ଗୋଟିଏ ଆସନରେ ବିଧାୟକଙ୍କ ପରିବାରରୁ ୩ ପ୍ରାର୍ଥୀ

ମାଲକାନଗିରି, ୨୪।୧ (ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରବିବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ତେବେ ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ନାୟକଗୁଡ଼ା ପଞ୍ଚାୟତର ସମିତିସଭ୍ୟ ଆସନ ପାଇଁ ଚିତ୍ରକୋଣ୍ଡା ବିଧାୟକଙ୍କ ପରିବାରରୁ ୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବିଧାୟକ ବାକାଙ୍କ ପୁଅ ହୋଇଥିବା ବେଳେ ଅନ୍ୟ ଦୁଇଜଣ ତାଙ୍କ ପୁତୁରା ବୋଲି ଜଣାପଡିଛି। ସେମାନେ ପରଷ୍ପର ସମ୍ପର୍କୀୟ ଭାଇ ହୋଇଥିବା ବେଳେ ଏବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀ ପାଲଟିଯାଇଛନ୍ତି। ବିଧାୟକ ବାକାଙ୍କ ପୁଅ ମହେଶ କହିଛନ୍ତି ଯେ, ଗଣତନ୍ତ୍ରରେ ସମସ୍ତଙ୍କର ନିର୍ବାଚନ ଲଢିବାର ଅଧିକାର ରହିଛି। ତେଣୁ ସେ ସମିତିସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପୂର୍ବରୁ ସେ ସମାଜସେବାରେ ଲିପ୍ତ ରହି ଅଞ୍ଚଳର ଲୋକଙ୍କ ସେବା କରି ଆସୁଥିଲେ। ଏବେ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଛନ୍ତି। ଆଗାମୀ ଦିନରେ ଲୋକଙ୍କ ନିଷ୍ପତ୍ତିକୁ ସେ ସମ୍ମାନ ଦେବେ ବୋଲି ପ୍ରକାଶ କରିଛନ୍ତି। ମହେଶଙ୍କ ପ୍ରତିଦ୍ୱନ୍ଦ୍ୱୀ ସାଜିଛନ୍ତି ତାଙ୍କ ବଡବାପାଙ୍କ ଦୁଇ ପୁଅ ବିଷ୍ଣୁ ପ୍ରସାଦ ବାକା ଓ ତାଙ୍କ ଭାଇ। ବି-ଟେକ୍‌ ଶେଷ କରିବା ପରେ ବାଲେଶ୍ୱରରେ ଚାକିରି କରୁଥିଲେ। ଚାକିରି ଛାଡ଼ି ରାଜୀନତିକୁ ଆସିଥିବା ବିଷ୍ଣୁ କହିଛନ୍ତି ଯେ, ଲୋକଙ୍କୁ ସୁଶାସନ ଓ ମୌଳିକ ସୁବିଧା ଦେବାକୁ ସେ ନିର୍ବାଚନ ଲଢୁଛନ୍ତି। ବିଷ୍ଣୁଙ୍କ ଭାଇ ମଧ୍ୟ ଗ୍ରାଜୁଏସନ ଶେଷ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ଅଛି, ମିଳୁନି ପାଣି: ବସୁଧା ଯୋଜନାରୁ ଗ୍ରାମବାସୀ ବଞ୍ଚିତ

କାଲିମେଳା, ୩ା୧୨(ଜୀବନକୃଷ୍ଣ ଦାସ)ମାଲକାନଗିରି ଜିଲା କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତ ତେଲରାଇ ଗ୍ରାମରେ ପ୍ରକଳ୍ପ ଅଛି, କିନ୍ତୁ ପାଣି ମିଳୁନି। ଏହି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର...

ମାଲ୍ୟବନ୍ତ ମହୋତ୍ସବର ମୁଖ୍ୟ ଆକର୍ଷଣ ଘୋଡ଼ାଦୌଡ଼

ଚିତ୍ରକୋଣ୍ଡା,୨।୧୨(କ୍ଷୀରୋଦ କୁମାର ବେହେରା): ମାଲ୍ୟବନ୍ତ ମହୋତ୍ସବ ଅବସରରେ ମାଲକାନଗିରି ଜିଲା ପ୍ରଶାସନ ତଥା ଚିତ୍ରକୋଣ୍ଡା ବ୍ଲକ ପ୍ରଶାସନ ଉଦ୍ୟମରେ ଚିତ୍ରକୋଣ୍ଡା ଏସ୍‌ଏସ୍‌ଡି ବାଳିକା ଉଚ୍ଚ ମାଧ୍ୟମିକ...

ଜଙ୍ଗଲୀ ଫଳ ଖାଇ ୧୨ ଶିଶୁ ଗୁରୁତର

ମାଲକାନଗିର,୩୦।୧୧: (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସଦର ବ୍ଲକ ଝରାପାଲ୍ଲୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେଲିମେଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗାଁର ୧୨ଜଣ...

ଏକର ଏକର ଗଞ୍ଜେଇ ଚାଷ ଜମିରେ ଲାଗିଲା ନିଆଁ

ମାଲକାନଗିରି/ଚିତ୍ରକୋଣ୍ଡା,୨୦ା୧୧(ଦୁର୍ଯ୍ୟୋଧନ ପାତ୍ର/କ୍ଷୀରୋଦ ବେହେରା): ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଅରମ୍ଭ ହୋଇଛି ଅପରେଶନ ନୀଳ ଜହର ା...

ଗୁମାଝରନକୁ ପର୍ଯ୍ୟଟକଙ୍କୁ ଦୂରେଇ ରଖୁଛି କଲଭର୍ଟ, ଖରାପ ରାସ୍ତା

ଗୋବିନ୍ଦପାଲି, ୧୮ା୧୧(କାର୍ତ୍ତିକ ରଥ): ମାଲକାନଗିରି ଜିଲା ଖଇରପୁଟ ବ୍ଲକର ଗୁମାଝରନ ଜଳପ୍ରପାତ ଏକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ। ଜିଲାର ପ୍ରବେଶ ଦ୍ୱାର ଗୋବିନ୍ଦାପଲିଠାରୁ ୧୮ କି.ମି....

ଝିଅକୁ ବଳାତ୍କାର କରିଥିବା ବାପା ଗିରଫ

ମାଲକାନଗିରି,୧୭ା୧୧(ଦୁର୍ଯ୍ୟୋଧନ ପାତ୍ର)-ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ସଦର ମହକୁମାରେ ନିଜ ଝିଅକୁ ବଳାତ୍କାର ଥିତ୍ବା ଅଭିଯୋଗକୁ ଭିତ୍ତି କରି ଓର୍କେଲ ପୋଲିସ ସମ୍ପୃକ୍ତ ବାପାଙ୍କୁ...

ଛତିଶଗଡ ନିର୍ବାଚନ ସାରି ଫେରିବା ବେଳେ ଆଇଇଡି ବିସ୍ଫୋରଣ, ଯବାନ ଶହୀଦ

ମାଲକାନଗିରି, ୧୭ା୧୧(ଦୁର୍ଯୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ପୁଣି ମାଓବାଦୀ ହିଂସା ଦେଖିବାକୁ ମିଳିଛି। ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣରେ ପୋଲିଂ କାର୍ଯ୍ୟ ସାରି...

ଡମ୍ପର ଜାଳିଦେଲେ ମାଓବାଦୀ

ମାଲକାନଗିରି,୧୧ା୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡାରେ ଶୁକ୍ରବାର ମାଓବାଦୀମାନେ ନିଜର ସ୍ଥିତି ଜାହିର କରିବାକୁ ଯାଇ ଏକ ଡମ୍ଫର ଗାଡିରେ ନିଆଁ ଲଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri