Posted inଖେଳ

ଦର୍ଶକ ସଂଖ୍ୟାରେ ରେକର୍ଡ ଭାଙ୍ଗିଲା ଚଳିତ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୨ା୧୧(ପି.ଟି.): ସଦ୍ୟ ସମାପିତ ୨୦୨୩ କ୍ରିକେଟ ବିଶ୍ୱକପ୍‌ ଦର୍ଶକ ସଂଖ୍ୟାରେ ରେକର୍ଡ ଭାଙ୍ଗିଛି। ସାଢେ ୬ ସପ୍ତାହ ଧରି ଏହି ବିଶ୍ୱକପ୍‌ ଦର୍ଶକଙ୍କ ମନୋରଞ୍ଜନ କରିଥିବା ବେଳେ ରବିବାର ଅନୁଷ୍ଠିତ ଫାଇନାଲରେ ଆୟୋଜକ ଭାରତକୁ ପରାସ୍ତ କରି ଷଷ୍ଠ ଥର ପାଇଁ ଟାଇଟଲ ହାସଲ କରିଥିଲା ଅଷ୍ଟ୍ରେଲିଆ। ଆଇସିସି ପକ୍ଷରୁ ମଙ୍ଗଳବାର ପ୍ରକାଶିତ ତଥ୍ୟ ଅନୁସାରେ ଟୁର୍ନାମେଣ୍ଟରେ ୬ଟି ମ୍ୟାଚ୍‌ ବାକି ରହିଥିବା ବେଳେ ଏହା ଦର୍ଶକ ସଂଖ୍ୟାରେ ୨୦୧୫ ସଂସ୍କରଣର ଦର୍ଶକ ସଂଖ୍ୟାକୁ ଅତିକ୍ରମ କରିଥିଲା। ବିଶ୍ୱକପ ଶେଷ ହେବା ବେଳକୁ ଏହା ସର୍ବାଧିକ ଦର୍ଶକ ଉପସ୍ଥିତ ଥିବା କ୍ରିକେଟ ବିଶ୍ୱକପ୍‌ ପାଲଟି ଯାଇଥିଲା। ଟୁର୍ନାମେଣ୍ଟ ଶେଷ ହେବା ବେଳକୁ ଷ୍ଟାଡିୟମରେ ମ୍ୟାଚ୍‌ ଦେଖିଥିବା ଦର୍ଶକଙ୍କ ସଂଖ୍ୟା ୧୨,୫୦,୩୦୭ ଅତିକ୍ରମ କରିଥିଲା। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ୨୦୧୫ ବିଶ୍ୱକପ୍‌ରେ ୧୦,୧୬,୪୨୦ ରହିଥିଲା। ସେହିପରି ଇଂଲଣ୍ଡରେ ଖେଳା ଯାଇଥିବା ୨୦୧୯ ସଂସ୍କରଣରେ ଦର୍ଶକଙ୍କ ସଂଖ୍ୟା ୭,୫୨,୦୦୦ ରହିଥିଲା।
୧୦ ଟିମ୍‌ ବିଶିଷ୍ଟ ଏହି ଟୁର୍ନାମେଣ୍ଟରେ ସମୁଦାୟ ୪୮ ମ୍ୟାଚ୍‌ ଖେଳାଯାଇଥିଲା। ସେହିପରି ପ୍ରତି ମ୍ୟାଚ୍‌ରେ ହାରାହାରି ଦର୍ଶକ ସଂଖ୍ୟା ୨୬ ହଜାର ରହିଥିଲା। ୧୯୭୫ରୁ ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷ ଏହାର ୧୩ତମ ସଂସ୍କରଣ ସମାପ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri