Posted inଫୁରସତ

ଘରେ ବସି ୪୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ଯୁବତୀ, ଏମିତି ସଞ୍ଚୟ କରି…

ମୁମ୍ବାଇ,୩ା୭: ଦକ୍ଷିଣ ବମ୍ବେ (SoBo)ର ବାସିନ୍ଦା ୨୫ ବର୍ଷୀୟା ଅନହଦଙ୍କ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ସେ ଖୋଲାଖୋଲି ଭାବରେ ତାଙ୍କ ଦରମା ଏବଂ ମାସିକ ଖର୍ଚ୍ଚ ବିଷୟରେ କହିଛନ୍ତି। ଅନହଦ କହିଛନ୍ତି ଯେ, ସେ ପ୍ରତି ମାସରେ ୨.୬୭ ଲକ୍ଷ ଟଙ୍କା ରୋଜଗାର କରନ୍ତି। ଅନହଦ କହିଛନ୍ତି, ସେ ତାଙ୍କ କ୍ୟାରିଅର ଆରମ୍ଭରୁ ଏତେ ବିପୁଳ ପରିମାଣର ଟଙ୍କା ରୋଜଗାର କରୁଛନ୍ତି।

ପେସାରେ ଜଣେ ମାର୍କେଟିଂ ପ୍ରଫେସନାଲ ଅନହଦ ମଧ୍ୟ କହିଛନ୍ତି, ସେ ଆମେରିକାରେ ୭୫ ଲକ୍ଷ ଟଙ୍କାର ଚାକିରି ଛାଡ଼ି ମୁମ୍ବାଇରେ ଏକ ଦୂରବର୍ତ୍ତୀ ଚାକିରି ମାଧ୍ୟମରେ ବାର୍ଷିକ ୪୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ୨୦୨୪ରେ ସ୍ନାତକ ସମାପ୍ତ କରିବା ପରେ ଅନହଦ ନ୍ୟୁୟର୍କ ଚାଲିଗଲେ। ଏଠାରେ ସେ କୌଣସି ଦରମା ବିନା ଏକ ଭାରତୀୟ ଗ୍ରୋସରୀ ଦୋକାନରେ ଇଣ୍ଟର୍ନ ଭାବରେ କାମ କରିବା ଆରମ୍ଭ କଲେ।

ଏହା ପରେ ସେ ଏକ ମାର୍କେଟିଂ ଏଜେନ୍ସିରେ ଚାକିରି କଲେ ଯେଉଁଠାରେ ତାଙ୍କୁ ପ୍ରତି ଘଣ୍ଟାରେ କେବଳ ୨୦ ଡଲାର ମିଳୁଥିଲା, ଯାହା ଯଥେଷ୍ଟ ନ ଥିଲା। ତା’ପରେ ଅନହଦଙ୍କୁ ବାର୍ଷିକ ୬୦୦୦୦ (ପ୍ରାୟ ୫୧ ଲକ୍ଷ ଟଙ୍କା)ର ପୂର୍ଣ୍ଣକାଳୀନ ଚାକିରିର ପ୍ରସ୍ତାବ ମିଳିଲା ଏବଂ ଏହା ପରେ ଏପ୍ରିଲରେ ତାଙ୍କୁ ୭୫୦୦୦ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୬୪ ଲକ୍ଷ ଟଙ୍କାର ଚାକିରି ମିଳିଲା। କିନ୍ତୁ ଭିଜା ସମ୍ବନ୍ଧୀୟ ସମସ୍ୟା ଏବଂ ଚାପ ଯୋଗୁ ସେ ଭାରତ ଫେରି ଆସିଲେ। ଏବେ ତାଙ୍କ କମ୍ପାନୀ ତାଙ୍କୁ ଦୂରରୁ କାମ କରିବାକୁ ଅନୁମତି ଦେଇଛି, ତେଣୁ ସେ ଘରେ ବସି ପ୍ରତି ମାସରେ ୪୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ଅନହଦ କହିଥିଲେ, ସେ ମୁମ୍ବାଇରେ ତାଙ୍କ ବାପାମାଆଙ୍କ ସହିତ ରୁହନ୍ତି, ତେଣୁ ତାଙ୍କର ଭଡ଼ା କିମ୍ବା ଗ୍ରୋସରୀ ଖର୍ଚ୍ଚ ସଞ୍ଚୟ ହୁଏ। ପ୍ରତି ମାସରେ ମିଳୁଥିବା ୨.୬୭ ଲକ୍ଷ ଟଙ୍କା ଦରମା ମଧ୍ୟରୁ ୧.୮୦ ଲକ୍ଷ ଟଙ୍କା ସିଧାସଳଖ ତାଙ୍କ ଏସ୍‌ଆଇପିକୁ ଯାଏ। ଏହା ପରେ, ୮୭୦୦୦ ଟଙ୍କାରୁ ସେ ବାହାରକୁ ଖାଇବାକୁ ଯିବା, ପାର୍ଲରକୁ ଯିବା ବନ୍ଧୁମାନଙ୍କ ସହିତ ବାହାରକୁ ବୁଲିବା ଇତ୍ୟାଦି ଖର୍ଚ୍ଚ ଚଳାଉଛନ୍ତି। ଅନହଦ କହିଥିଲେ ଯେ, ଜୁନରେ ସେ ବାହାରେ ଖାଇବାରେ ୧୬୦୦୦ ଟଙ୍କା ଖର୍ଚ୍ଚ କରିଥିଲେ। ଏସବୁ ପରେ ମଧ୍ୟ ଅନହଦ ବାକି ଟଙ୍କାକୁ ସଞ୍ଚୟ ରଖନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri