ଡରାଇ ଧମକାଇ କଳାପଥର ଲୁଟ୍‌

ଯାଜପୁର ଅଫିସ,୨୫ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ଏବେ ବି ସରକାରଙ୍କ ବହୁ ମୂଲ୍ୟବାନ କଳାପଥର ତଥା ଗ୍ରାନାଇଟ ପଥର ମହଜୁଦ ରହିଛି। ଲିଜ୍‌ଧାରୀମାନେ ୫ ବର୍ଷର ଅନୁମତି ପରିମାଣକୁ ୯ ମାସରେ ଉତ୍ତୋଳନ କରି କୋଟିପତି ସାଜୁଛନ୍ତି। ଏଥିରେ ତହସିଲ ଓ ପୋଲିସ ପ୍ରଶାସନ ଏକ ପ୍ରକାର ସହଯୋଗୀ ହୋଇଛନ୍ତି। ତେବେ ଜିଲାପାଳ ବେଆଇନ ଉତ୍ତୋଳନ ଉପରେ ମାପଚୁପ କରି ଜରିମାନା ସହ ଖାଦାନ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। କିନ୍ତୁ କେତେକ ପଦପଦବୀରେ ଥିବା ପ୍ରଭାବଶାଳୀ ଲିଜ୍‌ଧାରୀମାନେ ପ୍ରଶାସନର ଉକ୍ତ ନିର୍ଦ୍ଦେଶକୁ ଖାତିର କରୁନାହାନ୍ତି। ବରଂ ବିନା ୱାଇ ଫର୍ମରେ ଭୟଙ୍କର ବ୍ଲାଷ୍ଟିଂ କରି ବେଧଡକ ଭାବେ ଖାଦାନ ପରିଚାଳନା କରୁଛନ୍ତି। ଏଥିରେ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମ୍‌ୁଖୀନ ହେଉଥିବା ସହ ଘରଗୁଡିକ ଫାଟି ଯାଉଛି। ଏହିକ୍ରମରେ ଆରୁହାର ୩୪/୨୦୨୧-୨୨ ନମ୍ବର ବେଆଇନ ଖାଦାନକୁ ବନ୍ଦ କରିବାକୁ ଅନୁରୋଧ କରିବାରୁ ଲିଜ୍‌ଧାରୀଙ୍କ ସମ୍ପର୍କୀୟମାନେ ପ୍ରଭାବିତ ଅଞ୍ଚଳବାସୀଙ୍କୁ ମାରଣାସ୍ତ୍ର ଧରି ମାରିଦେବାକୁ ଗୋଡାଇଛନ୍ତି। ପୁନର୍ବାର କଳାପଥର ଆଡକୁ ଆସିଲେ ବନ୍ଧୁକ କଥା କହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଧର୍ମଶାଳା ତହସିଲଦାରଙ୍କ ଜରିଆରେ ଅଞ୍ଚଳବାସୀ ବୁଧବାର ରାଜସ୍ବ ସଚିବ, ଯାଜପୁର ଜିଲାପାଳ, କେନ୍ଦ୍ରାଞ୍ଚଳର ଆରଡିସି, ଯାଜପୁର ଆରକ୍ଷୀ ଅଧୀକ୍ଷକ ଓ ଏସ୍‌ଡିପିଓ, ଡେପୁଟୀ ଡାଇରେକ୍ଟର ଅଫ୍‌ ମାଇନ୍ସ(ଡିଡିଏମ) ଓ ଧର୍ମଶାଳା ଆଇଆଇସିଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜିଲାପାଳଙ୍କ ମତ ଅନୁସାରେ ସରକାରଙ୍କ ଲଘୁ ଖଣିଜ ସମ୍ପଦ ଚୋରି ସଂକ୍ରାନ୍ତରେ ସ୍ଥାନୀୟ ଲୋକ ଅଭିଯୋଗ କଲେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏବେ ସ୍ଥାନୀୟ ଲୋକ ଅଭିଯୋଗ କରିଥିବାବେଳେ ସଂପୃକ୍ତ ପ୍ରଭାବଶାଳୀ ରାଜନେତାଙ୍କ ଛତ୍ରଛାୟା ତଳେ ଥିବା ଲିଜ୍‌ଧାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ସେନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ବିପୁଳ ପରିମାଣର କଳାପଥର ଲୁଟ ହୋଇଥିବା ନେଇ ହାଇକୋର୍ଟଙ୍କଠାରୁ ଆରମ୍ଭ କରି ଲୋକାୟୁକ୍ତ, ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ଓ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମାମଲା ବିଚାରାଧୀନ ରହିଛି। ଏହିସବୁ ଲୁଟ କାରବାରରେ ତତ୍କାଳୀନ ଏକାଧିକ ରାଜସ୍ବ ନୀରିକ୍ଷକ, ତହସିଲଦାର, ଉପଜିଲାପାଳ ଓ ଜିଲାପାଳଙ୍କୁ ଦାୟୀ କରି ଅଭିଯୁକ୍ତ ଦର୍ଶାଯାଇଛି। ତଥାପି କଳାପଥର ଲୁଟ୍‌ କାରବାର ନିୟନ୍ତ୍ରଣ ହେବାର ନାଁ ଧରୁନାହିଁ। ଅନୁମତିଠାରୁ ଅଧିକ ପରିମାଣର କଳାପଥର ଉତ୍ତୋଳନ ହୋଇଥିବା ମାପଚୁପରେ ପ୍ରମାଣ ମିଳିବା ପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ୨୨ ଜଣ ଲିଜ୍‌ଧାରୀଙ୍କୁ ୩୨୦ କୋଟି ଟଙ୍କା ଜରିମାନା ନିର୍ଦ୍ଦେଶ ହୋଇଛି। କିନ୍ତୁ କେତେକ ଲିଜ୍‌ଧାରୀ ଏହା ବିରୋଧରେ ଆଇନର ଆଶ୍ରୟ ନେଇଛନ୍ତି। ଅନ୍ୟପକ୍ଷେ କେତେକ ଲିଜ୍‌ଧାରୀ ଜରିମାନା ଦାଖଲ କରିବାକୁ ମନସ୍ଥ କରି ପ୍ରଶାସନର ବନ୍ଦ ନିର୍ଦ୍ଦେଶ ସତ୍ତ୍ବେ ବେଆଇନ ଉତ୍ତୋଳନକୁ ବହୁଗୁଣରେ ବୃଦ୍ଧି କରିଛନ୍ତି। ଆରୁହା, ଲୁଣିବର, ବରଡା, ଅଞ୍ଜିରା ଆଦି ପାହାଡ଼ରେ ଏଭଳି ଦାଦାଗିରି ଦେଖିବାକୁ ମିଳିଛି। ଏପରିକି ମାଲଗୋଡା ପାହାଡରେ ବିନା ଲିଜ୍‌ରେ ବିପୁଳ ପରିମାଣର କଳାପଥର ଲୁଟ୍‌ ହେଉଛି। ସଂପୃକ୍ତ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସବୁ ଜାଣି ହାତବାନ୍ଧି ବସିଛନ୍ତି। ପ୍ରଭାବଶାଳୀ ରାଜନେତାଙ୍କ ପ୍ରଭାବରେ ପ୍ରଶାସନ ଏଠାରେ ନିଷ୍କ୍ରିୟ ହୋଇଯାଇଥିବା ମନେ ହେଉଛି। ଏହି କ୍ରମରେ ଅଞ୍ଚଳବାସୀ ଜିଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନଙ୍କୁ କରିଥିବା ଲିଖିତ ଅଭିଯୋଗରେ ଆରୁହା ଖାଦାନର ଲିଜ୍‌ଧାରୀ ମନୋଜ ସାମଲ ଅଧିକ କଳାପଥର ଲୁଟ କରୁଥିବା ଦର୍ଶାଇଛନ୍ତି। ଅଭିଯୋଗରେ ଆହୁରି ଦର୍ଶାଇଛନ୍ତି, ସରକାରଙ୍କ ଚୁକ୍ତିନାମା ଠାରୁ ଅଧିକ କଳାପଥର ଉତ୍ତୋଳନ କରିଥିବାରୁ ୧୦ା୫ା୨୦୨୩ରେ ସରକାର ୮ କୋଟି ୬୩ ଲକ୍ଷ ୩୩ ହଜାର ୯୧୯ ଟଙ୍କା ଜରିମାନା କରିଛନ୍ତି। ଏହା ସତ୍ତ୍ବେ ଲିଜ୍‌ଧାରୀ ୧୧ା୩ା୨୦୨୩ରେ ଖାଦାନ ମାପଚୁପ ସରିଥିବାବେଳେ ସେହି ଦିନଠାରୁ ଦୈନିକ ୪ଟି ହିଟାଚି ମେଶିନ, ୬/୭ ଟି କମ୍ପ୍ରେସର, ୩୦/୪୦ଟି ହାଇୱା ଗାଡି ଲଗାଇ କଳାପଥର ଲୁଟ ଜାରି ରଖିଛନ୍ତି। ଏଥିରେ ୱାଇ ଫର୍ମ ବ୍ୟବହାର ହେଉ ନ ଥିବାବେଳେ ପ୍ରଶାସନ କେମିତି ଛାଡି ଦେଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଜିଲାପାଳ ଚକ୍ରବର୍ତ୍ତି ସିଂ ରାଠୋରଙ୍କୁ ପଚାରିବାରୁ ସେ କହିଛନ୍ତି, ବିଭିନ୍ନ ସମୟରେ ବେଆଇନ ଖାଦାନ ଉପରେ ଚଢାଉ ଜାରି ରହିଛି। ଅଭିଯୋଗ ହୋଇଥିବା ଖାଦାନ ଉପରେ ମଧ୍ୟ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

୧୨ ବର୍ଷ ଧରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ବନ୍ଦ

କେନ୍ଦ୍ରାପଡ଼ା,୨୯ା୪ (ଜଗନ୍ନାଥ ଧଳ): ଛକ ବଜାରଠାରୁ ଗ୍ରାମାଞ୍ଚଳରେ କୁକୁଡା ମାଂସ ବିକ୍ରୟ କେନ୍ଦ୍ର ଭରପୂର ରହିଛି। କେଜି ପ୍ରତି ୨୨୦ରୁ ୩୫୦ ଟଙ୍କାରେ ମାଂସ ବିକ୍ରି...

ଗଣେଶ୍ୱରଙ୍କ ସମ୍ମୁଖରେ ଦୁଇ ମହିଳା ପ୍ରତିଦ୍ୱନ୍ଦ୍ୱୀ

କେନ୍ଦ୍ରାପଡ଼ା, ୨୯ା୪ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ରାଜନୀତି ଏକ ରୋଚକ ସ୍ଥିତିରେ ପହଞ୍ଚତ୍ଛି। ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ଘୋଷଣା...

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri