କରୋନା ମହାମାରୀ ଯୋଗୁ ଫିକା ପଡିଲା ରଜ ମଉଜ

ବୁଗୁଡ଼ା,୧୬।୬(ଡି.ଏନ.ଏ) : ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୁଗୁଡ଼ା ଅଞ୍ଚଳରେ ନିରାଡ଼ମ୍ବର ଭାବେ ପାଳିତ ହେଉଛି ରଜ ପର୍ବ। ରଜରେ ଝିଅମାନେ ସାମୂହିକ ଭାବେ ସଜବାଜ ହୋଇ ଗୀତ ଗାଇ ରଜ ପାଳିବା ଏବଂ ପୁଚି ଖେଳିବା ପରମ୍ପରା ରହିଛି । କିନ୍ତୁ, କରୋନା ମହାମାରୀ କାରଣରୁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରତ୍ୟେକ ପର୍ବ ପର୍ବାଣି ପାଳନ ଉପରେ କଟକଣା ଲାଗିଛି । ସୋମବାର ଅଞ୍ଚଳରେ ପହିଲି ରଜ ଅବସରରେ ଘରେ ଘରେ କୁଆଁରୀମାନେ ଦୋଳିବାନ୍ଧି ଖେଳୁଥିବା ଦେଖିବାକୁ ମିଳିଥିଲା । ସାମୂହିକ ରଜ ପାଳିବା ସମ୍ଭବ ହେଉ ନ ଥିବାରୁ ନିଜ ଘରେ ଝିଅମାନେ ବିଭିନ୍ନ ପ୍ରକାର ସଜବାଜ ହୋଇ ନୂତନ ବସ୍ତ୍ର ପରିଧାନ କରି ରଜ ଦୋଳି ଖେଳୁଥିବା ଦେଖିବାକୁ ମିଳିଥିଲା। ଘରେ ଘରେ ପିଠାପଣା ହୋଇଥିଲେ ସୁଦ୍ଧା ବୁଗୁଡ଼ା ସହରରେ ମିଠା ପାନର ବେପାର ଜମିଥିଲା। ସହରାଞ୍ଚଳରେ ମଙ୍ଗଳବାର ଦିନ ସଂକ୍ରାନ୍ତି ରଜକୁ ମଧ୍ୟ ଅନରୂପ ଭାବେ ନିରାଡ଼ମ୍ବରରେ ପାଳନ କରାଯାଉଥିବା ଦେଖିବାକୁ ମିଳିଥିଲା ବେଳେ ଗ୍ରାମାଞ୍ଚଳରେ କାଁ ଭାଁ କେତେକ ସ୍ଥାନରେ ବାଳିକାମାନେ ମେଳି ହୋଇ ଦୋଳି ଖେଳର ମଜା ନେଉଥିବା ଦେଖା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଭକ୍ତରେ ଶେଷ ହେଲା ବଳଦେବଜୀଉଙ୍କ ସ୍ନାନୋତ୍ସବ

କେନ୍ଦୁଝର,୨୪।୬(ସ୍ବ.ପ୍ର): କେନ୍ଦୁଝରର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ଦେବସ୍ନାନ ଉତ୍ସବ କୋଭିଡ କଟକଣା ମଧ୍ୟରେ ଗୁରୁବାର ପାଳିତ ହୋଇଯାଇଛି। ପ୍ରଥମେ ପାରମ୍ପରିକ ରୀତିନୀତିରେ ଶ୍ରୀ...

ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ, ଶିକ୍ଷକ ଗିରଫ

ଭବାନୀପାଟଣା/ଲାଞ୍ଜିଗଡ଼,୧୮।୩ (ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଗୁଣୁରି ପଞ୍ଚାୟତର ଜଣେ ଶିକ୍ଷକ ଚାକିରି ଦେବା ନାଁରେ ଶିକ୍ଷିତ ଯୁବକମାନଙ୍କଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା...

ଭାଇ ଜିଉଁନ୍ତିଆ ଓଷା ସାରି ଫେରୁଥିଲେ ଘରକୁ : ହାଇଓ୍ବା ଧକ୍କାରେ ଆଖିବୁଜିଲେ ସ୍ବାମୀ-ସ୍ତ୍ରୀ

ବଲାଙ୍ଗୀର ଅଫିସ,୧୧।୧୦: ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା ଆଖିବୁଜିଲେ ସ୍ବାମୀ-ସ୍ତ୍ରୀ। ମଙ୍ଗଳବାର ଏପରି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର-ଟିଟିଲାଗଡ ରାସ୍ତାର ସିଂହଖମନ ଛକଠାରେ ।...

ଅଜଣା ଗାଡ଼ି ଧକ୍କାରେ ମାଉସୀ, ଝିଆରୀଙ୍କ ଜୀବନଗଲା

ଆସିକା,୩୧ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ମୁଖ୍ୟ ରାସ୍ତାର ଆସିକା ଥାନାର କୋଟିନଡ଼ା ଫାଣ୍ଡି ଅନ୍ତର୍ଗତ କେ.ଲଛମନପଲ୍ଲୀ ଗ୍ରାମ ନିକଟରେ ସୋମବାର ଏକ ଅଜଣା ଗାଡ଼ି ଧକ୍କାରେ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: କୋଟିପତି ଫରେଷ୍ଟର ଅଟକ

ବ୍ରହ୍ମପୁର ଅଫିସ,୨୯ା୧୨: ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ବ୍ରାହ୍ମଣୀଗଁା ଫରେଷ୍ଟର କୈଳାସ ଚନ୍ଦ୍ର ସାହୁଙ୍କୁ ଶନିବାର ଅଟକ ରଖିଛି। ଶୁକ୍ରବାର ତାଙ୍କ...

ଇଉଫୋରିଆ-୨୦୨୦ ଉଦ୍‌ଘାଟିତ:୨୮ ଶିକ୍ଷାନୁଷ୍ଠାନର ୩୮୯ ଛାତ୍ରୀଛାତ୍ର ଭାଗନେଲେ

ବାରିପଦା ଅଫିସ,୧୦ା୧- ବାରିପଦା ସହରସ୍ଥିତ ଶହୀଦ ସ୍ମୃତି ଭବନଠାରେ ୨୩ତମ ରାଜ୍ୟସ୍ତରୀୟ ଆନ୍ତଃ ମହାବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ଇଉଫୋରିଆ -୨୦୨୦ ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟର ୨୮ଟି...

ଲକ୍‌ଡାଉନ ସମୟରେ ପ୍ରବାସୀଙ୍କୁ ରୋଜଗାର ଦେଉଛି ଗଞ୍ଜାମ ଏନ୍‌ଏସି ପ୍ରଶାସନ

ଗଞ୍ଜାମ,୭।୭(ଡି.ଏନ୍‌.ଏ.): କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ପ୍ରବାସୀ ନିଜ ନିଜ ରାଜ୍ୟକୁ ଫେରିଛନ୍ତି। ଫଳରେ କାମଧନ୍ଦା ନ ପାଇ ବେକାର ହୋଇ ଘରେ...

କୋରାପୁଟର ୪ସ୍ଥାନରେ ଆନ୍ତଃରାଜ୍ୟ ସୀମା ସିଲ

ଜୟପୁର,୨୫।୩ (ନି.ପ୍ର./ଡି.ଏନ୍‌.ଏ.): କୋରାପୁଟ ଜିଲାକୁ ସଂଯୋଗ କରୁଥିବା ପୋଡଶୀ ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶର ସମସ୍ତ ରାସ୍ତାକୁ ପୋଲିସ ସିଲ କରଛି। ମଙ୍ଗଳବାର ମଧ୍ୟରାତ୍ରି ୧୨ଟାରୁ ସରକାର...

Advertisement
Archives

Model This Week