Posted inଜାତୀୟ

ଏବର୍ଷର ମାର୍ଚ୍ଚ ସବୁଠୁ ଉତ୍ତପ୍ତ

ନୂଆଦିଲ୍ଲୀ,୧୦ା୪(ପି.ଟି.): ଚଳିତବର୍ଷର ମାର୍ଚ୍ଚ ବିଶ୍ୱରେ ସବୁଠୁ ଉତ୍ତପ୍ତ ମାସ ଭାବେ ଅନୁଭୂତ ହୋଇଛି। ଏଲ୍‌ ନିନୋ ସ୍ଥିତି ଏବଂ ମାନବକୃତ ଜଳବାୟୁ ପରିବର୍ତ୍ତନର ମିଳିତ ପ୍ରଭାବ ଯୋଗୁ ଗତବର୍ଷର ଜୁନ୍‌ରୁ କ୍ରମାଗତ ୧୦ ମାସ ତାପମାତ୍ରାରେ ନୂଆ ରେକର୍ଡ ସୃଷ୍ଟି ହୋଇଥିବା ୟୁରୋପୀୟ ସଂଘର ଜଳବାୟୁ ସଂସ୍ଥା କୋପରନିକସ୍‌ କ୍ଲାଇମେଟ ଚେଞ୍ଜ୍‌ ସର୍ଭିସ (ସି୩ଏସ୍‌) ପକ୍ଷରୁ କୁହାଯାଇଛି। ଚଳିତ ମାର୍ଚ୍ଚରେ ହାରାହାରି ତାପମାତ୍ରା ୧୪.୧୪ ଡିଗ୍ରୀ ସେଲ୍‌ସିୟସ୍‌ ଥିଲା। ତେବେ ୧୮୫୦ରୁ ୧୯୦୦ ମଧ୍ୟରେ ମାର୍ଚ୍ଚ ମାସଗୁଡ଼ିକର ହାରାହାରି ତାପମାତ୍ରାକୁ ଦେଖିଲେ, ଏହା ତା’ଠାରୁ ୧.୬୮ ଡିଗ୍ରୀ ସେଲ୍‌ସିୟସ୍‌ ଅଧିକ। ସେହିପରି ଏଥର ମାର୍ଚ୍ଚର ତାପମାତ୍ରା ୧୯୯୧ରୁ ୨୦୨୦ ମଧ୍ୟରେ ମାର୍ଚ୍ଚ ମାସଗୁଡ଼ିକର ହାରାହାରି ତାପମାତ୍ରାଠାରୁ ଏହା ୦.୭୩ ଡିିଗ୍ରୀ ସେଲ୍‌ସିୟସ ଅଧିକ ଥିବା ଜଣାପଡ଼ିଛି। ୨୦୧୬ ମାର୍ଚ୍ଚରେ ତାପମାତ୍ରା ସର୍ବାଧିକ ହୋଇଥିବାବେଳେ ଏଥର ମାର୍ଚ୍ଚ ତାକୁ ଟପିଯାଇଛି।
୨୦୨୩ ଏପ୍ରିଲରୁ ୨୦୨୪ ମାର୍ଚ୍ଚ ଗତ ୧୨ ମାସର ବୈଶ୍ୱିକ ହାରାହାରି ତାପମାତ୍ରା ସର୍ବାଧିକ ରେକର୍ଡ ହୋଇଛି, ଯାହା ୧୯୯୧-୨୦୨୦ ହାରାହାରିଠାରୁ ୦.୭୦ ଡିଗ୍ରୀ ସେଲ୍‌ସିଅସ୍‌ ଅଧିକ ଏବଂ ୧୮୫୦-୧୯୦୦ର ହାରାହାରି ତାପମାତ୍ରାଠାରୁ ୧.୫୮ ଡିଗ୍ରୀ ସେଲ୍‌ସିୟସ ବେଶୀ ବୋଲି ଜଳବାୟୁ ସଂସ୍ଥା କହିଛି। ଜାନୁଆରୀରେ ପ୍ରଥମ ଥର ପାଇଁ ସାରା ବର୍ଷରେ ହାରାହାରି ତାପମାତ୍ରା ବୃଦ୍ଧି ଧାର୍ଯ୍ୟ ସୀମା ୧.୫ ଡିଗ୍ରୀ ସେଲ୍‌ସିଅସ୍‌ ବଢ଼ିଥିବା ସି୩ଏସ୍‌ କହିଛି। ଜଳବାୟୁ ପରିବର୍ତ୍ତନର ଖରାପ ପ୍ରଭାବରୁ ମୁକ୍ତି ପାଇବାକୁ ହେଲେ ତାପମାତ୍ରା ବୃଦ୍ଧି ସୀମା ପ୍ରାକ୍‌ ଶିଳ୍ପ ଯୁଗର ତାପମାତ୍ରାଠାରୁ ୧.୫ ଡିଗ୍ରୀ ସେଲ୍‌ସିଅସ୍‌ ମଧ୍ୟରେ ସୀମିତ ରଖିବାକୁ ପ୍ୟାରିସ୍‌ ଚୁକ୍ତିନାମାରେ ସ୍ଥିର ହୋଇଥିଲା। ଉତ୍ତାପ ବଢ଼ିବା କାରଣରୁ ବିଶ୍ୱବ୍ୟାପୀ ଅନାବୃଷ୍ଟି, ବନାଗ୍ନି ଏବଂ ବନ୍ୟା ଆଦି ପ୍ରାକୃତିକ ଦୁର୍ବିପାକ ବୃଦ୍ଧି ପାଇଛି। ବାୟୁମଣ୍ଡଳରେ ସବୁଜ ଗୃହ ବାଷ୍ପର ଘନତା ବିଶେଷ କରି ଅଙ୍ଗାରକାମ୍ଳ ଏବଂ ମିଥେନ୍‌ ଦ୍ରୁତ ବୃଦ୍ଧି ଯୋଗୁ ହାରାହାରି ବୈଶ୍ୱିକ ତାପମାତ୍ରା ବଢ଼ିଚାଲିଛି। ଗତ ୧୦ ମାସରେ ଉଭୟ ସ୍ଥଳଭାଗ ଓ ଜଳଭାଗର ତାପମାତ୍ରାରେ ରେକର୍ଡ ବୃଦ୍ଧି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ମେଟ୍ରୋ, ବସ୍‌ରେ ଅଫିସ ଯିବାଆସିବା କରୁଥିବା କର୍ମଚାରୀଙ୍କୁ ମିଳିବ ଅଧିକ ଦରମା

ନୂଆଦିଲ୍ଲୀ,୧୦।୬: ଦିଲ୍ଲୀ ସରକାର ନିଜ କର୍ମଚାରୀଙ୍କ ହିତ ପାଇଁ ଏବଂ ବଢୁଥିବା ଇନ୍ଧନ (ଫ୍ୟୁଏଲ) ସଙ୍କଟର ମୁକାବିଲା କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର…

ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନପତ୍ର ଖାରଜ, ଆଜି ହୋଇପାରେ ଆଲୋଚନା

ଭୋପାଳ,୧୦ା୬: ମଧ୍ୟପ୍ରଦେଶରୁ ରାଜ୍ୟ ସଭାରେ ଖାଲି ପଡ଼ିବାକୁ ଥିବା ୩ଟି ଆସନ ଲାଗି ନିର୍ବାଚନ ହେବାକୁ ଯାଉଥିବାବେଳେ ଭାଜପାର ଏକ ଅଭିଯୋଗ ଆଧାରରେ କଂଗ୍ରେସ ପ୍ରାର୍ଥୀ ମୀନାକ୍ଷୀ…

ଆମେରିକା-ଇରାନ ଡିଲ୍‌ ଫାଇଲ କ୍ଲୋଜ? ଆମେରିକାର ବିମାନ ଆକ୍ରମଣରେ ୮ ସହର ଧୂଆଁରେ ଆଚ୍ଛାଦିତ

ତେହରାନ,୧୦।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ଆଲୋଚନା ସ୍ଥଗିତ ଥିବା ପରି ମନେ ହେଉଛି। ଏକ ଆମେରିକୀୟ ଆପାଚେ ହେଲିକପ୍ଟରକୁ ଖସାଇ ଦେବା…

ବିଦେଶରେ ଫସି ରହିଛନ୍ତି ଆନନ୍ଦପୁରର ଯୁବକ, ଉଦ୍ଧାର ପାଇଁ ପ୍ରଶାସନକୁ ନିବେଦନ କଲେ…

ବଞ୍ଚୋ,୧୦।୬(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଯୁବକ ସତ୍ୟଦୀପ ସାହୁ ତାଞ୍ଜାନିଆରେ ଫସି ରହିଥିବା ନେଇ ଚିନ୍ତା ପ୍ରକାଶ ପାଇଛି। ତାଙ୍କୁ ସୁରକ୍ଷିତ…

୧୫ IPS ଅଫିସରଙ୍କୁ ଦିଆଗଲା ୧୭ ଜିଲା ନିରୀକ୍ଷଣ ଦାୟିତ୍ୱ, ଜାଣନ୍ତୁ କେଉଁ ଜିଲାରେ କିଏ…

ଭୁବନେଶ୍ୱର, ୧୦।୬: ଆଇନଶୃଙ୍ଖଳା ସଜାଡ଼ିବା ପାଇଁ ରାଜ୍ୟ ପୋଲିସ ମୁଖ୍ୟାଳୟର ବଡ଼ ପଦକ୍ଷେପ। ୧୫ IPS ଅଫିସରଙ୍କୁ ଦିଆଗଲା ୧୭ଟି ଜିଲାର ସ୍ବତନ୍ତ୍ର ନିରୀକ୍ଷଣ ଓ ତଦାରଖ…

ନେହେରୁଙ୍କୁ ଟପିଲେ ମୋଦି: ଦେଶର ରାଜନୀତିରେ ନୂତନ ଅଧ୍ୟାୟ

ନୂଆଦିଲ୍ଲୀ,୧୦।୬: ଜୁନ ୧୦ ଅର୍ଥାତ୍‌ ଆଜି ଦେଶର ରାଜନୀତିରେ ଏକ ନୂତନ ଅଧ୍ୟାୟ ଲେଖାହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ…

ବିଶ୍ୱକପ୍‌ ଆରମ୍ଭ ପୂର୍ବରୁ ଫିଫା ଜାରିକଲା କଡ଼ା ନୂଆ ନିୟମାବଳୀ,ଜାଣନ୍ତୁ…

ଓ୍ବାଶିଂଟନ୍‌,୧୦।୬: ଆମେରିକାସରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ର ୨୩ତମ ସଂସ୍କରଣ ଲାଗି ଖେଳାଳିଙ୍କୁ କଡ଼ା ଶୃଙ୍ଖଳା ମଧ୍ୟରେ ରହିବାକୁ ପଡ଼ିବ। ସମୟ ନଷ୍ଟ ଓ ଇଞ୍ଜୁରି ବାହାନା…

ଏକ୍ସପାୟାରୀ ମେଡିସିନ ଖାଇ ଆଶାକର୍ମୀଙ୍କ ଝିଅଙ୍କ ମୃତ୍ୟୁ ଅଭିଯୋଗ, ANM ସେଣ୍ଟରରୁ ଯାଇ ଆଣିଥିଲେ ମେଡିସିନ

କେନ୍ଦୁଝର,୧୦।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ ତଳବରଡ଼ା ଗ୍ରାମରେ ଏକ୍ସପାୟାରୀ ମେଡିସିନ ଖାଇ ଜଣେ ଆଶାକର୍ମୀଙ୍କ ଝିଅ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri