ସିର୍ଲାରେ ମାଓବାଦୀ-ପୋଲିସ ମୁହାଁମୁହିଁ ପରେ ହାଇଆଲର୍ଟ

ଦାରିଙ୍ଗବାଡ଼ି,୮ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ସିର୍ଲା ପଞ୍ଚାୟତ କିହାଲଗୁଡ଼ା ଜଙ୍ଗଲ କ୍ଳାଉଡଙ୍ଗା ଅଞ୍ଚଳରେ ଗତ ଶନିବାର ବିଳମ୍ବିତ ରାତିରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଉକ୍ତ ଦିନ ପୋଲିସ ଗୁଳିରେ ୪ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ପୁଣି ସୋମବାର ସନ୍ଧ୍ୟାରେ ପୋଲିସ ମାଓବାଦୀ ଗୁଳି ବିନିମୟ ହୋଇ ଆଉ ଜଣେ ମାଓବାଦୀ ନିହତ ହୋଇଥିବା ପୋଲିସ ସୂଚନା ପ୍ରଦାନ କରିଥିଲା। ଏହି ଘଟଣାରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିଭିନ୍ନ ସାମଗ୍ରୀକୁ ପୋଲିସ ଜବତ କରିଥିଲା। ତେବେ କିଛି ମାଓବାଦୀ ଘଟଣାସ୍ଥଳରୁ ଖସି ପଳାଇ ଥବା ବେଳେ ଏବେ ପ୍ରତିହିଂସା ପରାୟଣ ହୋଇପଡ଼ିଛନ୍ତି। ଏହା ଦ୍ୱିତୀୟ ଥର ପୋଲିସ ମାଓବାଦୀଙ୍କ ମୁହାଁମୁହିଁ ପରିସ୍ଥିତିରୁ ଜଣାପଡ଼ିଛି ା ଏଥିପାଇଁ ପୋଲିସ ବାହିନୀ ସମ୍ପୂର୍ଣ୍ଣ ସଜାଗ ହେବା ସହ କନ୍ଧମାଳ ଏସ୍‌ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଜିଲାର ବିଭିନ୍ନ ଥାନାକୁ ହାଇଆଲର୍ଟ କରାଯାଇଥିବା ବେଳେ ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ବିଶେଷକରି ମାଓବାଦୀଙ୍କ ଚଳପ୍ରଚଳ ଅଞ୍ଚଳରେ ସଶସ୍ତ୍ର ପୋଲିସ ଗାଡ଼ିମୋଟର ତନତନ କରି ଯାଞ୍ଚ କରୁଛି। ଯାତାୟାତ ଲୋକଙ୍କ ପରିଚୟ ସହ ଗାଡ଼ିମୋଟର କାଗଜପତ୍ରକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଇଛି ା ପୂର୍ବରୁ ଯେଉଁ ସବୁ ଅଞ୍ଚଳରେ ମାଓବାଦୀ ପକ୍ଷରୁ ଲାଲ୍‌ ବ୍ୟାନର ଛପା ଯାଉଥିଲା ଏବଂ ମାଓବାଦୀଙ୍କ ଯାତାୟାତ ରହୁଛି ସେସବୁ ଉପରେ ପୋଲିସ କଡ଼ା ନଜର ରଖିବା ସହ ଗାଁରେ ଗାଁରେ କେହି ଅଜଣା ବ୍ୟକ୍ତି ବୁଲୁଛି କିମ୍ବା ସିର୍ଲା ଘଟଣାରେ କେହି ମାଓବାଦୀ ଆହତ ହୋଇ କେଉଁଠି ନିଜ ଚିକିତ୍ସା କରୁଥିବା ସନ୍ଦେହ କରି ସେସବୁ ଅଞ୍ଚଳ ଉପରେ ପୋଲିସ କଡ଼ା ନଜର ରଖିଥିବା ଜଣେ ପୋଲିସ ଅଫିସର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଡେଇଁଲେ ଦୁଇ ଭଉଣୀ

ଗୁଡଭେଲା,୧୫।୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁଷୁରା ସହର ସ୍ଥିତ ତେଲ ନଦୀ ଗର୍ଭକୁ ଦୁଇ ଜଣ ଯୁବତୀ ଡେଇଁ ପଡିଥିବା ସୂଚନା ମିଳିଛି। ଉଭୟ ସମ୍ପର୍କରେ ଦୁଇ...

ରାମେଶ୍ୱର ମନ୍ଦିର ଅସୁରକ୍ଷିତ

ସୋନପୁର, ୪।୬(ନି.ପ୍ର.): ସୁବର୍ଣ୍ଣପୁର ସହରର ରାମେଶ୍ୱର ଶୈବ ମନ୍ଦିର ଏବେ ଅସୁରକ୍ଷିତ। ରକ୍ଷଣାବେକ୍ଷଣ ଅଭାବରୁ ଏହି ପୁରାତନ ମନ୍ଦିରର ଏଭଳି ଅବସ୍ଥା ହୋଇଛି। ସାମାନ୍ୟ ବର୍ଷା...

ପୁରୁଣା ଲୋକଙ୍କୁ ପୁଣି ଠିକା ଚକ୍ରାନ୍ତ

ଅନୁଗୋଳ ଅଫିସ,୨୮ା୬:  ଅନୁଗୋଳ ଜିଲାର ୮ଟି ବ୍ଲକରେ ଥିବା ଡିଲରମାନଙ୍କ ନିକଟରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌)ରେ ଚାଉଳ ଓ ଗହମ ପହଞ୍ଚାଇବାକୁ ଜିଲା ଯୋଗାଣ...

ମୋବାଇଲ ଚାର୍ଜ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଯୁବକ ମୃତ

ବଲାଙ୍ଗୀର ଅଫିସ/ଦେଓଗାଁ, ୧୬।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ବରକାନୀ ଗାଁରେ ୧୧ କେଭି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି...

ଭଣ୍ଡାରିପୋଖରୀରେ କେନ୍ଦ୍ରୀୟ ଟିମ୍‌

ଭଣ୍ଡାରିପୋଖରୀ, ୧୯।୧୨ (ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଏଡବ୍ଲ୍ୟୁଏଡିଏଚ୍‌ ରିସର୍ଚ ଫାଉଣ୍ଡେଶନ ଦ୍ୱାରା କେନ୍ଦ୍ରୀୟ ଏଡବ୍ଲ୍ୟୁଏଡିଏଚ୍‌ ସଂସ୍ଥାର ଏକ ଟିମ୍‌...

୨ ସପ୍ତାହ ସମୟ ମାଗିଲେ ଏଏସ୍‌ଆଇ, ରାଜ୍ୟ ସରକାର

କଟକ ଅଫିସ,୨୨ା୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନ ଅଭିଯୋଗ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଥିଲା। ଏହି ମାମଲାରେ ବିସ୍ତୃତ ତଥ୍ୟ ରଖିବା...

ବଲାଙ୍ଗୀରରେ ବିଶ୍ୱ ପରିବେଶ ଦିବସ ପାଳନ; ଗଛ ଲଗାଇ ଜୀବନ ବଞ୍ଚାଇବାକୁ ଜିଲାପାଳ ଦେଲେ ଆହ୍ବାନ

ବଲାଙ୍ଗୀର ଅଫିସ,୫।୬: କରଙ୍ଗାକଟା ବଞ୍ଚାଓ ଅଭିଯାନ ପକ୍ଷରୁ ବୁଧବାର ସ୍ଥାନୀୟ ଗାନ୍ଧୀ ଭବନରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲାପାଳ ଅରିନ୍ଦମ ଡାକୁଆ...

ବର୍ଷାରେ ଭୁଶୁଡ଼ିଲା ଘର: ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

କେନ୍ଦୁଝର,୨୬।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ତେଣ୍ଟଲାପଶି ପଞ୍ଚାୟତର ଗୋପୀନାଥପୁର ଗ୍ରାମରେ ଶୁକ୍ରବାର ରାତିରେ ବର୍ଷା ହୋଇ ଏକ ଭୁଶୁଡ଼ି ପଡ଼ିଛିି। ଗ୍ରାମର ହେବାରୁ ବେହେରାଙ୍କ...

Advertisement
Archives

Model This Week