ତିନି ବୈଦିକ ନାରୀ

ଋଗ୍‌ ବେଦ ପ୍ରାୟ ୩,୫୦୦ ବର୍ଷର ପୁରୁଣା। ଉକ୍ତ ବେଦରେ ମହର୍ଷି ବ୍ୟାସ ୧୦ଟି ଅଧ୍ୟାୟରେ ୧,୦୦୦ରୁ ଅଧିକ ସଂସ୍କୃତ ସ୍ତୋତ୍ରକୁ ସ୍ଥାନିତ କରିଛନ୍ତି। ସଂଗୃହୀତ ସ୍ତୋତ୍ରଗୁଡ଼ିକ ମଧ୍ୟରୁ ଅଧିକାଂଶରେ ଦେବତାମାନଙ୍କ ସ୍ତୁତି କରାଯାଇଛି, ଯାହା ପୁରୁଷଙ୍କ ଦ୍ୱାରା ସଙ୍କଳିତ। କିନ୍ତୁ ତୁମେ ଏଥିରେ ବି ବହୁତ ନାରୀ କବି (ଋଷିକା) ଏବଂ ଦେବୀଙ୍କ ସ୍ତୋତ୍ର ଦେଖିବାକୁ ପାଇବ। ସ୍ତୋତ୍ରଗୁଡ଼ିକ ମାଧ୍ୟମରେ ଆମେ ଭାରତର ପୁରାତନ କାହାଣୀ ଲିଖନ ପରମ୍ପରା ବିଶେଷକରି ଶକ୍ତିଶାଳୀ ତଥା ସାହସୀ ଇନ୍ଦ୍ର ଏବଂ ତାଙ୍କ ବିଜୟ ବିଷୟରେ ବି ଜାଣିବାକୁ ପାଉ। ସେଥିରେ ମଧ୍ୟ ମହିଳାଙ୍କ ସମ୍ପର୍କରେ କିଛି କାହାଣୀ ଅଛି ଯାହା ବୈଦିକ ସମୟର ଭାବନା ମୁଖ୍ୟତଃ ନାରୀତ୍ୱ ଏବଂ କାମୁକତା ମନୋଭାବକୁ ପ୍ରକାଶ କରିଛି। ପ୍ରଥମ ଅଧ୍ୟାୟର ପ୍ରଥମ କାହାଣୀ ଦେଖିବା। ଏହା ମହର୍ଷି ଅଗସ୍ତ୍ୟ ଏବଂ ତାଙ୍କ ସ୍ତ୍ରୀ ଲୋପାମୁଦ୍ରାଙ୍କ କଥୋପକଥନ ଉପରେ ଆଧାରିତ। ଉକ୍ତ କାହାଣୀରେ, ଲୋପାମୁଦ୍ରା ତାଙ୍କ ସ୍ବାମୀଙ୍କୁ ଇନ୍ଦ୍ରିୟ ସୁଖ ଅନୁଭବ କରିବା ସହ ଓ ବଂଶ ରକ୍ଷା କରିବାକୁ ଏକ ସନ୍ତାନର ପିତା ହେବା ପାଇଁ ତପସ୍ୟା ତ୍ୟାଗ କରି ଗୃହସ୍ଥ କର୍ତ୍ତବ୍ୟ ପାଳନ କରିବାକୁ ଉତ୍ସାହିତ କରିଛନ୍ତି। ଏହା କରି ଲୋପାମୁଦ୍ରା ସଫଳ ହୋଇଛନ୍ତି। ତପସ୍ବୀଙ୍କୁ ଆକର୍ଷିତ କରିଥିବା ଲୋପାମୁଦ୍ରା ଯଦିଓ ଜଣେ ସ୍ତ୍ରୀ ଭୂମିକାରେ ରହିଛନ୍ତି, ତଥାପି ଏହି ଘଟଣାରେ ଜଣେ ଅପ୍‌ସରା ପ୍ରତିନିଧି ଭାବେ ଭୂମିକା ନିର୍ବାହ କରିଛନ୍ତି। ଉକ୍ତ ଘଟଣାରେ ଋଷିଙ୍କର ଶାନ୍ତ ବା ‘ଧୀର’ ସ୍ବଭାବକୁ ଜଣେ ଅଶାନ୍ତ ବା ‘ଅଧୀର’ ମହିଳା ଛଡ଼ାଇ ନେଇଛନ୍ତି। ଏହା ଦର୍ଶାଉଛି ଯେ, ମହିଳାମାନେ ଅସ୍ଥିରତା, ଇନ୍ଦ୍ରିୟାସକ୍ତ ବା କାମାସକ୍ତ ଓ ପ୍ରଲୋଭନ ସହ ଜଡ଼ିତ। ଏଠାରେ ପ୍ରଥମ କରି ଆମେ ମଧ୍ୟ ହିନ୍ଦୁଧର୍ମରେ ସନ୍ନ୍ୟାସୀ ଓ ଗୃହସ୍ଥ ଜୀବନ ମଧ୍ୟରେ ଏକ ବଡ଼ ମାନସିକ ଉଦ୍‌ବେଗର ଦୃଷ୍ଟାନ୍ତ ଦେଖିବାକୁ ପାଉ। ଜଣେ ସନ୍ନ୍ୟାସୀ ତାଙ୍କର ଇନ୍ଦ୍ରିୟ ସଂଯମ କରି ଏବଂ ବିନା ବୀର୍ଯ୍ୟପାତରେ ମୋକ୍ଷ ପ୍ରାପ୍ତି କରିବାକୁ ଚାହିଁଥାନ୍ତି। କିନ୍ତୁ ଜଣେ ଗୃହସ୍ଥ ସନ୍ତାନ ଜନ୍ମ ଦେଇ ଜୀବନକୁ ଆଗକୁ ବଢାଇବାର ଏକମାତ୍ର ବାଟ ବୋଲି ବିଶ୍ୱାସ କରନ୍ତି। ଏହି ଦୁଇ ସିଦ୍ଧାନ୍ତ ମଧ୍ୟରେ ଥିବା ଏପ୍ରକାର ମାନସିକ ଉଦ୍‌ବେଗ ହିନ୍ଦୁ ବିଚାରଧାରାକୁ ପ୍ରକାଶ କରିଛି ଏବଂ ଋଗ ବେଦରେ ଏହା ଆରମ୍ଭ ହୋଇଛି ବୋଲି କୁହାଯାଇପାରେ।
ଋଗ୍‌ ବେଦର ଅଷ୍ଟମ ଅଧ୍ୟାୟରେ ଅପାଲା ନାମକ ଚରିତ୍ର ଦେଖିବାକୁ ମିଳେ। ଅପାଲାଙ୍କର ଗମ୍ଭୀର ଚର୍ମରୋଗ ଥିବାରୁ ତାଙ୍କ ସ୍ବାମୀ ତାଙ୍କୁ ଅସ୍ବୀକାର କରିଛନ୍ତି। ଚର୍ମ ରୋଗ କହିଲେ ତାଙ୍କ ଶରୀରରେ ଅତ୍ୟଧିକ କେଶ ଥିଲା। ଏହି କାହାଣୀ ଦର୍ଶାଏ, ଅପାଲା ହଠାତ୍‌ ଏକ ସୋମ ଗଛ ପାଇବା ପରେ ରୋଗରୁ ମୁକ୍ତ ହେବା ଲାଗି ତାହାକୁ ଚୋବାଇବାରେ ଲାଗି ପଡ଼ିଛନ୍ତି। ଚୋବାଇବା ଶବ୍ଦ ସହ ସୋମରସ କ୍ଷରଣ ହେବା ଯୋଗୁ ତାହା ଇନ୍ଦ୍ରଙ୍କୁ ଉତ୍ତେଜିତ କରିଛି। ଇନ୍ଦ୍ର ସ୍ବର୍ଗରୁ ମର୍ତ୍ତ୍ୟକୁ ଓହ୍ଲାଇ ଆସିଛନ୍ତି ଏବଂ ତାଙ୍କୁ ତିନୋଟି ବର ମାଗିବାକୁ କହିଛନ୍ତି। ଅପାଲା ଦୁଇଟି ବର ତାଙ୍କ ପିତାଙ୍କ ପାଇଁ ମାଗିଛନ୍ତି। ପିତାଙ୍କ ମୁଣ୍ଡରେ ଚୁଟି ଏବଂ ଏକ ଉର୍ବର କ୍ଷେତ ଦେବା ଲାଗି ଇନ୍ଦ୍ରକୁ ସେ ଅନୁରୋଧ କରିଛନ୍ତି। ଏହାସହ ନିଜ ପାଇଁ ବିଷୟାସକ୍ତ ବିଶେଷତା ଥିବା ତଥା ଚର୍ମ ରୋଗମୁକ୍ତ ଏକ ସୁନ୍ଦର ଶରୀର ଯାଚନା କରିଛନ୍ତି। ଉଲ୍ଲେଖନୀୟ ଯେ, ସେ ପ୍ରଥମେ ତାଙ୍କ ପିତାଙ୍କ ପାଇଁ ଓ ପରେ ତାଙ୍କ ସକାଶେ ବର ମାଗିଛନ୍ତି। ଏହା ତାଙ୍କ ନିଃସ୍ବାର୍ଥପର ମନୋଭାବର ପ୍ରତୀକ, ଯାହା ଦେବତାମାନଙ୍କୁ ସନ୍ତୁଷ୍ଟ କରିଛି। ଇନ୍ଦ୍ର ତାଙ୍କ ଦିବ୍ୟ ରଥ ଚକର ପହିଆ ମାଧ୍ୟମରେ ଅପାଲାଙ୍କୁ ଟାଣି ଚର୍ମ ଛଡ଼ାଇ ଦେବାରୁ ସେ ଜଣେ ଅତି ସୁନ୍ଦରୀ ନାରୀ ପାଲଟିିଯାଇଛନ୍ତି। ଛାଡ଼ିଯାଇଥିବା ଚର୍ମ ବି ଏକ ସର୍ପ ହୋଇଯାଇଛି। ଜଣେ ନାରୀ ମନରେ କିଭଳି ସୌନ୍ଦର୍ଯ୍ୟର ବିଚାର ଏବଂ ଇନ୍ଦ୍ରିୟ ଓ ଉର୍ବରତା ଲାଳସା ରହିଛି ତାହା ଏଠାରେ ଆମେ ଦେଖିବାକୁ ପାଇଛୁ।
ଋଗ୍‌ ବେଦର ଶେଷ ତଥା ଦଶମ ଅଧ୍ୟାୟରେ ଅଛି ତୃତୀୟ କହାଣୀ, ଯାହା ଉର୍ବଶୀ ଏବଂ ପୁରୁରବାଙ୍କ ଆଧାରିତ।
ପରେ ଏହାକୁ କାଳିଦାସଙ୍କ ସଂସ୍କୃତ ନାଟକରେ ବର୍ଣ୍ଣନା କରାଯାଇଥିଲା। ତେବେ ମୂଳ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ। ଉର୍ବଶୀ ସ୍ବର୍ଗର ଜଣେ ଅପ୍‌ସରା। ସେ ମର୍ତ୍ତ୍ୟକୁ ଭ୍ରମଣରେ ଆସି ମରଣଶୀଳ ପୁରୁରବାଙ୍କୁ ବିବାହ କରିଛନ୍ତି। ଆଶ୍ଚର୍ଯ୍ୟର କଥା,ସମ୍ପୂର୍ଣ୍ଣ ଋଗ୍‌ ବେଦରେ କେବଳ ଏହି କାହାଣୀରେ ହିଁ ସ୍ବର୍ଗର କଥା କୁହାଯାଇଛି। ଉର୍ବଶୀ ବିବାହ ପରେ ପୁରୁରବାଙ୍କୁ ଛାଡ଼ି ସ୍ବର୍ଗ ଫେରିଯାଇ ସେଠାରେ ଅନ୍ୟ ଅପ୍‌ସରାମାନଙ୍କ ଗହଣରେ ରହିବା ଲାଗି ଚାହିଁଛନ୍ତିି। ପୁରୁରବା ଦୁହିଁଙ୍କ ପ୍ରେମ ସମ୍ପର୍କରେ ମନେପକାଇଦେଇ ତାଙ୍କ ସ୍ତ୍ରୀ ଉର୍ବଶୀଙ୍କୁ ମର୍ତ୍ତ୍ୟରେ ରହିବାକୁ ବିନତି କରିଛନ୍ତି। ଉର୍ବଶୀ କହିଛନ୍ତି , ସେ ଥକିଗଲେଣି ଓ ତାଙ୍କୁ ଆଉ ଭଲ ଲାଗୁନାହିଁ ଏବଂ ତାଙ୍କ ଅପ୍‌ସରା ସଙ୍ଗିନୀମାନଙ୍କ ସହ ସ୍ବର୍ଗରେ ରହିବାକୁ ପସନ୍ଦ କରୁଛନ୍ତି। ଉର୍ବଶୀଙ୍କ ଏଭଳି କଥା ପୁରୁରବାଙ୍କୁ କ୍ରୋଧିତ କଲା। ପରେ ପୁରୁରବା ବି ସେମାନଙ୍କ ପିଲାର ମଙ୍ଗଳ ବିଷୟରେ କହିଛନ୍ତି। ହେଲେ ଉର୍ବଶୀ ପିଲାକୁ ପୁରୁରବାଙ୍କୁ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି । ଏହା ଦର୍ଶାଉଛି ଯେ, ସେ ମାତୃତ୍ୱ ଭାବନା ଛାଡ଼ି ଏଭଳି କରିଛନ୍ତି। ଶେଷରେ ଉର୍ବଶୀଙ୍କୁ ପୁରୁରବା କହିଛନ୍ତି ଯେ, ତାଙ୍କ ବିନା ତାଙ୍କର ମାନସିକ ସ୍ଥିତି ଠିକ୍‌ ରହିବନାହିଁ ଓ ସେ ମରିଯିବେ। ତେବେ ଉର୍ବଶୀ ପୁରୁରବାଙ୍କୁ ପୁରୁଷ କାର୍ଯ୍ୟକଳାପ ପାଳନ କରିବାକୁ ସତର୍କ କରିଦେଇଛନ୍ତି। କାମାସକ୍ତ ହେବା ବଦଳରେ ରାଜ୍ୟ ଶାସନ କରିବା ପାଇଁ ତାଙ୍କୁ ପରାମର୍ଶ ଦେଇଛନ୍ତି। ଏଠାରେ ଉର୍ବଶୀ ଜଣେ ଉଦାର ତଥା ଶାନ୍ତ ହୃଦୟର ମହିଳା ଭାବେ ଉଭାହୋଇ ତାଙ୍କ ସ୍ବାମୀ ଓ ପିଲାକୁ ଛାଡ଼ି ସ୍ବର୍ଗକୁ ଚାଲିଯାଇଛନ୍ତି। ପରେ ଅନ୍ୟ ସବୁ କାହାଣୀ ବର୍ଣ୍ଣନା କରିଛନ୍ତି ଯେ, ଅଭିଶାପ କାରଣରୁ ଦୁହେଁ ଅଲଗା ହୋଇଛନ୍ତି। ଉର୍ବଶୀ ତାଙ୍କ ମରଣଶୀଳ ସ୍ବାମୀଙ୍କ ପ୍ରତି ଯେ ଆଗ୍ରହୀ ନ ଥିଲେ କିମ୍ବା କେବଳ ସ୍ବର୍ଗୀୟ ମହିଳାମାନଙ୍କ ସହ ରହିବାକୁ ପସନ୍ଦ କରୁଥିଲେ ତାହା ନୁହେଁ। ଋଗ୍‌ ବେଦରେ ଦେଖାଯାଇଥିବା କାମନାର ଏହି କଠୋର ପରିପ୍ରକାଶ ପରବର୍ତ୍ତୀ ସମୟରେ ଅନ୍ୟ ବହିଗୁଡ଼ିକରେ ଦେଖିବାକୁ ମିଳେନାହିଁ।
ଲୋପାମୁଦ୍ରାଙ୍କ କାହାଣୀରେ ତାଙ୍କ ସ୍ବାମୀଙ୍କୁ ଜଣେ ବ୍ୟକ୍ତି ଭାବେ ଦେଖାଯାଏ , ଯିଏ କାମାସକ୍ତଠାରୁ ଦୂରେଇଯାଇ ଆଧ୍ୟାତ୍ମିକ ପଥରେ ଆଗକୁ ବଢିବାକୁ ଚାହିଁଛନ୍ତି। ଅପାଲାଙ୍କ କାହାଣୀରେ, ତାଙ୍କ ସ୍ବାମୀ ଉତ୍ପୀଡ଼କ ପାଲଟିଛନ୍ତି ଓ ସ୍ତ୍ରୀଙ୍କୁ ପାଖରୁ ତଡ଼ି ଦେଇଛନ୍ତି। ଶେଷରେ ଈଶ୍ୱର ତାଙ୍କୁ ସାହାଯ୍ୟ କରିଛନ୍ତି ଓ ତାଙ୍କ ସୌନ୍ଦର୍ଯ୍ୟ ଫେରାଇ ଦେଇଛନ୍ତି। ଉର୍ବଶୀଙ୍କ କାହାଣୀରେ ଜଣେ ବିଷୟାସକ୍ତ ପୁରୁଷ ତାଙ୍କ ସ୍ତ୍ରୀ ବିଚ୍ଛେଦରେ ଭାଙ୍ଗିପଡ଼ିଛନ୍ତି। ପ୍ରତ୍ୟେକ କାହାଣୀରେ ପୁରୁଷମାନେ ନିଜକୁ ସମ୍ପୂର୍ଣ୍ଣ ଭିନ୍ନ ଭାବେ ପ୍ରତିପାଦିତ କରିଥିବାବେଳେ ନାରୀମାନେ କାମୁକତା, ସନ୍ତାନ ଜନ୍ମ, ସୁଖ, ପରିବାର, ଭୌତିକ ବିଶ୍ୱ ସହ ଜଡ଼ିତ ଅଛନ୍ତି। ଏହି ଦୃଷ୍ଟିକୋଣ ବି ଏବେ ସୁଦ୍ଧା ଅନେକ ପାରମ୍ପରିକ କ୍ଷେତ୍ରରେ ରହିଛି।

– ଦେବଦତ୍ତ ପଟ୍ଟନାୟକ
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri