Posted inଫୁରସତ

‘ଜଳପରୀ’ ହେବାକୁ ଏହି ଯୁବତୀ ନିଅନ୍ତି ଏତିକି ଟଙ୍କା, ଜାଣିଲେ …

ପିଲାଦିନେ ନିଶ୍ଚିତ ଭାବରେ ‘ଜଳପରୀ’ଙ୍କ ବିଷୟରେ ଅନେକ କାହାଣୀ ଶୁଣିଥିବେ। କିନ୍ତୁ ବାସ୍ତବ ଜୀବନରେ କେହି ଜଣେ ଜଳପରୀ ଅଛନ୍ତି ତାହା ଜାଣନ୍ତି କି? ଯଦି ନା ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓ ଦେଖିଲେ ଆପଣଙ୍କ ଦ୍ୱନ୍ଦ୍ୱ ନିଶ୍ଚିତ ଦୂର ହେବ।

ଆମେରିକାରେ ଏପରି ଜଣେ ଯୁବତୀ ଅଛନ୍ତି, ଯିଏ କି ଜଳପରୀ ହେବା ପାଇଁ ପ୍ରତି ମାସରେ ୬ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କ ନାଁ ଏମିଲି ଆଲେକ୍‌ଜାଣ୍ଡାର୍‌ ଗୁଗ୍‌ଲିଏମୋ।

୩୨ ବର୍ଷୀୟା ଏମିଲି ଫ୍ଲୋରିଡାରେ ରୁହନ୍ତି। ତାଙ୍କୁ ବେବି ପାର୍ଟି ଏବଂ ଫାଇଭ୍‌ ଷ୍ଟାର ଇଭେଣ୍ଟ ପାଇଁ ନିମନ୍ତ୍ରଣ କରାଯାଏ। ଏହା ସହିତ ଇନ୍‌ଷ୍ଟାଗ୍ରାମ ଏବଂ ଟିକ୍‌ଟକ୍‌ରେ ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ଅଛନ୍ତି।

ସେ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଭିଡିଓ ଏବଂ ଫଟୋ ପୋଷ୍ଟ କରି ସୁଇମିଂ ପୁଲ୍‌ରେ ଦିନ ବିତାଉଥିବା ଦେଖିବାକୁ ମିଳିଛି। ସେ ଏହାକୁ ତାଙ୍କର ବୃତ୍ତି ଭାବରେ ଗ୍ରହଣ କରିନେଇଛନ୍ତି। ଲୋକମାନେ ତାଙ୍କୁ ଟପଲେସ୍‌ ପୋଜ ଦେବାକୁ ମଧ୍ୟ କୁହନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ଜଳପରୀ ହେବା ମୋ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ଏହା ମୋର ପିଲାଦିନର ସ୍ବପ୍ନ ଥିଲା। ବର୍ତ୍ତମାନ ମୁଁ ଅନ୍ୟ ପିଲାମାନଙ୍କର ସ୍ବପ୍ନ ପୂରଣ କରୁଛି। ’

ଏଥିପାଇଁ ତାଙ୍କୁ ବହୁତ ଦରମା ମିଳିଥାଏ। ସେ କହିଛନ୍ତି, ‘ମୁଁ ୨୨ ବର୍ଷ ବୟସରେ ଫଟୋଶୁଟ୍‌ ପାଇଁ ଜଳପରୀ ହେବାକୁ ନିଷ୍ପତ୍ତି ନେଇଥିଲି’ ଏଥିପାଇଁ ମୁଁ ପ୍ରାୟ ସାଢ଼େ ୩ ହଜାର ଟଙ୍କା ପାଇଥିଲି। ମୁଁ ଜାଣି ନ ଥିଲି ଏହା ଏତେମାତ୍ରାରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବ। ଖାସ୍‌ କରି ମୋର ଏହି ଝଲକ ପାଇବାକୁ ଲୋକମାନେ ମୋ ପାଖକୁ ଆସି ସେମାନଙ୍କ ଇଭେଣ୍ଟ ଏବଂ ପାର୍ଟି ପାଇଁ ମୋତେ ନିମନ୍ତ୍ରଣ କରିଥାନ୍ତି।

ପିଲାଦିନର ସ୍ବପ୍ନ ଏବେ କ୍ୟାରିୟରରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏମିଲି ସୁଇମିଂ ପୁଲ୍‌ ଶୋ’ ଏବଂ ଅଣ୍ଡର ଓ୍ବାଟର ପ୍ରଦର୍ଶନ ଏବଂ ଇଭେଣ୍ଟରେ ‘ଆମେରିକୀୟ ଜଳପରୀ’ ନାମରେ ବୁକ୍‌ ହୋଇଛନ୍ତି।

ଏମିଲିଙ୍କ ପ୍ରେମିକ ମଧ୍ୟ ତାଙ୍କୁ ସମର୍ଥନ କରନ୍ତି। ସେ କହିଛନ୍ତି, ଯେତେବେଳେ ପୁରୁଷମାନେ ତାଙ୍କ ସଂସ୍ପର୍ଶରେ ଆସନ୍ତି, ସେତେବେଳେ ସେ ସେକ୍ସି ଫଟୋ ଏବଂ ଭିଡିଓ ପାଇଁ ପୋଜ ଦେଇଥାନ୍ତି।

ସେ ଅନେକ ବିଜ୍ଞାପନରେ କାମ କରିଛନ୍ତି। ଏହା ବ୍ୟତୀତ ସେ ହଲିଉଡ୍‌ ଫିଲ୍ମରେ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri