ଆବାସ ପାଇବାରୁ ବଞ୍ଚିତ ଦିବ୍ୟାଙ୍ଗ ପରିବାର

ଧର୍ମଶାଳା,୨୪ା୫(ଡି.ଏନ.ଏ.): ଧର୍ମଶାଳା ବ୍ଲକ୍‌ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଏଠାରେ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡୁଥିବାବେଳେ ଅଯୋଗ୍ୟଙ୍କୁ ଦିଆଯାଉଛି ଗୃହ। ପିସି ଦେଉ ନ ଥିବା ଓ ଶାସକ ଦଳର ସମର୍ଥକ ହୋଇ ନ ଥିବାରୁ ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ପଡୁଛନ୍ତି। ଏହାର ଉଦାହରଣ ଦେଖିବାକୁ ମିଳିଛି ବ୍ଲକ୍‌ ଅଧୀନ ନେଉଳପୁର ପଞ୍ଚାୟତ ନେଉଳପୁର ଗ୍ରାମର ଦିବ୍ୟାଙ୍ଗ ମହିଳା କମରୁନ ବିବିଙ୍କ ପରିବାର କ୍ଷେତ୍ରରେ। ପଞ୍ଚାୟତ ଜନପ୍ରତିନିଧି ଓ ବ୍ଲକ ପ୍ରଶାସନର ଅବହେଳା ଯୋଗୁ ତାଙ୍କ ପରିବାର ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। କମରୁନ ବିବିଙ୍କ ୨ ଝିଅ ଓ ଗୋଟିଏ ପୁଅ ଜନ୍ମରୁ ଦିବ୍ୟାଙ୍ଗ। ସେମାନେ ପରଘରେ ପାଇଟି କରି ପରିବାର ପ୍ରତିପୋଷଣ କରିଥାନ୍ତି। ଝାଟିମାଟି ଘରେ ରହୁଥିବା ଏହି ପରିବାର ପାଇଁ ଆବାସ ଗୃହ ଯୋଗାଇ ଦେବା ଲାଗି କମରୁନଙ୍କ ବଡ଼ଝିଅ ତମନ୍ନା ପରବିନ ଆବେଦନ କରିଥିଲେ। ଗୃହ ମିଳିବ ବୋଲି ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏହା ମଧ୍ୟରେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ତମନ୍ନାଙ୍କୁ ଆବାସ ଗୃହ ପ୍ରଦାନ କରାଯାଇ ପାରିନାହିଁ। ଏନେଇ ବୁଧବାର ତମନ୍ନା ତାଙ୍କ ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ଧର୍ମଶାଳା ବିଡିଓଙ୍କୁ ଭେଟି ପକ୍କାଘରଟିଏ ପାଇଁ ନିବେଦନ କରିଛନ୍ତି। ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଏସମ୍ପର୍କରେ ଅବଗତ ହେବା ପରେ ୨ରୁ ୩ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି। ତେବେ ଦେଖିବାକୁ ଅପେକ୍ଷା କେବେ ଏହି ସମସ୍ୟାର ସମାଧନ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଇଟାଭାଟି, ପ୍ରଶାସନର ରହୁନି ଅଙ୍କୁଶ

ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ...

ଝୁଲାଇ ରଖିଲା ବିଜେଡି, ବିରୋଧୀଙ୍କ ପ୍ରଚାର ଜୋରଦାର

ଯାଜପୁର,୨୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା କୋରେଇ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଚୂଡାନ୍ତ ହୋଇଥିବାବେଳେ ବିଜେଡି ଏଯାଏ ଝୁଲାଇ ରଖିଛି। ତେଣୁ ଶାସକ ଦଳର...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri