ଗୋଟିଏ ଆସନରେ ବିଧାୟକଙ୍କ ପରିବାରରୁ ୩ ପ୍ରାର୍ଥୀ

ମାଲକାନଗିରି, ୨୪।୧ (ଡି.ଏନ.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରବିବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ତେବେ ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ନାୟକଗୁଡ଼ା ପଞ୍ଚାୟତର ସମିତିସଭ୍ୟ ଆସନ ପାଇଁ ଚିତ୍ରକୋଣ୍ଡା ବିଧାୟକଙ୍କ ପରିବାରରୁ ୩ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ବିଧାୟକ ବାକାଙ୍କ ପୁଅ ହୋଇଥିବା ବେଳେ ଅନ୍ୟ ଦୁଇଜଣ ତାଙ୍କ ପୁତୁରା ବୋଲି ଜଣାପଡିଛି। ସେମାନେ ପରଷ୍ପର ସମ୍ପର୍କୀୟ ଭାଇ ହୋଇଥିବା ବେଳେ ଏବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀ ପାଲଟିଯାଇଛନ୍ତି। ବିଧାୟକ ବାକାଙ୍କ ପୁଅ ମହେଶ କହିଛନ୍ତି ଯେ, ଗଣତନ୍ତ୍ରରେ ସମସ୍ତଙ୍କର ନିର୍ବାଚନ ଲଢିବାର ଅଧିକାର ରହିଛି। ତେଣୁ ସେ ସମିତିସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପୂର୍ବରୁ ସେ ସମାଜସେବାରେ ଲିପ୍ତ ରହି ଅଞ୍ଚଳର ଲୋକଙ୍କ ସେବା କରି ଆସୁଥିଲେ। ଏବେ ପ୍ରତ୍ୟକ୍ଷ ରାଜନୀତିକୁ ଓହ୍ଲାଇଛନ୍ତି। ଆଗାମୀ ଦିନରେ ଲୋକଙ୍କ ନିଷ୍ପତ୍ତିକୁ ସେ ସମ୍ମାନ ଦେବେ ବୋଲି ପ୍ରକାଶ କରିଛନ୍ତି। ମହେଶଙ୍କ ପ୍ରତିଦ୍ୱନ୍ଦ୍ୱୀ ସାଜିଛନ୍ତି ତାଙ୍କ ବଡବାପାଙ୍କ ଦୁଇ ପୁଅ ବିଷ୍ଣୁ ପ୍ରସାଦ ବାକା ଓ ତାଙ୍କ ଭାଇ। ବି-ଟେକ୍‌ ଶେଷ କରିବା ପରେ ବାଲେଶ୍ୱରରେ ଚାକିରି କରୁଥିଲେ। ଚାକିରି ଛାଡ଼ି ରାଜୀନତିକୁ ଆସିଥିବା ବିଷ୍ଣୁ କହିଛନ୍ତି ଯେ, ଲୋକଙ୍କୁ ସୁଶାସନ ଓ ମୌଳିକ ସୁବିଧା ଦେବାକୁ ସେ ନିର୍ବାଚନ ଲଢୁଛନ୍ତି। ବିଷ୍ଣୁଙ୍କ ଭାଇ ମଧ୍ୟ ଗ୍ରାଜୁଏସନ ଶେଷ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?