ସୁଦାନରେ ଜୈବିକ ବୋମା ବିକଶିତ କରାଯିବା ଆଶଙ୍କା: ଡବ୍ଲୁଏଚଓ ଚେତାବନୀ…

ଜେନେଭା,୨୬।୪ : ଆଫ୍ରିକୀୟ ଦେଶ ସୁଦାନରେ ଚାଲିଥିବା ହିଂସା ମଧ୍ୟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଏକ ଭୟଙ୍କର ଚେତାବନୀ ଦେଇଛି। ଡବ୍ଲୁଏଚଓ କହିଛି, ସୁଦାନରେ ରାପିଡ ସପୋର୍ଟ ଫୋର୍ସ ରାଜଧାନୀ ଖାର୍ତୁମରେ ଥିବା ଜାତୀୟ ଜନସ୍ବାସ୍ଥ୍ୟ ଲାବୋରେଟୋରୀକୁ ଜବରଦଖଲ କରି ଜୈବିକ ବୋମା ବିକଶିତ କରିବାର ବିପଦ ସୃଷ୍ଟି କରିଛି। ଆରଏସଏଫ ସଦସ୍ୟମାନେ କର୍ମଚାରୀମାନଙ୍କୁ ଲାବୋରେଟୋରୀରେ ପ୍ରବେଶ କରିବାକୁ ଅନୁମତି ଦେଉ ନାହାଁନ୍ତି ଏବଂ ବିଦ୍ୟୁତ ମଧ୍ୟ କଟାଯାଇଛି। ଡବ୍ଲୁଏଚଓ କହିଛି, ଏହା ଯୋଗୁ ଲାବୋରେଟୋରୀରେ ଜୈବିକ ବୋମା ବିକଶିତ ହେବାର ବିପଦ ସୃଷ୍ଟି ହୋଇଛି।

ସୁଦାନରେ କିଛି ଘଣ୍ଟା ଅସ୍ତ୍ରବିରତି ଉଲ୍ଲଂଘନ ପରେ ପୁଣି ଥରେ ଭୟଙ୍କର ହିଂସା ଆରମ୍ଭ ହୋଇଛି। ଯୁଦ୍ଧ ବିମାନ ଆକାଶରେ ବୁଲୁଛି ଏବଂ ବିଶ୍ୱର ବିଭିନ୍ନ ଦେଶମାନେ ନିଜ ନିଜ ନାଗରିକଙ୍କୁ ସ୍ବଦେଶ ଫେରାଇ ଆଣିବାରେ ବ୍ୟସ୍ତ ଅଛନ୍ତି।

ସୁଦାନରେ ଡବ୍ଲୁଏଚଓର ପ୍ରତିନିଧୀ ନିମା ସୟିଦ ଏହାକୁ ଅତ୍ୟନ୍ତ ବିପଜ୍ଜନକ ବୋଲି କହିଛନ୍ତି। ଏହି ଲ୍ୟାବ ଭିତରେ ପୋଲିଓର ଆଇସୋଟୋପ ଅଛି। ଏହା ବ୍ୟତୀତ ମିଳିମିଳା ଏବଂ କଲେରାର ଆଇସୋଟୋପ ମଧ୍ୟ ଅଛି। ଏହାର ବ୍ୟବହାର କରି ଜୈବିକ ବୋମା ବିକଶିତ କରାଯିବାର ଆଶଙ୍କା ରହିଥିବା ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ଜ୍ଞାନବିଜ୍ଞାନ ମେଳା: ୨୧୦ ପ୍ରକଳ୍ପ ପ୍ରଦର୍ଶିତ କରି ଛାତ୍ରୀଛାତ୍ର…

ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରଠାରେ ଶନିବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ…

ବିଭିନ୍ନ ବିଦ୍ୟାଳୟରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ, ମୌଳିକ ସାକ୍ଷରତା ସଂଖ୍ୟା ଜ୍ଞାନ ନେଇ…

କର୍ଲାମୁଣ୍ଡା,୧ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶନିବାର ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୋଡାଲ କ୍ଲଷ୍ଟର ପକ୍ଷରୁ…

ବୃଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ମାରିଲା ରକ୍ତମୁଖା ଦନ୍ତା, ପୁଅ-ବୋହୂଙ୍କ ସହ…

ଲାଞ୍ଜିଗଡ଼,୧ା୮(ରମେଶ ଚନ୍ଦ୍ର ନାୟକ): ଏକ ରକ୍ତମୁଖା ଦନ୍ତା ଜଣେ ବୃଦ୍ଧାଙ୍କୁ କଲବଲ କରି ମାରିଛି। ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଏତେତେଣେ ପଡ଼ିଛି। ଏପରି ହୃଦୟ…

ତପ୍ତପାଣି ଆସିବେ ରାଷ୍ଟ୍ରପତି: ପୋଲିସ ପ୍ରଶାସନର ଜୋରଦାର ପ୍ରସ୍ତୁତି, ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ-ଏସ୍‌ପି

ଦିଗପହଣ୍ଡି,୧ା୮(ଅଶେଷ ନାଥ ମିଶ୍ର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ତାରିଖ ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ଣ ପ୍ରସବଣ ତପ୍ତପାଣି ପରିଦର୍ଶନ କରିବା ସହ ସେଠାରେ…

ଶ୍ରୀଲଙ୍କା ସିରିଜ ପୂର୍ବରୁ ଏମଏସ ଧୋନିଙ୍କୁ ଭେଟିଲେ ଋଷଭ ପନ୍ତ

ନୂଆଦିଲ୍ଲୀ,୧।୮: ଭାରତୀୟ କ୍ରିକେଟ ଦଳ ଖୁବଶୀଘ୍ର ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି, ଅଗଷ୍ଟ ୧୫ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ୱିକେଟ କିପର-ବ୍ୟାଟ୍ସମ୍ୟାନ…

ପୁଣି ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା ୫.୮

ଟୋକିଓ,୧।୮: ଜାପାନରେ ପ୍ରକୃତିର ପ୍ରକୋପ ନିରନ୍ତର ଜାରି ରହିଛି। ଶନିବାର, ଉତ୍ତର ଜାପାନର ଆଓମୋରି ପ୍ରିଫେକ୍ଚର ନିକଟରେ 5.8 ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାପାନ ପାଣିପାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri