୍ତି ଓ ସ୍ତ୍ରୀଙ୍କୁ ପାଖରୁ ତଡ଼ି ଦେଇଛନ୍ତି। ଶେଷରେ ଈଶ୍ୱର ତାଙ୍କୁ ସାହାଯ୍ୟ କରିଛନ୍ତି ଓ ତାଙ୍କ ସୌନ୍ଦର୍ଯ୍ୟ ଫେରାଇ ଦେଇଛନ୍ତି। ଉର୍ବଶୀଙ୍କ କାହାଣୀରେ ଜଣେ ବିଷୟାସକ୍ତ ପୁରୁଷ ତାଙ୍କ ସ୍ତ୍ରୀ ବିଚ୍ଛେଦରେ ଭାଙ୍ଗିପଡ଼ିଛନ୍ତି। ପ୍ରତ୍ୟେକ କାହାଣୀରେ ପୁରୁଷମାନେ ନିଜକୁ ସମ୍ପୂର୍ଣ୍ଣ ଭିନ୍ନ ଭାବେ ପ୍ରତିପାଦିତ କରିଥିବାବେଳେ ନାରୀମାନେ କାମୁକତା, ସନ୍ତାନ ଜନ୍ମ, ସୁଖ, ପରିବାର, ଭୌତିକ ବିଶ୍ୱ ସହ ଜଡ଼ିତ ଅଛନ୍ତି। ଏହି ଦୃଷ୍ଟିକୋଣ ବି ଏବେ ସୁଦ୍ଧା ଅନେକ ପାରମ୍ପରିକ କ୍ଷେତ୍ରରେ ରହିଛି।

– ଦେବଦତ୍ତ ପଟ୍ଟନାୟକ
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?