Posted inଜାତୀୟ

ମଣିପୁର ହିଂସା ପଛରେ ବିଦେଶୀ ଏଜେନ୍ସିର ହାତ ଆଶଙ୍କା: ପୂର୍ବତନ ସେନାମୁଖ୍ୟ…

ନୂଆଦିଲ୍ଲୀ,୨୯।୭ : ମଣିପୁରରେ ଚାଲିଥିବା ଜାତିଗତ ବିବାଦରେ ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମ.ଏମ ନରାଓ୍ବଣେ ବିଦେଶୀ ଏଜେନ୍ସିର ଭୂମିକା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ସେ କହିଛନ୍ତି କୌଣସି ସୀମା ରାଜ୍ୟରେ ଅସ୍ଥିରତା ପରିସ୍ଥିତି ଜାତୀୟ ସୁରକ୍ଷା ପାଇଁ ଭଲ ନୁହେଁ। ମଣିପୁରରେ ଚାଲିଥିବା ବିବାଦ ସମ୍ପର୍କରେ ପୂର୍ବତନ ସେନା ମୁଖ୍ୟ କହିଛନ୍ତି, ଆଭ୍ୟନ୍ତରୀଣ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଯଦି ଆମ ପଡୋଶୀ ଦେଶରେ କିମ୍ବା ଆମ ସୀମାନ୍ତରେ ଅସ୍ଥିରତା ଥାଏ, ତେବେ ଆମର ସାମଗ୍ରିକ ଜାତୀୟ ସୁରକ୍ଷା ପାଇଁ ଅସ୍ଥିରତା ଭଲ ନୁହେଁ। ମୁଁ ନିଶ୍ଚିତ ଏହା ଯେଉଁମାନେ ଚେୟାରରେ ଅଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟୀ ସେମାନେ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଆମେ ସେମାନଙ୍କ ଭୂମିକା ବିଷୟରେ ସନ୍ଦେହ କରିବା ଠାରୁ ଦୂରେଇ ରହିବା ଉଚିତ। ଏହା ସହିତ ଜଡ଼ିତ ଥିବା ବ୍ୟକ୍ତି ଭଲ ଭାବରେ ଜାଣନ୍ତି କଣ କରିବେ?

ବିଭିନ୍ନ ବିଦ୍ରୋହୀ ଗୋଷ୍ଠୀ ଚାଇନା ସହାୟତା ଗ୍ରହଣ କରୁଛନ୍ତି। ଚାଇନା ଏଭଳି ଗୋଷ୍ଠୀକୁ ବର୍ଷ ବର୍ଷ ଧରି ସାହାଯ୍ୟ କରିଆସୁଛି। ସେମାନେ ଏହା ଆଗାମୀ ଦିନରେ ମଧ୍ୟ ଜାରି ରଖି ବୋଲି ମୋର ଆଶଙ୍କା।

ଯେତେବେଳେ ଆମେ ଜାତୀୟ ସୁରକ୍ଷା ବିଷୟରେ କଥା ହେବା, ସେତେବେଳେ ଆମେ ଆଭ୍ୟନ୍ତରୀଣ ସୁରକ୍ଷା ଦିଗ ଉପରେ ଧ୍ୟାନ ଦେବା ଉଚିତ। ଯଦି ଆମେ ବାହ୍ୟ ସୁରକ୍ଷା ବିଷୟରେ କହିବା, ତେବେ ଏହା ନିଶ୍ଚିତ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ସେ କହିଛନ୍ତି, ଦେଶର ସୁରକ୍ଷା ହେଉଛି ଦେଶର ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ। ପ୍ରତ୍ୟେକଙ୍କୁ ନିଜ ଭୂମିକା ଗ୍ରହଣ କରିବାକୁ ପଡିବ। ଜାତୀୟ ସୁରକ୍ଷା ବାହ୍ୟ ସୁରକ୍ଷା ଠାରୁ ଅଧିକ, ଏହାର ଅନେକ ପ୍ରଭାବ ଅଛି। ଜାତୀୟ ସୁରକ୍ଷା ବ୍ୟତୀତ ଦେଶର ଖାଦ୍ୟ, ଶକ୍ତି ଏବଂ ସ୍ବାସ୍ଥ୍ୟ ସୁରକ୍ଷା ମଧ୍ୟ ସର୍ବାଧିକ। ସ୍‌ଯଦି ଆପଣଙ୍କର ସୁସ୍ଥ ଜନସଂଖ୍ୟା ନାହିଁ, ସଶସ୍ତ୍ର ବାହିନୀର ମାନବ ଶକ୍ତି କେଉଁଠୁ ଆସିବ? ତେଣୁ ଜାତୀୟ ସୁରକ୍ଷାକୁ ବ୍ୟାପକ ପ୍ରସଙ୍ଗରେ ଦେଖିବାକୁ ଏବଂ ବୁଝିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

Mettle Meet 2026: ସିନିୟର୍ ଫାଇନାଲ୍‌ରେ ୮ ଟିମ୍‌, ଆସନ୍ତାକାଲି ବଡ଼ ଟକ୍କର

ଭୁବନେଶ୍ୱର,୮ା୮: ତୀବ୍ର ଓ ରୋମାଞ୍ଚକର ପ୍ରିଲିମ୍ସ ପ୍ରତିଯୋଗିତା ପରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ସିନିୟର ଫାଇନାଲ୍‌ ପାଇଁ ଦୌଡ଼ ସଙ୍କୁଚିତ ହୋଇଛି। କଡ଼ା ଟକ୍କର ଦେଇ…

ଭାରତୀୟ ଖେଳାଳିଙ୍କ ବାରମ୍ବାର ଆଘାତ ପାଇଁ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ନେଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ,୮।୮: ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ବର୍ତ୍ତମାନ ଆହତ ହୋଇଛନ୍ତି, ଯାହା ଦଳ ପରିଚାଳନାକୁ ଚିନ୍ତିତ କରିଛି। ଅଧିନାୟକ ଶୁବମନ ଗିଲ ମଧ୍ୟ ଏହି ପ୍ରସଙ୍ଗ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା!

ଚେନ୍ନାଇ,୮।୮: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏସ. ଜୋସେଫ ବିଜୟ କେନ୍ଦ୍ରର ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ତାମିଲନାଡୁ ଉପରେ ଏହାର ସମ୍ଭାବ୍ୟ ପ୍ରଭାବ ବିଷୟରେ ଆଲୋଚନା କରିବା…

ହଷ୍ଟେଲ ଛାଡ଼ିଲେ ୧୪୦ ପିଲା, ବିଜେଡି-କଂଗ୍ରେସ ନେତା ବିଦ୍ୟାଳୟ ଗସ୍ତ କରି ସମସ୍ତ ଭିତ୍ତିଭୂମିର…

ଝରିଗାଁ,୮ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଅନ୍ତେବାସୀଙ୍କ ନିମ୍ନମାନର ଖାଦ୍ୟ ଦେବା ସହ ଭିତ୍ତିଭୂମିର…

ଦାରିଙ୍ଗବାଡ଼ିରେ ବଢୁଛି ଲୁଟ୍‌, ଗୋଟିଏ ଘଟଣାରେ ୨ ଗିରଫ, ଆଉ ୩ ଘଟଣାରେ ପୋଲିସ ହାତଖାଲି

ଦାରିଙ୍ଗବାଡ଼ି,୮ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଚୋରି ଘଟଣାରେ ପୋଲିସ ଶନିବାର ୨ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସୁରଜ…

ଗୁପ୍ତରେ ବିବାହ କଲେ KKRର ଅଲରାଉଣ୍ଡର, ଟିଭି ଅଭିନେତ୍ରୀଙ୍କ ହାତ ଧରିଲେ…

ନୂଆଦିଲ୍ଲୀ,୮।୮: କ୍ରିକେଟର ଏବଂ ଟେଲିଭିଜନ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କର ତାଲିକା ବହୁତ ଲମ୍ବା, ଏବଂ ଏବେ ଏଥିରେ ଆଉ ଏକ ନାମ ଯୋଡି ହୋଇଛି। ପ୍ରଶ୍ନର ସମ୍ମୁଖୀନ…

Mettle Meet 2026: ଫାଇନାଲରେ ଜୁନିଅର ୮ ଟିମ୍‌, ଆସନ୍ତାକାଲି ମହାମୁକାବିଲା

ଭୁବନେଶ୍ୱର,୮ା୮: ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମ ହୋଟେଲରେ ‘ମେଟଲ ମିଟ୍‌-୨୦୨୬’ ଦଶମ ସଂସ୍କରଣର ଜୁନିଅର ପ୍ରିଲିମ୍ସ ରାଉଣ୍ଡ ଶନିବାର ଶେଷ ହୋଇଛି। ଗ୍ରାଣ୍ଡ ଫିନାଲେ ପାଇଁ ଚୂଡ଼ାନ୍ତ ହୋଇଛି…

‘ପାକିସ୍ତାନୀମାନେ ଭାରତୀୟଙ୍କ ଶତ୍ରୁ ନୁହଁନ୍ତି,’ ଏମିତି କହି ଚର୍ଚ୍ଚାରେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ନୂଆଦିଲ୍ଲୀ,୮।୮: ଭାରତ-ପାକିସ୍ତାନ ସମ୍ପର୍କ ଉଲ୍ଲେଖ କରିବା ସାଧାରଣତଃ ଉତ୍ତେଜନା, ସୀମା ବିବାଦ ଏବଂ ଶତ୍ରୁତାର ଚିତ୍ର ସୃଷ୍ଟି କରେ। ଏହା ମଧ୍ୟରେ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri