ଦୁବାଇ,୧୨।୯: ଏସିଆ କପ୍ ୨୦୨୨ ଫାଇନାଲ୍ରେ ପାକିସ୍ତାନକୁ ୨୩ ରନ୍ରେ ପରାସ୍ତ କରି ଚାମ୍ପିଅନ ହୋଇଛି ଶ୍ରୀଲଙ୍କା। ଏହି ମ୍ୟାଚ ଦେଖିବାକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ରମିଜ ରାଜା ଏବଂ ବୋର୍ଡ ଅଫ କଣ୍ଟ୍ରୋଲ ଫର୍ କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଷ୍ଟାଡିୟମରେ ଉପସ୍ଥିତ ଥିଲେ। ପାକିସ୍ତାନର ପରାଜୟ ପରେ ରମିଜ ରାଜା ଏତେ ରାଗିଯାଇଥିଲେ ଯେ, ସେ ସବୁଯାକ ରାଗ ଜଣେ ଭାରତୀୟ ଖବରଦାତାଙ୍କ ଉପରେ ଶୁଝାଇଥିଲେ।
ଏହି ପରାଜୟ ପରେ ପାକିସ୍ତାନୀ ପ୍ରଶଂସକ ନିରାଶ ଅଛନ୍ତି ବୋଲି ଭାରତୀୟ ଖବରଦାତା ରୋହିତ ଜଗଲାନ ପିସିବି ମୁଖ୍ୟଙ୍କୁ ପଚାରିଥିଲେ। ଏହି ପ୍ରଶ୍ନରେ ରମିଜ ରାଗିଯାଇ କହିଥିଲେ, ତୁମେ ବୋଧେ ଭାରତରୁ ଆସିଥିବ, ସେଥିପାଇଁ ତୁମେ ବହୁତ ଖୁସି ଥିବ। ଏହା ପରେ ରମିଜ ଆଗକୁ ଆସି ରୋହିତଙ୍କ ଫୋନ ଛଡ଼ାଇ ନେଇଥିଲେ। ରୋହିତ ନିଜେ ଏହାର ସମ୍ପୂର୍ଣ୍ଣ ଭିଡିଓ ଟୁଇଟ୍ କରିଛନ୍ତି। ଟୁଇଟର୍ରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।
क्या मेरा सवाल ग़लत था – क्या पाकिस्तान के फ़ैन नाखुश नहीं है – ये बहुत ग़लत था एक बोर्ड के चेयरमैन के रूप में – आपको मेरा फ़ोन नहीं छीनना चाहिये था – that’s not right Mr Chairman Taking my phone was not right @TheRealPCB @iramizraja #PAKvSL #SLvsPAK pic.twitter.com/tzio5cJvbG
— रोहित जुगलान Rohit Juglan (@rohitjuglan) September 11, 2022