କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ: ମନେ ପଡ଼ିଲା ନୌବାଣିଜ୍ୟ ପରମ୍ପରା

ପାଟଣା,୬।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ପାଇଁ ମଙ୍ଗଳବାର ୪ଟାରୁ ପାଟଣା ବୈତରଣୀ ନଦୀର ପରମେଶ୍ୱର ଶିବ ମନ୍ଦିର ସଲଗ୍ନ ଅନୁସୟା ଘାଟ ଓ ରାଜନ ଗର ବୈତରଣୀ ନଦୀର ଶୈବ୍ୟା କାବେରୀ ଘାଟରେ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟ, ମୟୁରଭଞ୍ଜ ଓ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରୁ ଶ୍ରଦ୍ଧାଳୁ ଆସି ପାପ ନାଶିନୀ ବୈତରଣୀ ନଦୀରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ବୁଡ଼ ପକାଇ ‘ଆ କା ମା ବୈ ପାନ ଗୁଆ ଥୋଇ,ପାନ ଗୁଆ ତୋର, ମାସକ ଧରମ ମୋର’ କହି ଶ୍ରଦ୍ଧାଳୁ କଦଳୀ ପାଟୁଆ, ଶୋଲ, ଶାଳ ପତ୍ର ଚଉତି ଆଉ କାଗଜ ଡଙ୍ଗା ଭସାଇଥିଲେ।

ଶ୍ରଦ୍ଧାଳୁ ପାଟଣା ମୁଖ୍ୟାଳୟ ବୈତରଣୀ ନଦୀ ସଲଗ୍ନ ପମେଶ୍ୱର ଶିବ ମନ୍ଦିର ମୁଖ୍ୟାଳୟ ଆନନ୍ଦେଶ୍ୱର ଶିବ ମନ୍ଦିର, ସ୍ବାମ ଶାସନସ୍ଥିତ ସୋମେଶ୍ୱର ମହାଦେବ ମନ୍ଦିର, ରାଜନଗର ଦଧି ବାମନ ଜିୟୁ ମନ୍ଦିର, ରଘୁନାଥ ଜୀୟୁ ମନ୍ଦିର ରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ଦେବ ଦର୍ଶନ କରିଥିଲେ। ପରମେଶ୍ବର ମନ୍ଦିରରେ ପଣ୍ଡିତ ଧର୍ମାନନ୍ଦ ମିଶ୍ର, ଆନନ୍ଦେ ଶର ମନ୍ଦିରରେ ପର୍ଶୁରାମ ପଣ୍ଡା ଓ ସୋମେଶ୍ୱର ମନ୍ଦିରରେ ଶିବ ପ୍ରସାଦ ଦାଶ ପୂଜା ନୀତିକାନ୍ତିରେ କରିଥିଲେ।

ପରମେଶ୍ବର ଶିବ ମନ୍ଦିର ଟ୍ରଷ୍ଟ ବୋର୍ଡ ମୁଖ୍ୟ ଶ୍ରିମନ୍ତ କୁମାର ତ୍ରିପାଠୀ ଉପସ୍ଥିତ ରହି ସପ୍ରାଚୀନ ଉତ୍କଳ ନୌବାଣିଜ୍ୟ ଓ ପରମ୍ପରାକୁ ମନେ ପକାଇ କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମ ଦେଇ ପ୍ରବାହିତ ପୁଣ୍ୟ ତୋୟା ବୈତରଣୀ ନଦୀରେ ଥିବା ଶୈବ୍ୟାକାବେରୀ ଘାଟରେ ଶୁକ୍ରବାର ଭୋର ୪ଟାରୁ ସ୍ବତନ୍ତ୍ର ଭାବେ ବୋଇତ ବନ୍ଦାଣ କମିଟି ରାଜନଗର ତରଫରୁ ୨୫ ତମ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି। ରାଜନଗର ବୋଇତ ବନ୍ଦାଣ କମିଟି ତରଫରୁ ୪୦ ଫୁଟ ଲମ୍ବ ୫ ଫୁଟ ଓସାର ବିଶିଷ୍ଟ ଏକ ବୋଇତକୁ ପ୍ରଥମେ ପୂଜକ ଧର୍ମାନନ୍ଦ ମିଶ୍ର ନୀତି କାନ୍ତିରେ ପୂଜାର୍ଚନା କରିଥିଲେ।

ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା ଭାଜପା ସଭାପତି ଶୁକଦେବ ମହାନ୍ତ ଯୋଗ ଦେଇ ବୋଇତ ବନ୍ଦାଣ ଉତ୍ସବକୁ ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାଟଣାର ପୂର୍ବତନ ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇଥିଲେ । ବୋଇତ ବନ୍ଦାଣ କମିଟି ତରଫରୁ ସଭାପତି ଧରଣୀ ଧର ଦାସ, ଦିଲୀପ ସିଂ, ଶଶି ରଞ୍ଜନ ମିଶ୍ର, ଅବନୀ ନାଏକ ପ୍ରମୁଖ ଙ୍କ ସହ ଗ୍ରାମ ର ବରିଷ୍ଠ ଓ ଯୁବକ ଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଛି। ରାତ୍ରି ୨ଟାରୁ ଶ୍ରଦ୍ଧାଳୁ ଙ୍କୁ ବଡ ଓଷା ଭୋଗ ଓ ଚା ବଣ୍ଟନ ବ୍ୟବସ୍ଥା ହୋଇଥିଲା। ବରାଜନଗରର ମଠ ମନ୍ଦିର ,ଗ୍ରାମ, ନଦୀ କୂଳ ଆଲୋକ ମାଳାରେ ଝଟକୁଛି। ପାଟଣା ଓ ତୁରୁମୁଙ୍ଗା ପୋଲିସ ପକ୍ଷରୁ ପାଟଣା ଓ ରାଜନଗର ବୈତରଣୀ ନଦୀ ଓ ମନ୍ଦିରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?