୩ ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ହୋଇପାରେ

ଭୁବନେଶ୍ୱର,୫ା୮(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ମାସେ ବିତିବାକୁ ବସିଲାଣି। କିନ୍ତୁ କ୍ରାଇମ୍‌ବ୍ରାଞ୍ଚ ହାତରେ ସେଭଳି କିଛି ବଳିଷ୍ଠ ସୁରାକ ଲାଗିନାହିଁ। କେବଳ ଜିଆରପିର ତଦନ୍ତ ରିପୋର୍ଟ ଓ ସମସ୍ତ ବୟାନକୁ ନେଇ ଅନ୍ଧାରରେ ବାଡ଼ି ବୁଲାଉଛି କ୍ରାଇମ୍‌ବ୍ରାଞ୍ଚ ସ୍ପେଶାଲ ଟିମ୍‌। ତେବେ ଅଧିକ ତଦନ୍ତ କ୍ରମରେ ବିଦ୍ୟାଶ୍ରୀ, ବିକାଶ, ପପୁଙ୍କ ଲାଏ ଡିଟେକ୍ସନ କରିପାରେ କ୍ରାଇମବ୍ରାଞ୍ଚ।
ଆଦିତ୍ୟଙ୍କ ମୃତ୍ୟୁ ପୂର୍ବରୁ ଅର୍ଥାତ ୬ ତାରିଖ ରାତି ୭ଟା ୪୫ରେ ସେ କରିଥିବା ଶେଷ ପୋଷ୍ଟକୁ ନେଇ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼ କରୁଛି। ଆଦିତ୍ୟ ନିଜେ ଏହି ପୋଷ୍ଟ କରିଥିଲେ ନା ତାଙ୍କୁ ହତ୍ୟା କରାଯିବା ପରେ ଆତ୍ମହତ୍ୟା ରୂପ ଦେବାକୁ ଏଭଳି ପୋଷ୍ଟ କରାଯାଇଛି, ସେ ସମ୍ପର୍କିତ ବିସ୍ତୃତ ତଥ୍ୟ ଜାଣିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଫେସ୍‌ବୁକ୍‌ ମୁଖ୍ୟାଳୟକୁ ଚିଠି ଲେଖିଛି। ଏହାସହ ଆଦିତ୍ୟଙ୍କ ୬ ମାସର ସିଡିଆର ରିପୋର୍ଟର ତନାଘନା ଚାଲିଛି। ସେ ନିୟମିତ କାହାସହ କଥା ହେଉଥିଲେ, ସେମାନଙ୍କ ସହ ଆଦିତ୍ୟଙ୍କ ସମ୍ପର୍କ, ପୂର୍ବରୁ ଆଦିତ୍ୟଙ୍କୁ ଧମକପୂର୍ଣ୍ଣ ଫୋନ୍‌ କିମ୍ବା ମେସେଜ ଆସିଛି କି, ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବାରେ ଲାଗିଛି ତଦନ୍ତକାରୀ ଟିମ୍‌। ଅନ୍ୟପକ୍ଷରେ ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ କ୍ରାଇମ୍‌ବ୍ରାଞ୍ଚ ଜେରା ବେଳେ ତାଙ୍କ ଭିତରେ ସେଭଳି ପାରିବାରିକ କଳହ ନ ଥିବା କହିଥିଲେ। ଏହାସହ ବିଦ୍ୟାଶ୍ରୀ ସ୍ବାମୀଙ୍କ ମୃତ୍ୟୁ ପାଇଁ ବିକାଶ, ପପୁଙ୍କ ଉପରେ ଦୋଷ ଲଦୁଛନ୍ତି। ସେପଟେ ବିକାଶ, ପପୁ ଆଦିତ୍ୟଙ୍କ ମୃତ୍ୟୁ ପାଇଁ ପାରିବାରିକ କଳହକୁ କାରଣ ବୋଲି କହୁଛନ୍ତି। ଏଭଳି ଦୋଷ ଲଦାଲଦି ଭିତରେ କିଏ ସତ କହୁଛି ତାହା ଜାଣିବା ପାଇଁ ବିଦ୍ୟାଶ୍ରୀ, ବିକାଶ ଓ ପପୁଙ୍କ ଲାଏ ଡିଟେକସନ୍‌ ଟେଷ୍ଟ ହୋଇପାରେ। କ୍ରାଇମ୍‌ବ୍ରାଞ୍ଚ ଏଭଳି ଯୋଜନାରେ ଥିବା ପରୋକ୍ଷରେ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଜବତ ଡାଏରୀର ଲେଖା ଆଦିତ୍ୟ ଲେଖିଥିବା ଷ୍ଟେଟ ହ୍ୟାଣ୍ଡରାଇଟିଂ ବ୍ୟୁରୋ ରିପୋର୍ଟ ଦେଇଥିଲେ ମଧ୍ୟ ଏହାକୁ ପରିବାର ଲୋକ ବିଶ୍ୱାସ କରୁନାହାନ୍ତି। ଆଦିତ୍ୟଙ୍କୁ ହତ୍ୟା କରାଯିବା ପୂର୍ବରୁ ତାଙ୍କୁ ଧମକାଇ ଏହା ଲେଖାଯାଇଥିବା ପରିବାର ଲୋକେ କହୁଛନ୍ତି। ତେଣୁ ବିଦ୍ୟାଶ୍ରୀ, ବିକାଶ ଓ ପପୁଙ୍କ ହ୍ୟାଣ୍ଡରାଇଟିଂ ମଧ୍ୟ ଯାଞ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

EPFO New Rules: ପେନସନ ଟଙ୍କା ଉଠାଣରେ ବଡ଼ ପରିବର୍ତ୍ତନ, ଏଣିକି ଅପେକ୍ଷା କରିବାକୁ ପଡ଼ିବ ଏତେ ଦିନ

ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ…

ଫୁକେଟ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଘଟଣା; ବ୍ଲାକ୍ ବକ୍ସରେ ବଡ଼ ଖୁଲାସା, ୪ ସେକେଣ୍ଡ ପାଇଁ ଫେଲ୍‌ ହୋଇଥିଲା…

ନୂଆଦିଲ୍ଲୀ,୧୪।୮: ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ (AI-2379) ହଠାତ୍ ୨୫୦ ଫୁଟ୍ ତଳକୁ ଖସିଯିବା ଏବଂ ଏକ ଭୟଙ୍କର ଟର୍ବୁଲେନ୍ସ (Turbulence) ସୃଷ୍ଟି…

ଅଧିକ ଲୁଣ ଖାଉଥିଲେ ସାବଧାନ! ଚେତାବନୀ ଦେଲା WHO, ପଢନ୍ତୁ ଦୌନିକ କେତେ ଖାଇବା ଉଚିତ୍‌

ନୂଆଦିଲ୍ଲୀ,୧୪।୮: ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଲୁଣ ଅତ୍ୟନ୍ତ ଜରୁରୀ। କିନ୍ତୁ ଲୁଣର ପରିମାଣ ଉପରେ ନଜର ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ଆବଶ୍ୟକତାଠାରୁ ଅଧିକ…

ଏଗ୍ରିଷ୍ଟାକ୍‌ ଉଚ୍ଛେଦ ନେଇ ଲିଖିତ ନିର୍ଦ୍ଦେଶ ଦିଅ: ସରକାରଙ୍କଠାରେ ସଂଯୁକ୍ତ କୃଷକ ସଙ୍ଗଠନର ଦାବି

ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ):ଧାନ ସଂଗ୍ରହ ପ୍ରକ୍ରିୟାରେ ରାଜ୍ୟ ସରକାର ପ୍ରତିବର୍ଷ ଗୋଟିଏ ପରେ ଗୋଟିଏ ନୂଆଁ କଟକଣା ଆଣୁଛନ୍ତି। ଧାନ କିଣାବିକାରେ ସ୍ବଚ୍ଛତା ଆଣିବା ଲକ୍ଷ୍ୟ ନେଇ ସେଭଳି…

ଘାତକ ସାଜୁଛି ଚାନ୍ଦିପୁରା ଭାଇରସ୍! ୪୧ ଆକ୍ରାନ୍ତ, ୨୭ ମୃତ

ଅହମ୍ମଦାବାଦ,୧୪।୮: ସ୍ବାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ ଜୁନ ୩୦ରୁ ଅଗଷ୍ଟ ୧୨ ମଧ୍ୟରେ ଗୁଜରାଟରେ ୨୩୮ଟି ସନ୍ଦିଗ୍ଧ ଚାନ୍ଦିପୁରା ଭୂତାଣୁ ମାମଲା ଏବଂ ୪୧ଟି ଲାବୋରେଟୋରି-ନିଶ୍ଚିତ…

ମନନ ମିଶ୍ରାଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ କରିବ CJP! ଜାଣନ୍ତୁ ସେ କିଏ, ଆଉ କାହିଁକି ତାଙ୍କୁ ଘେରିବେ ଅଭିଜିତ

ନୂଆଦିଲ୍ଲୀ,୧୪।୮: ଭାରତର ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କୁ NALSAR ୟୁନିଭର୍ସିଟି ଅଫ ଲ’ର ଦୀକ୍ଷାନ୍ତ ସମାରୋହକୁ ଆମନ୍ତ୍ରଣ କରିବାକୁ ବିରୋଧ କରିବା ଘଟଣା ନୂଆ ମୋଡ଼ ନେଇଛି।…

ଖେଳାଳିଙ୍କ ଝଗଡ଼ାରେ କ୍ରିକେଟ କୋଚ୍‌ଙ୍କ ମୃତ୍ୟୁ: ଖେଳିଗଲା ଶୋକର ଛାୟା

କଲମ୍ବୋ,୧୪ା୮(ପିଟି): ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁଶାଲ ମେଣ୍ଡିସଙ୍କୁ ପିଲାଦିନେ ମେଣ୍ଟର କରିଥିବା ୬୨ ବର୍ଷୀୟ କୋଚ୍‌ ସୁମିତ ଫର୍ନାଣ୍ଡୋ ଏକ ସ୍କୁଲ ମ୍ୟାଚ୍‌ ବେଳେ ଖେଳାଳିଙ୍କ ଝଗଡ଼ାରେ…

ଏଆଇର ନୀତିଗତ ଏବଂ ନିୟନ୍ତ୍ରଣ ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କୁ ବିଚାର କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪।୮(ପି.ଟି.): କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ଭିତ୍ତିକ ବିଷୟ ନିୟନ୍ତ୍ରଣ କ୍ଷେତ୍ରରେ ନୈତିକତା ଏବଂ ସ୍ବଚ୍ଛତା ଉପରେ ବାଧ୍ୟତାମୂଳକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ ଜଣେ ଆବେଦନକାରୀଙ୍କ ଦ୍ୱାରା ଦିଆଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri