Posted inଖେଳ

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌ ଟାଇଟଲ ବଜାୟ ରଖିବାକୁ ଚେଷ୍ଟା କରିବ।

ଅନ୍ୟପକ୍ଷରେ ମହିଳା ଦଳ ଅଦ୍ୱିତୀୟ ପି. ଭି. ସିନ୍ଧୁଙ୍କ ଅନୁପସ୍ଥିତିରେ ଉବର କପ୍‌ରେ ଏହାର ଅଭିଯାନ ଆରମ୍ଭ କରିବ। ଦୁଇ ବର୍ଷ ପୂର୍ବେ ବ୍ୟାଙ୍କକ୍‌ଠାରେ ପ୍ରଥମ ଥର ଥୋମାସ କପ୍‌ ଜିତି ପୁରୁଷ ଦଳ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଥିଲା।

ଟୁର୍ନାମେଣ୍ଟର ୩୩ତମ ସଂସ୍କରଣରେ ବିଶ୍ୱର ଶ୍ରେଷ୍ଠ ଦଳଗୁଡ଼ିକ ବିପକ୍ଷରେ ପୁଣି ଧମାକଦାର ପ୍ରଦର୍ଶନ କରିବା ସେତେଟୋ ସହଜ କଥା ନୁହେଁ। ହେଲେ ପ୍ରତିଯୋଗିତାରେ ଭାରତକୁ ଅଣ୍ଡରଡଗ୍‌ ବିବେଚନା କରାଯିବ ନିଶ୍ଚୟ। ଭାରତ ଏଥର ‘ଗ୍ରୁପ୍‌ ଅଫ୍‌ ଡେଥ୍‌’ ବୋଲି କୁହାଯାଉଥିବା ଗ୍ରୁପ୍‌ ‘ସି’ରେ ସ୍ଥାନ ପାଇଛି।

ଏଥିରେ ସ୍ଥାନ ପାଇଥିବା ଇଣ୍ଡୋନେସିଆ, ଥାଲାଇଣ୍ଡ ଓ ଇଂଲଣ୍ଡ ଏକାଧିକ ଥର ଟାଇଟଲ ବିଜୟୀ ହୋଇଛନ୍ତି। ତେଣୁ ଗାରତକୁ ଗତ ସଂସ୍କରଣରୁ ଅଭିଜ୍ଞତାକୁ ଏଠାରେ ଉପଯୋଗ କରିବାକୁ ପଡ଼ିବ। ଥାଇଲାଣ୍ଡ ବିପକ୍ଷରେ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ଏହି ଦଳରେ ବିଶ୍ୱ ଚାମ୍ପିୟନ କୁନ୍‌ଲାଭଟ ଭିତିଦସରଣ ଏବଂ ଯୁବ ପ୍ରତିଭା ପନିତଚାଫନ ତିରାରାତସକୁଲି ରହିଛନ୍ତି। କିନ୍ତୁ ଭାରତକୁ ଇଣ୍ଡୋନେସିଆ ବିପକ୍ଷ ମ୍ୟାଚ କଷ୍ଟସାଧ୍ୟ ହେବ।

ଏହି ଦଳରେ ଜୋନାଥନ ଖ୍ରିଷ୍ଟି ଓ ଆନ୍ଥୋନୀ ଜିନ୍‌ଟିଙ୍ଗଙ୍କ ଭଳି ଖେଳାଳି ଅଛନ୍ତି। ଦୁହେଁ ମାର୍ଚ୍ଚରେ ଅଲ୍‌ ଇଂଲଣ୍ଡ ଫାଇନାଲ ଖେଳିଥିଲେ। ଏହାଛଡ଼ା ଦଳରେ ବିଶ୍ୱର ୭ ନମ୍ବର ଯୋଡ଼ି ମହମ୍ମଦ ରିଆ ଆର୍ଦିଆନ୍ତୋ ଓ ଫଜାର ଅଲ୍‌ିଫିଆନ ମଧ୍ୟ ଅଛନ୍ତି। ଭାରତର ଏଚ୍‌.ଏସ୍‌ ପ୍ରଣୟ କହିଛନ୍ତି, ଚଳିତବର୍ଷ ଫର୍ମକୁ ଅନୁଧ୍ୟାନ କଲେ ଚାଇନା, ଡେନମାର୍କ, ଚାଇନିଜ ତାଇପେ, ଜାପାନ ଓ ଇଣ୍ଡୋନେିସଆ ଭଳି ଦଳରେ ୩ ଶକ୍ତିଶାଳୀ ସିଙ୍ଗଲ୍ସ ସୁଇ ଡବଲ୍ସ ଖେଳାଳି ଭଲ ଫର୍ମରେ ରହିଛନ୍ତି।

ଅନ୍ୟପକ୍ଷରେ ମହିଳା ଟୁର୍ନାମେଣ୍ଟ ଉବର କପ୍‌ରେ ଅସ୍ମିତା ଛଲିଆ ଏକ ଯୁବ ଭାରତୀୟ ଦଳର ନେତୃତ୍ୱ ନେବେ। ବଡ଼ ଖେଳାଳିମାନେ ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବା ଲାଗି ସିରିଜ ଟୁର୍ନାମେଣ୍ଟ ଖେଳିଥିବାରୁ ସେମାନେ ଉବର କପ୍‌ରୁ ଓହରିଯାଇଛନ୍ତି। ଭାରତୀୟ ମହିଳା ଦଳ ଗ୍ରୁପ୍‌ ‘ଏ’ରେ କାନାଡା ବିପକ୍ଷରେ ଖେଳି ଏହାର ଅଭିଯାନ ଆରମ୍ଭ କରିବ। ଟପ୍‌ ସିଡ୍‌ ତଥା ଏକାଧିକ ଥର ବିଜେତା ଚାଇନା ଓ ସିଙ୍ଗାପୁର ଏହି ଗ୍ରୁପ୍‌ରେ ଅନ୍ୟ ଦଳ ଭାବେ ସ୍ଥାନ ପାଇଛନ୍ତି। ହୁବ ମହିଳା ଦଳକୁ ଗ୍ରୁପ୍‌ ପର୍ଯ୍ୟାୟରୁ ଉନ୍ନୀତ ହେବା ସମ୍ଭାବନା ଖୁବ୍‌ କମ୍‌ ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri