Posted inଖେଳ

ସିଏସ୍‌କେରେ ହରଭଜନଙ୍କ ସ୍ଥାନ ନେଇପାରନ୍ତି ଏହି ୩ ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୫।୯: ବ୍ୟକ୍ତିଗତ କାରଣକୁ ନେଇ ଆଇପିଏଲ୍‌-୨୦୨୦ରୁ ସୁରେଶ ରାଇନା ବାହାର ହେବା ପରେ ଏବେ ହରଭଜନ ସିଂହ ମଧ୍ୟ ଅନୁରୂପ ଭାବେ ଖେଳିବେ ନାହିଁ ବୋଲି ସୂଚନା ମିଳିଛି। ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)ର ପ୍ରମୁଖ ସ୍ପିନର ମଧ୍ୟରେ ହରଭଜନଙ୍କୁ ଗଣାଯାଏ। ଏପରିସ୍ଥଳେ ସେ ଦଳରେ ସାମିଲ ନ ହେବା ଚିନ୍ତାର କାରଣ ପାଲଟିଛି।
ଶୁକ୍ରବାର ହରଭଜନ ୟୁଏଇ ଗସ୍ତ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହାପରେ ଦଳ ତାଙ୍କ ବିକଳ୍ପ ଖୋଜିବାରେ ଲାଗିପଡ଼ିଛି। ଏବେ ତିନିଜଣ ଖେଳାଳି ତାଙ୍କ ସ୍ଥାନ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେମାନେ ହେଲେ ମନୋଜ ତିଓ୍ବାରୀ, ହର୍ଷ ତ୍ୟାଗି, ଜଲଜ ସକ୍ସେନା।

ମନୋଜଙ୍କ ଅଲରାଉଣ୍ଡର ଶୈଳୀ ଦଳକୁ ଫାଇଦା ଦେଇପାରେ ବୋଲି କୁହାଯାଉଛି। ସେ ଧୋନୀଙ୍କ ଅଧିନାୟକତ୍ୱରେ ଖେଳି ସାରିଛନ୍ତି। ୯୮ ଆଇପିଏଲ୍‌ରେ ସେ ସାମିଲ ହୋଇଥିବା ବେଳେ ୨୦୧୯-୨୦ରେ ତାଙ୍କର ନିଲାମୀ ହୋଇ ନ ଥିଲା। ସେହିଭଳି ହର୍ଷ ୟୁଏଇ ଯାଇଛନ୍ତି। ସେ ୨୦୧୮ରେ ଅଣ୍ଡର-୧୯ ଏସିଆ କପ୍‌ ଫାଇନାଲରେ ୬ ଓ୍ବିକେଟ୍‌ ନେଇ ସମସ୍ତଙ୍କୁ ଚମକାଇଥିଲେ। ଅନ୍ୟପକ୍ଷେ ଜଳଜ ଅନୁଭବୀ ଖେଳାଳି। ସେ ପାଞ୍ଚ ବର୍ଷ ଧରି ସର୍ବଶ୍ରେଷ୍ଠ ଫର୍ମରେ ଅଛନ୍ତି। ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସରେ ସାମିଲ ହୋଇଛନ୍ତି। ତେବେ ଏହି ୩ଜଣଙ୍କ ମଧ୍ୟରୁ କାହାକୁ ଦଳ ଚୟନ କରୁଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ ପଦାର୍ପଣକୁ ମନେ ପକାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୬।୧୦- ଭାରତୀୟ ଅଲରାଉଣ୍ଡର ବୁଧବାର ନିଜ ଦିନିକିଆ ପଦାର୍ପଣବେଳର ଏକ ଫଟୋ ଶେୟାର କରିଛନ୍ତି। ଉକ୍ତ ଫଟୋରେ ତାଙ୍କୁ ପୂର୍ବତନ ଭାରତୀୟ ଅଧିନାୟକ କପିଳ ଦେବ...

ବିରାଟ କୋହଲିଙ୍କୁ ନେଇ ଚିନ୍ତାରେ ଭାରତୀୟ ଦଳ

ବିରାଟ କୋହଲି ଏବେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଅଟନ୍ତି। ଏକଦିବସୀୟ ଏବଂ ଟି -୨୦ ବ୍ୟତୀତ କୋହଲି ଟେଷ୍ଟ କ୍ରିକେଟର ଶ୍ରେଷ୍ଠ -୩ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ...

ମୁମ୍ବାଇକୁ ହରାଇଲା ବେଙ୍ଗାଲୁରୁ

ବାମ୍ବୋଲିମ୍‌ ୧୬ା୨: ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସୋମବାର ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଖେଳାଯାଇଥିବା ଏକ ମ୍ୟାଚରେ ବେଙ୍ଗାଲୁରୁ ଏଫ୍‌ସି ୪-୨ ଗୋଲରେ ମୁମ୍ବାଇ...

ଦିୟା-ସ୍ବସ୍ତିକା ରନର୍ସଅପ୍‌

ନୂଆଦିଲ୍ଲୀ, ୧ା୬ (ପି.ଟି.)- ଟ୍ୟୁନିସିଆର ଟୁନିସ୍‌ଠାରେ ଚାଲିଥିବା ଡବ୍ଲ୍ୟୁଟିଟି ୟୁଥ୍‌ ଷ୍ଟାର କଣ୍ଟେଣ୍ଡର ଟେବୁଲ ଟେନିସ ଟୁର୍ନାମେଣ୍ଟରେ ଭାରତର ଯୁବ ଟେବୁଲ ଟେନିସ ଖେଳାଳି ଦିୟା...

ଜଣେ ଝିଅ ରିଜେକ୍ଟ କରିବା ପରେ ଶିଖର ଧାଓ୍ବନ କହିଥିଲେ ଏମିତି କଥା

ମୁମ୍ବାଇ,୬।୪:ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ଶିଖର ଧାୱନ ଜଣେ ଅତି ଶାନ୍ତ ସ୍ବଭାବର ବ୍ୟକ୍ତି ଭାବେ ଜଣାଶୁଣା। ଧାୱନ...

ଯୋଗରାଜଙ୍କ ଶରଣରେ ସଚିନଙ୍କ ପୁଅ

ଚଣ୍ଡିଗଡ,୨୫।୯: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଗୋଆ ଦଳ ପକ୍ଷରୁ ଏକ ଟୁର୍ନାମେଣ୍ଟ ଖେଳିବା ପାଇଁ ଚଣ୍ଡିଗଡ଼ରେ ପହଞ୍ଚିଛନ୍ତି। ଭାରତର ପୂର୍ବତନ କ୍ରିକେଟର୍‌ ଯୁବରାଜ...

ଭର୍ଷ୍ଟାପେନ୍‌ଙ୍କୁ ମୋନାକୋ ଗ୍ରାଁ ପ୍ରି ଟାଇଟଲ

ମୋନାକୋ, ୨୪ା୫: ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ୍‌ ମୋନାକୋ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଏଥିସହିତ ଚାମ୍ପିୟନଶିପ୍‌ ଟେବୁଲରେ ମର୍ସିଡିଜ ଡ୍ରାଇଭର ଲୁଇସ୍‌...

ସେରେନା-ହାଲେପ୍‌ ଫାଇନାଲ

ଲଣ୍ଡନ, ୧୨ା୭ (ଏଏଫ୍‌ପି)-ଚଳିତବର୍ଷର ଓ୍ବିମ୍ବେଲଡନ ଓପନ୍‌ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲ ଆମେରିକାର ସେରେନା ଓ୍ବିଲିୟମ୍ସ ଏବଂ ରୋମାନିଆର ସିମୋନା ହାଲେପ୍‌ଙ୍କ ମଧ୍ୟରେ ଖେଳାଯିବ। ୨୪ତମ...

Advertisement
Archives

Model This Week