Posted inଜାତୀୟ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ୩ ସରପଞ୍ଚ ସ୍ବାମୀଙ୍କୁ ହତ୍ୟା

ପାଟନା,୨୧।୮: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିହାରରେ ରାଜନୈତିକ ହିସାଂକାଣ୍ଡ ଆରମ୍ଭ ହୋଇଯାଇଛି। ଶନିବାର ୩ଟି ଅଲଗା ଘଟଣାରେ ୩ ଜଣ ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଛି। ପ୍ରଥମ ଘଟଣାରେ ପାଟନା ଉପକଣ୍ଠ ମାନେରଠାରେ ବାଙ୍ଖ ପଞ୍ଚାୟତର ସରପଞ୍ଚ ଆଶା ଦେବୀଙ୍କ ସ୍ବାମୀ ରାଜ କୁମାର ଶାହାଙ୍କୁ ହତ୍ୟା କରାଯାଇଛି। ସେ ଶ୍ରାବଣ ଶେଷ ଦିନରେ ଶିବ ମନ୍ଦିରରେ ପୂଜା କରି ଫେରୁଥିବା ବେଳେ କନହୁଲିଠାରେ କେତେଜଣ ଦୁର୍ବୃତ୍ତ ତାଙ୍କୁ ଘେରିଯାଇ ଗୁଳି କରିଥିଲେ। ସେହିପରି ପାଟନା ଜିଲାର ବିହଟାଠାରେ ପାଇନାଳ ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ପିଣ୍ଟୁ ସା’ଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ତୃତୀୟ ଘଟଣା ରୋହତାସ୍‌ର ଲଓ୍ବେଡା ଗ୍ରାମରେ ଘଟିଛି। କେନାଲ ନିକଟରୁ ଲଓ୍ବେଡା ସରପଞ୍ଚଙ୍କ ସ୍ବାମୀ ଅଜୟ କୁମାର ସିଂଙ୍କ କ୍ଷତବିକ୍ଷତ ମୃତଦେହ ମିଳିଛି। ଶୁକ୍ରବାର ରାତିରେ ସେ ତାଙ୍କ ବନ୍ଧୁ ଘରକୁ ଜନ୍ମଦିନ ପାର୍ଟିରେ ଯୋଗଦେବାକୁ ଯାଇ ଆଉ ଫେରି ନ ଥିଲେ। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ହତ୍ୟାକାଣ୍ଡ ପଛରେ ରାଜନୈତିକ ଅଭିସନ୍ଧିକୁ ଅସ୍ବୀକାର କରାଯାଇ ନ ପାରେ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ଚିକିତ୍ସା ପାଇଁ ଭାରତୀୟଙ୍କ ପାଖରେ ନାହିଁ ଟଙ୍କା

ନୂଆଦିଲ୍ଲୀ, ୧୮।୬: ପରିବର୍ତ୍ତିତ ଜୀବନ ଶୈଳୀରେ ବହୁ ଭାରତୀୟ ମାନସିକ ଅବସାଦ ଗ୍ରସ୍ତ ହୋଇଥାନ୍ତି। କେତେକ ଏହାର ଚିକିତ୍ସା ମଧ୍ୟ କରିଥାନ୍ତି। ଅପରପକ୍ଷରେ ଏହାର ଚିକିତ୍ସା...

ଫେବୃୟାରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ,୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସୋମବାର ତାରିଖ ଘୋଷଣା ହୋଇଛି। ଫେବୃୟାରୀ ୮ରେ ଭୋଟିଂ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା...

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ପଞ୍ଚମ ପର୍ଯ୍ୟାୟ ପାଇଁ ଆଜି ପ୍ରଚାର ଶେଷ, ୨୭ରେ ମତଦାନ

ଲକ୍ଷ୍ନୌ,୨୫ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଯୋରସୋରରେ ଚାଲିଛି । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ସନ୍ଧ୍ୟାରେ ପ୍ରଚାର...

କେଜରିୱାଲ ଗ୍ୟାରେଣ୍ଟି କାର୍ଡରେ ୧୦ ଲକ୍ଷ ଚାକିରି, ମାଗଣା ବିଜୁଳି, ମହିଳାଙ୍କୁ ମାଗଣା ବସ ସେବା

ଲକ୍ଷ୍ନୌ,୨୮ ।୧: ଉତ୍ତର ପ୍ରଦେଶ ବିଧାନସଭା ଲାଗି ଆମ ଆଦମୀ ପାର୍ଟି(ଏଏପି) ତା’ର ଘୋଷଣା ପତ୍ର ଜାରି କରିଛି । ଏଥିରେ ୧୦ ଲକ୍ଷ ଚାକିରି,...

ଆଇପିଏସ୍‌ ଅଧିକାରୀଙ୍କ ଡେପୁଟେଶନକୁ ବିରୋଧ: ମାମଲା ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୧।୩: ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଗସ୍ତ ସମୟରେ ହୋଇଥିବା ଆକ୍ରମଣ ଘଟଣାରେ କେନ୍ଦ୍ର ସରକାର ରାଜ୍ୟ କ୍ୟାଡରର ୩ ଆଇପିଏସ୍‌ ଅଧିକାରୀଙ୍କୁ...

ଏହି କାରଣରୁ ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ ୫୦ ଟଙ୍କା ହେଲା

ପୁନେ, ୧୮।୮: ପୁନେ ଜନସନରେ ପ୍ଲାଟଫର୍ମ ଟିକେଟ୍‌ ମୂଲ୍ୟ ୫୦ ଟଙ୍କା। ପ୍ଲାଟ୍‌ଫର୍ମ ଟିକେଟ୍‌ର ଏଭଳି ମୂଲ୍ୟକୁ ନେଇ ଇଣ୍ଡିଆନ୍‌ ରେଲ୍‌ଓ୍ବେ ପକ୍ଷରୁ ମଙ୍ଗଳବାର ସ୍ପଷ୍ଟୀକରଣ...

ଖାଲକୁ ଖସିଲା ବସ୍‌: ଚାଲିଗଲା ୨୨ ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଡେରାଡୁନ୍‌,୫।୬: ଉତ୍ତରାଖଣ୍ଡରେ ରବିବାର ଏକ ବଡ଼ ବସ୍‌ ଦୁର୍ଘଟଣା ଘଟିଛି। ଯମୁନୋତ୍ରୀ ଯାଉଥିବା ଏକ ବସ୍‌ ଖାଲରେ ଖସି ପଡ଼ିଛି। ଏଥିରେ ୨୨ ଜଣଙ୍କର ମୃତ୍ୟୁ...

ଅଖିଳେଶଙ୍କ ଟାର୍ଗେଟରେ ମୋଦି ସରକାର: ଆମ ଅର୍ଥବ୍ୟବସ୍ଥାଠାରୁ ଭଲ ବାଂଲାଦେଶର

ଲକ୍ଷ୍ନୌ,୨୬।୮: ସମାଜବାଦୀ ପାର୍ଟି(ଏସ୍‌ପି)ର ଅଧ୍ୟକ୍ଷ ଅଖିଳେଶ ଯାଦବ ଆଇନ ବ୍ୟବସ୍ଥାକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଉତ୍ତରପ୍ରଦେଶର ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ...

Advertisement
Archives

Model This Week