Posted inଖେଳ

ଡୋପିଂ ମାମଲାରେ ସସ୍‌ପେଣ୍ଡ ହେଲେ ଏହି ଭାରୋତ୍ତୋଳକ

ବୁଡାପେଷ୍ଟ,୮।୭(ଏପି): ଦୁଇଥର ୟୁରୋପିଆନ୍‌ ଚାମ୍ପିୟନଶିପ୍‌ ହାସଲ କରିଥିବା ରୁଷୀୟ ତାରକା ଭାରୋତ୍ତୋଳକ ଆଣ୍ଡ୍ରେଇ ଡେମାନୋଭ ଡୋପିଂ ଅଭିଯୋଗରେ ସାମୟିକ ବାସନ୍ଦ ହୋଇଛନ୍ତି। ଡୋପ୍‌ ଟେଷ୍ଟରେ ତାଙ୍କ ନମୁନାରେ ନିଷିଦ୍ଧ ପଦାର୍ଥ ଥିବାରୁ ସେ ବିଫଳ ହୋଇଥିଲେ। ଏନେଇ ଅନ୍ତର୍ଜାତୀୟ ଓ୍ବେଟ ଲିଫ୍ଟିଙ୍ଗ୍‌ ଫେଡେରେଶନ (ଆଇଡବ୍ଲ୍ୟୁଏଫ୍‌) ସୂଚାନ ଦେଇଛି। ଡିଏଚ୍‌ସିଏମ୍‌ଟି ନାମକ ଆନାବୋଲିକ୍‌ ଷ୍ଟେରଏଡ୍‌ ତାଙ୍କ ନମୁନାରେ ରହିବାର ପ୍ରମାଣ ମିଳିଛି। ଟୁରିନାବୋଲ ହିସାବରେ ଜଣାଶୁଣା ଥିବା ଏହି ପଦାର୍ଥକୁ ଓ୍ବେଟଲଫ୍ଟିଙ୍ଗ୍‌ ଓ ଅନ୍ୟ କ୍ରୀଡ଼ାରେ ବହୁଳ ଭାବେ ବ୍ୟବହାର କରାଯାଏ। ଏବେ ସେ ଶୃଙ୍ଖଳାଗତ ଶୁଣାଣିର ସମ୍ମୁଖୀନ ହେବେ। ତେବେ କେଉଁ ତାରିଖରେ ଡେମାନୋଭ୍‌ ପଜିଟିଭ୍‌ ବୋଲି ଟେଷ୍ଟ ହୋଇଥିଲା ସେ ସମ୍ପର୍କରେ ଆଇଡବ୍ଲ୍ୟୁଏଫ୍‌ କିଛି ସ୍ପଷ୍ଟ କରିନାହିଁ।
ପୂର୍ବରୁ ସେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଟୁରିନାବୋଲ ପାଇଁ ଡୋପ୍‌ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିଥିଲା ଓ ଏଥିପାଇଁ ସେ ୨୦୧୬ରୁ ୨ ବର୍ଷ ପାଇଁ ବାସନ୍ଦ ହୋଇଥିଲେ। ଏଥିପାଇଁ ସେ କୌଣସି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁ ନ ଥିଲେ। ଗତମାସ ମଧ୍ୟ ପୂର୍ବତନ ବିଶ୍ୱ ଚାମ୍ପିୟନ ନାଦେଝଡାଙ୍କ ସମେତତ ଅନ୍ୟ ୩ ଜଣ ରୁଷୀୟ ଆଥଲେଟ୍‌ ଟୁରିନାବୋଲ ବ୍ୟବହାର କରିବାର ଅଭିଯୋଗ ହୋଇଛି ବୋଲି ଆଇଡବ୍ଲ୍ୟୁଏଫ୍‌ ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ଟିମ୍‌ରେ ବଡ଼ ଭୂକମ୍ପ, ଅଧିନାୟକଙ୍କ…

ନୂଆଦିଲ୍ଲୀ,୧୬।୫: ପାକିସ୍ତାନ ଟିମ୍‌ରେ ବିଶୃଙ୍ଖଳା ଥମିବାର ନାଁ ନେଉନାହିଁ। ଦଳର ଅଧିନାୟକ ଶାନ ମାସୁଦଙ୍କ ପଦ ବିପଦରେ ଅଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ମାସୁଦଙ୍କୁ...

ଓ୍ବାଙ୍ଖଡେ ଷ୍ଟାଡିୟରେ ଉଦ୍‌ଘାଟନ ହେଲା ରୋହିତ ଶର୍ମା ଷ୍ଟାଣ୍ଡ, ଭାବବିହ୍ବଳ ହେଲେ ହିଟ୍‌ମ୍ୟାନ୍‌…

ନୂଆଦିଲ୍ଲୀ,୧୬।୫: ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଗତ ୧୮ ବର୍ଷ ଧରି ବିଶ୍ୱ କ୍ରିକେଟରେ ଭାରତର ପ୍ରତିଷ୍ଠା ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ...

IPL 2025 restart: ଦିଲ୍ଲୀକୁ ବଡ଼ ଝଟକା, ଫେରିବେ ନାହିଁ ଏହି ବିଦେଶୀ ଖେଳାଳି

ନୂଆଦିଲ୍ଲୀ, ୧୬ା୫: ଭାରତ-ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ଯୋଗୁ ସ୍ଥଗିତ ରଖାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଶନିବାରଠାରୁ ପୁଣି ଖେଳାଯିବ। ହେଲେ ଦିଲ୍ଲୀ କ୍ୟାପିଟାଲ୍ସ...

ଦୁଇଗୁଣା ବଢ଼ିଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପୁରସ୍କାର ରାଶି

ଦୁବାଇ, ୧୬ା୫: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ୨୦୨୫ ଟାଇଟଲ ବିଜେତାକୁ ୩.୬ ନିୟୁତ ଆମେରିକୀୟ ଡଲାର ମିଳିବ, ଯାହାକି ଗତ ସଂସ୍କରଣ ତୁଳନାରେ ଦୁଇଗୁଣାରୁ...

ବିରାଟଙ୍କ ସନ୍ୟାସକୁ ନେଇ କାହିଁକି ଏମିତି କହିଲେ ରବି ଶାସ୍ତ୍ରୀ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୬।୫: ପୂର୍ବତନ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ପ୍ରକାଶ କରିଛନ୍ତି ଯେ ବିରାଟ କୋହଲି ତାଙ୍କ ଟେଷ୍ଟ ଅବସର ପୂର୍ବରୁ ତାଙ୍କ ସହ...

ଏସ୍ପାନିଓଲକୁ ପରାସ୍ତ କରି ବାର୍ସିଲୋନା ଜିତିଲା ୨୮ତମ ଲା ଲିଗା ଟାଇଟଲ

ବାର୍ସିଲୋନା,୧୬।୫: ସ୍ପେନର ଫୁଟବଲ ଜଗତରେ ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ବାର୍ସିଲୋନା ଏକ ରୋମାଞ୍ଚକର ମ୍ୟାଚରେ ଏସ୍ପାନିଓଲକୁ ପରାସ୍ତ କରି ୨୮ତମ ଲା ଲିଗା...

ଆଇପିଏଲ୍‌ ପ୍ଲେଅଫ ମିସ କରିବେ ଦକ୍ଷିଣ ଆଫ୍ରିକାର ଏହି ପ୍ରମୁଖ ଖେଳାଳି

ଜୋହାନ୍ସବର୍ଗ,୧୫ା୫: ଅଷ୍ଟ୍ରେଲିଆ ବିପକ୍ଷ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ଲାଗି ଦକ୍ଷିଣ ଆଫ୍ରିକା ଦଳରେ ସ୍ଥାନ ପାଇଥିବା ଖେଳାଳିମାନେ ଆଇପିଏଲ୍‌ ଫ୍ଲେଅଫ୍‌ ମିସ କରିବେ।...

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ମୟଙ୍କ

ନୂଆଦିଲ୍ଲୀ,୧୫ା୫: ମୟଙ୍କ ଯାଦବ ଆହତ ସମସ୍ୟା କାରଣରୁ ଚଳିତ ଆଇପିଏଲ୍‌ ସିଜନର ଅବଶିଷ୍ଟାଂଶ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଏ ନେଇ ଆଇପିଏଲ୍‌ ପକ୍ଷରୁ ଗୁରୁବାର ବିବୃତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri